ଭାରତ ବନାମ ସାଉଥ ଆଫ୍ରିକା ଦ୍ୱିତୀୟ ଦିନିକିଆ : ଶ୍ରେୟସ ଆୟରଙ୍କ ଶତକ…ଇଶାନ କିଶାନଙ୍କ ଧମାଲ୍, ଦକ୍ଷିଣଆଫ୍ରିକା ବିରୁଦ୍ଧରେ ଏମିତି ଭାବରେ ମିଳିଲା ଭାରତୀୟ ଦଳକୁ ବିଜୟ
ଭାରତ ଦମଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଏକଦିବସୀୟ ମୁକାବିଲାରେ ସାତ ୱିକେଟରେ ବିଜୟ ଲାଭ କରିଛି|ଏହି ବିଜୟ ସହ ଦଳ ସିରିଜରେ ୧-୧ ରହିଛି|୧୧ ଅକ୍ଟୋବର ଉଭୟଙ୍କ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ|
ଦକ୍ଷିଣ ଆଫ୍ରିକା ଭାରତକୁ ବିଜୟ ପାଇଁ ୨୭୯ ରନର ଟାର୍ଟେଟ ଦେଇଥିଲେ ଯାହାକୁ ଭାରତ ୨୫ ବଲ ପୂର୍ବରୁ ହାସଲ କରିଥିଲେ|ଏହି ବିଜୟର ହିରୋ ଶ୍ରେୟସ ଆୟର ଓ ଈଶାନ କିଶାନ ଅଟନ୍ତି|ଶ୍ରେୟସ ୧୧୩ ରନର ଶତକୀୟ ପାଳି ଖେଳିଥିଲେ|ଇଶାନ ୯୩ ରନ କରିଥିଲେ|ଦୁହିଁଙ୍କ ଫଳରେ ଦଳ ସହଜରେ ବିଜୟ ହାସଲ କରିଥିଲେ|
ଟାରଗେଟକୁ ପିଛା କରି ଭାରତର ପ୍ରାରମ୍ଭିକ ଖରାପ ଫଳରେ ୪୮ ରନରେ ୨ ୱିକେଟ ହରାଇଥିଲେ|ଅଧିନାୟକ ଶିଖର ୧୩ ରନ କରି ବୋଲ୍ଡ ହେଲେ ଓ ଶୁଭମ ଗିଲ ୨୬ ବଲରୁ ୨୮ କରିଥିଲେ ଯେଉଁଥିରେ ୫ ଚଉକା ସାମିଲ ଥିଲା|
ଦୁଇ ୱିକେଟ ହରାଇବା ପରେ ଇଶାନ ଓ ଶ୍ରେୟସ ଦଳ ସମ୍ଭାଳିଥିଲେ|ଇଶାନ ୬୦ ବଲରେ ଅର୍ଦ୍ଧ ଶତକ ଓ ଶ୍ରେୟସ ୪୮ ବଲରେ ୫୦ ରନ କରିଥିଲେ|
Series leveled 1️⃣-1️⃣ 👏🏻👏🏻
A magnificent run-chase by #TeamIndia against South Africa to register a victory by 7️⃣ wickets in Ranchi! 🙌🏻
Scorecard ▶️ https://t.co/6pFItKAJW7 #INDvSA | @mastercardindia pic.twitter.com/cLmQuN9itg
— BCCI (@BCCI) October 9, 2022
ଅର୍ଦ୍ଧ ଶତକ ପରେ ଈଶାନ ଆକ୍ରମଣ କରିଥିଲେ ଓ ତିନି ଟି ଭଲ ଛକା ମାରିଥିଲେ|ଏଭଳି ଲାଗିଲା ଈଶାନ ଆନ୍ତର୍ଜାତିକ କ୍ୟାରିଅରର ପ୍ରଥମ ଶତକ ମାରିବେ କିନ୍ତୁ ସେ ୮୪ ବଲରେ ୯୩ ରନ କରି ଥିଲେ ଯେଉଁଥିରେ ୭ ଛକା ଓ ୪ ଚୈକା ରହିଥିଲା|
କିଶାନ ଓ ଶ୍ରେୟସ ତୃତୀୟ ୱିକେଟ ପାଇଁ ୧୬୧ ରନର ପାର୍ଟନରସିପ କରିଥିଲେ|ଶ୍ରେୟସ ରାବଡାଙ୍କ ଫ୍ରି ହିଟ୍ ବଲରେ ଚୈକା ମାରି କ୍ୟାରିଅରର ଦ୍ୱିତୀୟ ଶତକ ପୂରା କରିଥିଲେ|ଏହାପରେ ସଞ୍ଜୁ ସାମସନ ଅପରାଜିତ ୩୦ ରନ କରିଥିଲେ|
ଏହା ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭ ୱିକେଟରେ ୨୭୮ ରନ କରିଥିଲେ|ଏଡେନ ମାର୍କରମ୍ ୭୯ ଓ ହ୍ୟାଣ୍ଡ୍ରିକ୍ସ ୭୪ ରନ କରିଥିଲେ|ଦୁହେଁ ତୃତୀୟ ୱିକେଟ ଯୋଡିପାଇ ୧୨୯ ରନ କରିଥିଲେ|ଡେଭିଡ ମିଲର ଅପରାଜିତ ୩୫ ରନ କରିଥିଲେ|ଭାରତ ପକ୍ଷରୁ ସର୍ବାଧିକ ମହମ୍ମଦ ସିରାଜ ୩ ୱିକେଟ ନେଇଥିଲେ|ୱସିଙ୍ଗଟନ୍,ସାହବାଜ୍,ଶାର୍ଦୁଲ ଓ କୁଳଦୀପ ଗୋଟିଏ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ|