ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ଆଜି 5G ସର୍ଭିସ ଲଞ୍ଚ କରିଦେଇଛି | ଏହାସହିତ କିଛି ସହରରେ ଆଜିଠାରୁ ହିଁ 5G ସର୍ଭିସ ମିଳିବାକୁ ଲାଗିଲାଣି | ହୁଏତ ଦେଶର ସବୁ ସହରରେ 5G ସର୍ଭିସ ଆଜିଠାରୁ ମିଳିନପାରେ, କିନ୍ତୁ ଆସନ୍ତା ବର୍ଷର ଶେଷ ସୁଦ୍ଧା ଏହି ସର୍ଭିସକୁ ପ୍ୟାନ ଇଣ୍ଡିଆ ଲେଭଲରେ ପହଞ୍ଚାଇ ଦିଆଯିବ | ଅର୍ଥାତ ଦେଶର କୋଣ କୋଣରେ 5G ସର୍ଭିସ ମିଳିବାକୁ ଲାଗିବ | ତେବେ ପ୍ରଶ୍ନ ଏହା ରହିଛି ଯେ ଏଥିପାଇଁ ଆପଣଙ୍କୁ କେତେ ପଇସା ଖର୍ଚ୍ଚ କରିବାକୁ ପଡିବ |
କୌଣସି କମ୍ପାନୀ ନିଜର 5G ଡାଟା କିମ୍ବା 5G ରିଚାର୍ଜ ପ୍ଲାନର ସୂଚନା ଦେଇନାହିଁ | ତେବେ ରିଲାଏନ୍ସ ଜିଓର ଚେୟାରମ୍ୟାନ ମୁକେଶ ଅମ୍ବାନୀ କହିଛନ୍ତି ଯେ ଭାରତରେ ଜିଓ ଶସ୍ତା 5G ସର୍ଭିସ ନେଇ ଆସିବ |
ସେ ଇଣ୍ଡିଆନ ମୋବାଇଲ କଂଗ୍ରେସରେ 5G ଲଞ୍ଚ ସମୟରେ କହିଛି, ” ଭାରତ ହୁଏତ କିଛି ସମୟ ଡେରିରେ ଆରମ୍ଭ ହୋଇପାରେ, କିନ୍ତୁ ଆମେ ଦୁନିଆ ତୁଳନାରେ ଉଚ୍ଚ ଗୁଣବତ୍ତା ଏବଂ ଅଧିକ ଲାଭଦାୟକ 5G ସେବାକୁ ଆରମ୍ଭ କରିବ |”
ମୁକେଶ ଅମ୍ବାନୀ କହିଛନ୍ତି, “ମୁଁ ଡିସେମ୍ବର ୨୦୨୩ ସୁଦ୍ଧା ଆମ ଦେଶର ସବୁ ସହର, ସବୁ ତହସିଲରେ 5G ପହଞ୍ଚାଇବା ପାଇଁ ଜିଓର ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ଚାହୁଁଛି | ଜିଓର ଅଧିକାଂଶ 5G ଟେକ୍ନୋଲୋଜି ଭାରତରେ ବିକଶିତ କରାଯାଇଛି, ତେଣୁ ଆତ୍ମନିର୍ଭର ଭାରତର ସିଲ ଏହା ଉପରେ ଲାଗିଛି |”
କେତେ ଟଙ୍କାର ହେବ ପ୍ଲାନ ?
ସେ କହିଛନ୍ତି, ” ଭାରତରେ 5G ର ରୋଲଆଉଟ ଭାରତର ଦୂରସଂଚାର ଇତିହାସରେ କୌଣସି ସାଧାରଣ ଘଟଣା ନୁହେଁ | ଏହା ୧୪୦ କୋଟି ଭାରତୀୟଙ୍କ ଆଶା ଏବଂ ଉଚ୍ଚ ଆକାଂକ୍ଷାକୁ ନିଜ କାନ୍ଧ ଉପରେ ଉଠାଇଛି | 5G ସହିତ ଭାରତ ସମସ୍ତଙ୍କ ଡିଜିଟାଲ ସହିତ ଏବଂ ସମସ୍ତଙ୍କ ଡିଜିଟାଲ ବିକାଶ ଦିଗରେ ଦୃଢ ପଦକ୍ଷେପ ଉଠାଇବ |”
ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ଯେ ଆପଣଙ୍କୁ ରିଚାର୍ଜ ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | କିନ୍ତୁ ଟେଲିକମ କମ୍ପାନୀ ଲଗାତାର 5G ପ୍ଲାନର ମୂଲ୍ୟକୁ ନେଇ କହୁଛି ଯେ ଏହା 4G ପରି ହେବ | ଏହା ତ ନିଶ୍ଚିତ ଯେ 5G ରିଚାର୍ଜ 4G ତୁଳନାରେ ଅଧିକ ମୂଲ୍ୟ ହେବାକୁ ଯାଉଛି, କିନ୍ତୁ ଦୁନିଆର ଅନ୍ୟ ଦେଶ ତୁଳନାରେ ଆମର ଖର୍ଚ୍ଚ କମ ହୋଇପାରେ |