ଟ୍ୟୁସନ୍‌ ସାର୍‌ ଓ ମା‘ର ଲଭ୍‌ଷ୍ଟୋରୀରେ ପାଚେରୀ ହୋଇକି ଥିଲା ଛୋଟ ପୁଅ,ତେଣୁ ମା ତାକୁ ମାରିଦେଲା

0

Get real time updates directly on you device, subscribe now.

ମନ କିଣିନେଲା ଟ୍ୟୁସନ ମାଷ୍ଟର । ନିଜ ଛୁଆଙ୍କୁ ପାଠ ପଢ଼ାଇବାକୁ ଆସୁଥିବା ଟ୍ୟୁସନ ସାରଙ୍କ ପ୍ରେମରେ ପାଗଳି ହେଲା ଜନ୍ମକଲା ମା । ହେଲେ ପ୍ରେମ ରାସ୍ତାରେ କଣ୍ଟା ସାଜୁଥିଲା କୁନି ପୁଅ । ଆଉ ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ନିଜ ରାସ୍ତାର କଣ୍ଟାକୁ ନିଜ ହାତରେ ହଟାଇଲା । କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ଏହା ଏକଦମ ସତ । ଏଭଳି ସ୍ପର୍ଶକାତର ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଟିଆପଡା ଗାଁରେ ।
ଦୁହିଡିପୁର ଗାଁର ସସ୍ମିତା ନାଥ ମାଟିଆପଡା ଗାଁର ସୁକାନ୍ତ ନାଥଙ୍କୁ ବିବାହ କରିଥିଲେ । ସସ୍ମିତା ଓ ସୁକାନ୍ତଙ୍କର ତିନୋଟି ପିଲା ଥିବାବେଳେ ସସ୍ମିତାଙ୍କ ସ୍ୱାମୀ ସୁକାନ୍ତ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ ।

ସସ୍ମିତା ଓ ତା ସ୍ବାମୀ ପଟ୍ଟାମୁଣ୍ଡାଇରେ ପିଲାଙ୍କ ପାଠପଢ଼ା ପାଇଁ ଭଡା ନେଇ ରହୁଥିଲେ । ଆଉ ସେମାନଙ୍କୁ ଟ୍ୟୁସନ କରୁଥିଲେ ଲକ୍ଷ୍ମୀଧର ବାଇ । ତେବେ ସ୍ୱାମୀଙ୍କ ଅନୁପସ୍ଥିତିରେ ସସ୍ମିତା ଗୁପ୍ତିରା ଗାଁର ଲକ୍ଷ୍ମୀଧର ବାଇଙ୍କୁ ପ୍ରେମ କରି ବସିଥିଲେ । ଦୀର୍ଘଦିନ ଧରି ସସ୍ମିତା ଓ ଲକ୍ଷ୍ମୀଧରଙ୍କ ସହ ନିବିଡ଼ ସମ୍ପର୍କ ଗଢି ଉଠିଥିଲା । ତେବେ ସସ୍ମିତା ଓ ଲକ୍ଷ୍ମୀଧର ଉଭୟେ ଘର ଓ ପରିବାର ଛାଡି ବିବାହ କରି ଅନ୍ୟତ୍ର ରହିବେ ବୋଲି ନିଷ୍ପତି ନେଇଥିଲେ ।

ସସ୍ମିତା ତାଙ୍କ ବଡ଼ପୁଅ ଓ ଝିଅକୁ ନିଜ ବାପଘରେ ଛାଡି ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସସ୍ମିତାଙ୍କ ପ୍ରେମରେ କଣ୍ଟା ସାଜିଥିଲା ତିନି ବର୍ଷ ବୟସର ସାନପୁଅ । ସାନପୁଅକୁ ନେଇ ବିଭିନ୍ନ ସମୟରେ ସସ୍ମିତା ଓ ଲକ୍ଷ୍ମୀଧରଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଶେଷରେ ସାନପୁଅକୁ ହଟାଇବାକୁ ଉଭୟ ପ୍ରେମୀଯୁଗଳ ନିଷ୍ପତ୍ତି ନେଇଥିଲେ । ଯେଉଁଥିପାଇଁ ନିଷ୍ପାପ ଶିଶୁଟି ନିଜ ମା’ର ପ୍ରେମନିଶା ପାଇଁ ବଳି ପଡିଥିଲା । ଆଉ ନାଟକୀୟ ଢଙ୍ଗରେ ପୁଅକୁ ହତ୍ୟା କରି ଛାତ ଉପରୁ ପଡି ଯାଇଥିବା କହି ସସ୍ମିତା ମୃତ ଶିଶୁପୁତ୍ରକୁ ମେଡିକାଲ ଆଣିଥିଲେ।

ଯେଉଁଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିବା ପରେ କାହାକୁ କିଛି ନଜଣାଇ ଶିଶୁପୁତ୍ରକୁ ପୋତି ଦେଇଥିଲେ । ତେବେ ଗତକାଲି ଲକ୍ଷ୍ମୀଧର, ସସ୍ମିତାଙ୍କ ବାପଘରକୁ ଯାଇଥିବା ସମୟରେ ସସ୍ମିତାଙ୍କ ବଡ଼ପୁଅ ଓ ଝିଅ ଆସାମୀ ଲକ୍ଷ୍ମୀଧରକୁ ଚିହ୍ନିବା ସହିତ ନିଜ ମାମୁଁ ଘରେ ବଖାଣି କହିଥିଲେ ମା’ର ପ୍ରେମକାହାଣୀ । ଏହାପରେ ଗ୍ରାମବାସୀ ଲକ୍ଷ୍ମୀଧରକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ ।ଅଭିଯୋଗ ପାଇବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ତାପରେ ଶିଶୁପୁତ୍ରର ଶବ ଉଦ୍ଧାର କରିବା ସହିତ ସହିତ ତଦନ୍ତ ଜାରି ରଖିଛି ପୋଲିସ୍ ।

Leave A Reply

Your email address will not be published.