ଏପଟେ ବାପା ମ୍ୟାଚ୍ ଖେଳୁଥିଲେ,ସେପଟେ ଝିଅ ଚାଲିଗଲା

0

Get real time updates directly on you device, subscribe now.

ବାପା ମ୍ୟାଚ୍ ଖେଳୁଥିବା ବେଳେ ଆରପାରିକୁ ଚାଲିଗଲା କୁନି ଝିଅ। ଯେତେବେଳେ ବାପା ପଡିଆରେ ଖେଳୁଥିଲେ ଚୌକା, ଛକା ମାରୁଥିଲେ ଠିକ ସେତିକିବେଳେ ତାଙ୍କର କୁନି ଝିଅ ଆରପାରିକୁ ଚାଲିଗଲା। ବାପା ଜାଣିଥିଲେକି ସେ ଭଲ ପାଉଥିବା କୁନି ଝିଅ ଆଜି ମୃତ୍ୟୁ ସହିତ ସଂଗ୍ରାମ କରୁଛି। ଆଉ ଗତକାଲି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଆଉ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି କୁନି ଝିଅ।

ଏହି ବ୍ୟାଟ୍ସମ୍ୟାନଜଣକ ହେଲେ ସାଉଥ ଆଫ୍ରିକାର ଖେଳାଳି। ସେହି ଖେଳାଳି ହେଉଛନ୍ତି ଡେଭିଡ ମିଲର। ଡେଭିଡ ମିଲରଙ୍କ ଝିଅ ଏବେ ଆଉ ଦୁନିଆରେ ନାହାନ୍ତି। ଡେଭିଡ ମିଲର ନିଜର ଇନଷ୍ଟାଗ୍ରାମରେ ତାଙ୍କ ଝିଅର ଏକ ଫୋଟ ସେୟାର କରି ଲେଖିଛନ୍ତିକି, ‘ମୁଁ ତୁମକୁ ମିସ କରିବି ମୋଟ ସ୍କୁଟ। ମୁଁ ଜାଣିବା ଭିତରେ ସବୁଠାରୁ ବଡ ହୃଦୟବାନ ଝିଅ। ତୁମେ ଏହି ଲଢେଇକୁ ଏକ ପଜିଟିଭ ସହିତ ନେଇଛନ୍ତି ଓ ସବୁବେଳେ ମୁହଁରେ ଏକ ହସ ମଧ୍ୟ ରହିଛି। ତୁମେ ମୋର ଖରାପ ସମୟରେ ମଧ୍ୟ ମୋତେ ବହୁତ ଉତ୍ସାହ ଦେଇଛ। ତୁମେ ତୁମର ଜୀବନ କାଳ ମଧ୍ୟରେ ସବୁ ପ୍ରକାର ଦୁଃଖ ଓ ସବୁ ପ୍ରକାର ଚ୍ୟାଲେଞ୍ଜକୁ ନେଇ ମଧ୍ୟ ଆଗକୁ ବଢି ଚାଲିଛ। ତୁମେ ମୋତେ ମୋ ଜୀବନର ପ୍ରତ୍ଯେକ ମୂହୁର୍ତ୍ତରେ କିଛି ନା କିଛି ଶିଖାଇଛ। ମୁଁ ନିଜକୁ ବହୁତ ଗର୍ବ ଅନୁଭବ କରୁଛି, ତୁମ ସହିତ ଏହି ଯାତ୍ରାରେ। ମୁଁ ତୁମକୁ ବହୁତ ଭଲ ପାଏ।’

ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦିନକିଆ ମ୍ଯାଚ ଭାରତ ସହିତ ଖେଳୁଛି। ଠିକ ସେତିକିବେଳେ ଏହି ଖବର ଶୁଣିବାକୁ ମିଳିଛି। ଇନଷ୍ଟାଗ୍ରାମରେ ସେ ଏକ ମଜାଳିଆ ଫୋଟ ମଧ୍ୟ ସେୟାର କରିଛନ୍ତି। ମିଲର ତାଙ୍କର ଝିଅର ରୋଗକୁ ନେଇ କୌଣସି ପ୍ରକାର ସୂଚନା ଦେଇନାହାନ୍ତି। ଏହା ସହିତ ତାଙ୍କ ଝିଅର ମୃତ୍ୟୁ କିପରି ହେଲା ତାହା ମଧ୍ୟ ସେ ଉଲ୍ଲେଖ କରିନାହାନ୍ତି।

Leave A Reply

Your email address will not be published.