ଦୁନିଆର ସବୁଠାରୁ ଭୟଙ୍କର ସ୍ଥାନ। ଯାହାକୁ ଦୁନିଆର ନର୍କ ବୋଲି ମଧ୍ୟ କୁହାଯାଏ। ଏହି ସ୍ଥାନର ନାମ ଶୁଣିଲେ ଲୋକମାନଙ୍କର ନିଦ ମଧ୍ୟ ହଜିଯାଏ। ସେହି ସ୍ଥାନରେ ଘୁରି ବୁଲୁଛନ୍ତି ଅଶାନ୍ତ ଆତ୍ମାମାନେ। ସନ୍ଧ୍ୟା ହେଲେ ସେଠାରୁ ଶୁଣିବାକୁ ମିଳେ ଯନ୍ତ୍ରଣାର ଚିତ୍କାର। ସେଠାକୁ ଗଲେ ଯେଉଁ କଷ୍ଟ ମିଳେ ତାହା ଯମ ଯନ୍ତ୍ରଣା ଠାରୁ ମଧ୍ୟ ଆହୁରି ଭୟଙ୍କର। ଏହା ପଚାର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ସ୍ଥାନକୁ ଯିଏବି ଯାଏ ସେଠାରୁ ସେ ଜୀବିତ ଫେରନ୍ତି ନାହିଁ। ଏହା ଭାରତ ଇତିହାସର ଏକ କଳା ଅଧ୍ୟାୟ ସୃଷ୍ଟି କରିଛି।
ଯେତେବେଳେ ଇଂରେଜମାନେ ଭାରତ ଉପରେ ଅତ୍ୟାଚାର କରୁଥିଲେ। ସେମାନେ ବୁଢା ବାପା-ମାଆଙ୍କ ସାମ୍ନାରେ ଯବାନ ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରୁଥିଲେ। ମାଆ କୋଳରୁ ପିଲାକୁ ଛଡାଇ ନେଇ ଗଳା ଚିପି ମାରିଦେଉଥିଲେ। କୁଲି ପ୍ରଥା ନାମରେ ଭାରତୀୟମାନଙ୍କ ଉପରେ ଚାବୁକ ମାଡ। କୁକୁର ମାଛି ଭଳି ସାଧାରଣ ଲୋକଙ୍କର ଜୀବନକୁ ମଧ୍ୟ ନେଇଯାଉଥିଲେ। ଦିନକୁ ଦିନ ଇଂରେଜମାନଙ୍କର ଅତ୍ୟାଚାର ବଢିଚାଲିଥିଲା। ଯେତେବଳେ ୧୮୫୭ ମସିହାରେ ଭାରତ ନିଜର ସ୍ଵାଧୀନତା ପାଇଁ ଲଢେଇ କରିଥିଲା ସେତେବେଳେ ବ୍ରିଟିଶ ସରକାର ଡରି ଯାଇଥିଲା। ସେମାନେ ଭାବିଲେ ଏବେ ଭାରତୀୟମାନେ ସବୁ ମିଶି ଆମକୁ ତଡି ଦେବେକି। ସେଥିପାଇଁ ଇଂରେଜମାନେ ରଚିଲେ ଷଡଯନ୍ତ୍ର। ଯେମିତି ସେମାନଙ୍କ ବିରୁଦ୍ଧରେ କେହିବି ପ୍ରଶ୍ନ କରିଅପରିବେ ନାହିଁ ଓ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ମିଳିବ ସେଥିପାଇଁ ସେମାନେ ଏକ କାରାଗାର ପ୍ରସ୍ତୁତ କରିଲେ।
କାରାଗାରର ନାମ ଶୁଣିଲେ କଏଦୀମାନେ ଡରନ୍ତି। ଏହି କାରାଗାରର ନାମ ଶୁଣିଲେ ଆପଣଙ୍କ ଦେହ ଶୀତେଇ ଉଠିବ। ଜେଲକୁ ଏମିତି ପ୍ରସ୍ତୁତ କରଯାଇଥିଲାକି ଜଣେ କଏଦୀ ଆଉ ଜଣେ କଏଦୀଙ୍କ ସଂସ୍ପର୍ଶରେ ଆସିପାରିବ ନାହିଁ। ସେମାନଙ୍କୁ ପ୍ରାୟତଃ ଏକ ଲୁହା ଜଞ୍ଜିରରେ ବାନ୍ଧି ରଖାଯାଉଥିଲା। ଖରାପ ବାସନରେ ଖାଇବା ଦେବା ସହିତ ଖରାପ ପାଣି ଦିଆଯାଉଥିଲା। କଏଦୀମାନଙ୍କୁ ଚାବୁକରେ ପିଟିବା ସହିତ ବଳଦ ଭଳି ତେଲ ପିସିବାକୁ କୁହାଯାଉଥିଲା। ଯଦି କେହି ଏହାର ବିରୁଦ୍ଧରେ କିଛି କହୁଥିଲେ ତାଙ୍କୁ ତୋପ ଆଗରେ ରଖି ତାଙ୍କୁ ଉଡାଇ ଦିଆଯାଉଥିଲା। ଏଠାକୁ ଆସୁଥିବା କଏଦୀମାନେ ଅନେକ କଏଦୀ ଆତ୍ମହତ୍ୟା କରିଛନ୍ତି। ଯଦି ଏହି ଜେଲରୁ କେବେ କେହି ଖସିଯିବାକୁ ଚେଷ୍ଟା କରନ୍ତି ଓ ପରେ ଧରାପଡିଯାନ୍ତି ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଫାଶୀ ଦେଇଦିଆଯାଏ।
ତେବେ ଏହି ଜେଲଟି ହେଉଛି କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ପୋର୍ଟବ୍ଲେୟରରେ ଥିବା ଇଂରେଜମାନଙ୍କ ଦ୍ଵାରା ନିର୍ମାଣ ହୋଇଥିବା କଳାପାଣି ଜେଲ। ଏହି ଜେଲକୁ ଇଂରେଜମାନେ ନିର୍ମାଣ କରିଥିଲେ। ଏଠାରେ ଅନେକ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଏହି ଜେଲରେ ଆମ ଦେଶର ଅନେକ ସ୍ଵାଧୀନତା ସଂଗ୍ରାମୀ ମଧ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ମଧ୍ୟ ଏହି ଜେଲରେ ହୋଇଥିଲା।