ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ । ଶିଖର ଧାୱନ୍ ଅଧିନାୟକ । ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ

0

Get real time updates directly on you device, subscribe now.

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦିନିକିଆ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ଶିଖର ଧଓ୍ୱନଙ୍କୁ ଅଧିନାୟକ ଦାୟିତ୍ୱ, ଶ୍ରେୟସ ଆୟର ଉପଅଧିନାୟକ ମିଳିଛି । ସାମିଲ ହୋଇଥିବା ଅପେକ୍ଷାକୃତ ଯୁବ ଟିମର ନୂଆ ମୁହଁ ହେଲେ ରଜତ ପଟିଦାର ଓ ମୁକେଶ କୁମାର ।
ସେହିପରି ଟିମ୍‌କୁ ଫେରିଛନ୍ତି ସଂଜୁ ସାମସନ ଓ କୁଳଦୀପ ଯାଦବ । ୧୬ ଜଣିଆ ଦଳରେ ରୁତୁରାଜ ଗାଏକଓ୍ୱାଡ, ଶୁଭମନ ଗିଲ୍, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ, ସଞ୍ଜୁ ସାମସନ୍, ଶାହବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋଇ, ମୁକେଶ କୁମାର, ଅବେଶ ଖାନ୍, ସିରାଜ, ଚହରଙ୍କୁ ସ୍ଥାନ ମିଳିଛି । ଆସନ୍ତା ୬, ୯ ଓ ୧୧ ତାରିଖରେ ଉଭୟ ଟିମ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଆସନ୍ତା ଅକ୍ଟୋବର ୬ରେ ଲକ୍ଷ୍ନୌରେ ପ୍ରଥମ ମ୍ୟାଚ, ଅକ୍ଟୋବର ୯ରେ ରାଂଚିରେ ଦ୍ୱିତୀୟ ମ୍ୟାଚ୍ ଓ ଅକ୍ଟୋବର ୧୧ରେ ତୃତୀୟ ତଥା ଅନ୍ତିମ ଓ୍ୱାନ୍ ଡେ ଦିଲ୍ଲୀରେ ଖେଳାଯିବ ।
ତେବେ ବନ୍ଧୁଗଣ ଆପଣ ମାନେ ତୋ ଜାଣିଥିବେ ନିୟମିତ କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ରିଷଭ ପନ୍ଥଙ୍କ ପରି କ୍ରିକେଟର୍ ଏହି ସିରିଜ ଖେଳିବେ ନାହିଁ । କାରଣ ଅକ୍ଟୋବର ୨୩ରୁ ଆରମ୍ଭ ହେଉଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ସେମାନେ ପ୍ରସ୍ତୁତି କରିବେ । ଏବେ ଏହି ଦୁଇ ଦଳ ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଟି-୨୦ ଲଢ଼େଇ ଚାଲିଥିବା ବେଳେ ଦିନିକିଆ ଲଢ଼େଇକୁ ସମସ୍ତଙ୍କ ଅପେକ୍ଷା ରହିଛି । ଦିନିକିଆ ସିରିଜ୍‌ ପାଇଁ ମଧ୍ୟ ପ୍ରଦେଶ ବ୍ୟାଟସମ୍ୟାନ ରଜତ ପାଟିଦାର ଏବଂ ପଶ୍ଚିମବଙ୍ଗର ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସାମିଲ୍ କରାଯାଇଛି ।
ମହମ୍ମଦ ଶାମିଙ୍କ ବ୍ୟତୀତ ଟି-୨୦ ବିଶ୍ଵ କପ୍‌ ପାଇଁ ଭାରତର ସମସ୍ତ ରିଜର୍ଭ ଖେଳାଳି ଦୀପକ ଚହର, ଶ୍ରେୟସ ଆୟର ଏବଂ ରବି ବିଷ୍ନୋଇଙ୍କୁ ଦିନିକିଆ ଶୃଙ୍ଖଳା ପାଇଁ ଚୟନ କରାଯାଇଛି । ତେବେ ବିଶ୍ୱକପ୍‌ ପୂର୍ବରୁ ଦୁଇଦଳ ନିଜର ପ୍ରସ୍ତୁତି ଏହି ଖେଳରେ ଦେଖାଇବାକୁ ଜୋରଦାର ଉଦ୍ୟମ କରୁଛନ୍ତି ।
Leave A Reply

Your email address will not be published.