ଏମିତି ବି ପ୍ରେମ ହୁଏ , ନିଜ ସ୍ୱାମୀକୁ ଅନ୍ୟ ଜଣେ ମହିଳାଙ୍କ ସହ ବିବାହ କରେଇଲେ ସ୍ତ୍ରୀ

0

Get real time updates directly on you device, subscribe now.

ପ୍ରେମ, ବୋଧହୁଏ ଏହି ଶବ୍ଦଟି ବର୍ତ୍ତମାନ କଳଙ୍କିତ ଅବସ୍ଥାରେ ପହଞ୍ଚିଛି। ପ୍ରେମ ନାଁରେ କେବଳ ଧୋକା ଏବଂ ପ୍ରତାରଣା ହିଁ ଦେଖିବାକୁ ମିଳୁଛି। ଏମିତିକି ଏହି ପ୍ରେମର ଦ୍ୱାହି ଦେଇ କିଏ କାହାକୁ ହତ୍ୟା କରି ଦେଉଛି ତ ଆଉ କିଏ କାହାର ଇଜ୍ଜତ ମଧ୍ୟ ଲୁଟି ନେଇଛି। କିନ୍ତୁ ଏହି ଘଟଣା ସେମିତି ନୁହେଁ। ସମସ୍ତଙ୍କ ପ୍ରେମ କାହାଣୀଠାରୁ ଅଲଗା ତିରୁପତିର ଏହି ପ୍ରେମ କାହାଣୀ। ପ୍ରେମର ମାନେ ଯେ ତ୍ୟାଗ, ଏହି କଥାକୁ ବହୁତ ଭଲ ସେ ବୁଝିଛନ୍ତି ଏଠାକାର ମହିଳା। ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।

ଆନ୍ଧ୍ରପ୍ରଦେଶର ତିରୁପତିରୁ ଦେଖିବାକୁ ମିଳିଛି ଏକ ନିଆରା ପ୍ରେମ କାହାଣ। ପ୍ରେମରେ ତ୍ୟାଗ କଥା ଉଠିଲେ ହୁଏତ କିଏ ଟଙ୍କା-ପଇସା କିମ୍ବା ନିଜ ଜବ ଛାଡି ଦେଇଥିବାର ମାମଲା ଆପଣ ଶୁଣିଥିବେ। କିନ୍ତୁ ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପ୍ରେମକୁ ସମ୍ମାନ ଜଣାଇ ନିଜ ଶଙ୍ଖା-ସିନ୍ଦୁର ଆଉ ନିଜ ଖୁସିକୁ ବଳି ଦେଇଛନ୍ତି। ଅନ୍ୟ ଜଣେ ମହିଳାଙ୍କ ସହ ସ୍ୱାମୀୁ ବିବାହ କରି ଦେଇଛନ୍ତି ସ୍ତ୍ରୀ। କଲ୍ୟାଣ ନାମକ ଜଣେ ଯୁବକଙ୍କ ବିମଳାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏବଂ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

କିନ୍ତୁ ଏହି ସମୟରେ ଉଭୟଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ କଲ୍ୟାଣଙ୍କ ପୂର୍ବ ପ୍ରେମିକା ନିତ୍ୟାଶ୍ରୀ। ଫଳରେ କଲ୍ୟାଣ ଏବଂ ବିମଳାଙ୍କ ମଧ୍ୟରେ ମନମାଳିନ୍ୟ ଆରମ୍ଭ ହୋଇଯାଏ। କଲ୍ୟାଣଙ୍କ ବିବାହ ହେଉଥିବା ଜାଣି ନିତ୍ୟାଶ୍ରୀ ତାଙ୍କ ଘରେ ପହଞ୍ଚି ଯାଇଥିଲେ। ଏହାପରେ ତିନି ଜଣଙ୍କ ମଧ୍ୟରେ ବଲିଉଡ ଫିଲ୍ମର ଆଉ ଏକ ଷ୍ଟୋରୀ ଆରମ୍ଭ ହୋଇଥିଲା। ହାତଯୋଡି ପ୍ରେମିକଙ୍କୁ ଫେରାଇ ଦେବା ପାଇଁ ବିମଳାଙ୍କ ଆଗରେ ନିତ୍ୟାଶ୍ରୀ ଗୁହାରୀ କରିଥିଲେ।

ଏହାପରେ ନିତ୍ୟାଙ୍କ ପ୍ରେମ ଆଉ ସ୍ୱାମୀ କଲ୍ୟାଣଙ୍କ ଖୁସି ପାଇଁ ନିଜ ସିନ୍ଦୁରକୁ ଜଳାଞ୍ଜଳୀ ଦେଇଛଡ଼୍ତ ବିମଳା। ବୈଦିକ ରୀତିରେ ଉଭୟଙ୍କ ସହ ସେ ବିବାହ କରାଇଛନ୍ତି। ତେବେ ସବୁଠୁ ବଡ ଆଶ୍ଚର୍ଯ୍ୟର ଘଟଣା ହେଉଛି ଏବେ ସମସ୍ତେ ଗୋଟିଏ ଘରର ଛାତ ତଳେ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିବାହ ସମୟରେ କଲ୍ୟାଣ ବିମଳା ଏବଂ ନିତ୍ୟାଶ୍ରୀଙ୍କର ଏକ ଫଟୋ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.