ରୋହିତ ଶର୍ମା: ଜଣାନାହିଁ କାହିଁକି ଏହି ଖେଳାଳୀଙ୍କ ଉପରେ ଦୟା ଦେଖାଉଛନ୍ତି ରୋହିତ ଶର୍ମା? ଖରାପ ପ୍ରଦର୍ଶନ ପରେ ମଧ୍ୟ ଦେଉଛନ୍ତି ସୁଯୋଗ
ଭାରତୀୟ ଦଳ:-
ଟି-୨୦ ବିଶ୍ଵକପ ୨୦୨୨ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚବିଶିଷ୍ଟ ସିରିଜ ଖେଳିଥିଲା, ଯାହାକୁ ଭାରତ ୨-୧ ରେ ନିଜ ନାମରେ କରିଛି। ଏହି ସିରିଜରେ ଏକ ଖେଳାଳୀ ବହୁତ ଖରାପ ପ୍ରଦର୍ଶନ ଦେଖାଇଛନ୍ତି। ଏହି ଖେଳାଳୀ ଭାରତୀୟ ଦଳର ମୁଣ୍ଡବ୍ୟଥାର କାରଣ ହୋଇଯାଇଛନ୍ତି।
ଏହି ଖେଳାଳୀ କରିଲେ ଖରାପ ପ୍ରଦର୍ଶନ:-
ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ ହର୍ଷଲ ପଟେଲ ବହୁତ ଖରାପ ପ୍ରଦର୍ଶନ ଦେଖାଇଛନ୍ତି। ସେ ନିଜର ଲାଇନ ଓ ଲେଂଥରୁ ସମ୍ପୂର୍ଣ ରୂପରେ ଭଟକି ଯାଇଛନ୍ତି। ତାଙ୍କ ବିରୁଦ୍ଧରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ବହୁତ ରନ କରିଲେ। ହର୍ଷଲ ପଟେଲ ନିଜ ନାମର ଅନୁରୂପ ପ୍ରଦର୍ଶନ କରିବାରେ ବିଫଳ ହେଲେ। ଏମିତିରେ ଅନେକ ଦିଗ୍ଗଜ କ୍ରିକେଟର୍ସ ତାଙ୍କ ଦଳରେ ରହିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି। ଏହି ଖେଳାଳୀ ଭାରତୀୟ ଦଳ ଉପରେ ବଡ ବୋଝ ହୋଇଯାଇଛନ୍ତି। ହର୍ଷଲ ପଟେଲ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳର ପରାଜୟର ବଡ କାରଣ ଅଟନ୍ତି। ପୁଣି ଅଧିନାୟକ ରୋହିତ ଶର୍ମା ତାଙ୍କୁ ଦଳରେ ଲଗାତାର ସୁଯୋଗ ଦେଉଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଲୁଟାଇଲେ ରନ:-
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ହର୍ଷଲ ପଟେଲ ତାଙ୍କ ଚାରି ଓଭରରେ ୪୯ ରନ ଦେଇଥିଲେ ଏବଂ ସେ କୌଣସି ୱିକେଟ ନେଇପାରିନଥିଲେ। ଏଥିସହିତ ଦ୍ୱିତୀୟ ଟି-୨୦ ମ୍ୟାଚର୍ରେ ମଧ୍ୟ ତାଙ୍କର ଖରାପ ଫର୍ମ ଜାରି ରହିଥିଲା। ଦ୍ୱିତୀୟ ମ୍ୟାଚରେ ସେ ଦୁଇଟି ଓଭରରେ ୩୨ ରନ ଦେଇଥିଲେ। ସିରିଜର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ହର୍ଷଲ ପଟେଲ ୨ ଓଭରରେ ୧୮ ରନ ଦେଇଥିଲେ ଏବଂ କେବଳ ଗୋଟିଏ ୱିକେଟ ନେଇଥିଲେ। ଏଭଳି ପରିସ୍ଥିତିରେ ଅର୍ଶଦୀପ ସିଂ ଫେରିବା ମାତ୍ରେ ତାଙ୍କ ସ୍ଥାନ ଉପରେ ବିପଦ ପଡିପାରେ।
କରିଲେ ଏହି ଖରାପ ରେକର୍ଡ:-
୨୦୨୨ ମସିହାରେ ହର୍ଷଲ ପଟେଲଙ୍କ ନାମ ଏକ ବହୁତ ଶର୍ମନାକ ରେକର୍ଡ ରହିଗଲା। ୨୦୨୨ରେ ହର୍ଷଲ ପଟେଲ ସବୁଠାରୁ ଅଧିକ ଛକା ଖାଇଛନ୍ତି। ଏହି ବର୍ଷ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୩ଟି ଛକା ଦେଇଛନ୍ତି। ହର୍ଷଲଙ୍କ ପୂର୍ବରୁ ଏହି ରେକର୍ଷ ଏଡମ ଜାମ୍ପାଙ୍କ ନାମରେ ଥିଲା, ଯାହାକି ସେ ୨୦୨୧ ମସିହାରେ ୩୨ଟି ଛକା ଦେଇଥିଲେ। ହର୍ଷଲ ପଟେଲଙ୍କୁ ଡେଥ ଓଭର୍ସର ସ୍ପେଶାଲିଷ୍ଟ ବୋଲର ମନାଯାଏ। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଜାଦୁ ଦେଖାଇବାରେ ବିଫଳ ହେଲେ।