ପ୍ରଥମେ ମୋନ ମାଆଙ୍କୁ ବାପା ବହୁତ ମାଡ ମାରିଲେ। ଆଉ ତାପରେ ମୋ ମାଆ ତଳେ ପଡିଗଲା ପରେ ତାକୁ ବାପା ମାଡି ବସିଲେ। ମୋ ମା ଚିତ୍କାର କରୁଥିଲା ବେଳେ ମୋ ବାପା ମୋ ମାଆଙ୍କର ତଣ୍ଟି ଚିପି ମାରିଦେଲେ। ଏକଥା ଆମେ କହୁନାହୁଁ, ଏକଥା କହୁଛି ମୃତ ଦୀପିକାଙ୍କର କୁନି ଛୁଆ ମାହି। ଝିଅ ଆଗରେ ମାଆର ହତ୍ୟା ପୁଣି ଏହି ହତ୍ୟା ବାପା କରିଥିଲେ। ଝିଅ ଅନେକ ଥର କାନ୍ଦି କହିବା ପରେ ମଧ୍ୟ ତା ବାପା ତା କଥା ଆଦୌ ଶୁଣିନଥିଲେ।
ଦାଦନ ଖଟିବାକୁ ଯାଇଥିବା ଆନ୍ଧ୍ରର କାକିନଡାରେ ଏମିତି ଘଟଣା ଘଟିଛି। ତେବେ ସୂଚନା ଅନୁସାରେ ଦାଦନ ଖଟିବାକୁ ଯାଇଥିବା ନବରଙ୍ଗପୁର ମାଣିକ ଓ ତାଙ୍କର ସ୍ତ୍ରୀ ଦୀପିକା। ସେଠାରେ ସ୍ଵାମୀ ମାଣିକ ଏକ ହୋଟେଲରେ କାମ କରୁଥିଲେ। ଓ ତାଙ୍କର ଏକ ଝିଅ ମଧ୍ୟ ଅଛି। ସ୍ଵାମୀ ନିଜର ସ୍ତ୍ରୀଙ୍କର ହତ୍ୟା କରିଦେଇଛନ୍ତି। ସୂଚନା ଅନୁସାରେ ମାଣିକ ହୋଟେଲ ମ୍ୟାନେଜମେଣ୍ଟ କରିଛନ୍ତି ଓ ସେ ବିବାହ ସମୟରେ କୌଣସି କାମ କରୁନଥିଲେ। ଠିକ ସେହି ସମୟରେ ତାଙ୍କର ବିବାହ ମଧ୍ୟ ଦୀପିକାଙ୍କ ସହିତ ହୋଇଥିଲା।
କିନ୍ତୁ ଦୀପିକା ତାଙ୍କ ବାପଘରୁ କୌଣସି ଯୌତୁକ ଆଣିନଥିଲେ। ବାହାଘରର ୫ ବର୍ଷ ପରେ ମାଣିକ ଓ ତାଙ୍କର ଘର ଲୋକ ଦୀପିକାଙ୍କୁ ଯୌତୁକ ନିର୍ଯାତନ ଦେଇଥିଲେ। ଯାହାଫଳରେ ଦୀପିକା ଯାଇ ନିଜ ବାପଘରେ ରହିଥିଲେ ଓ ପୋଲିସ ନିକଟରେ ଏକ ଅଭିଯୋଗ କରିଥିଲେ। ଯାହାପରେ ମାଣିକଙ୍କ ଘର ଲୋକ ଦୀପିକାଙ୍କ ଘରକୁ ଆସି ତାଙ୍କୁ ବୁଝାଇଥିଲେ କିନ୍ତୁ ସେ ଆଦୌ ମାନିନଥିଲେ।
କିନ୍ତୁ କିଛି ବର୍ଷ ପରେ ସବୁକିଛି ଠିକ ହୋଇଯାଇଥିଲା। ଉଭୟ ସ୍ଵାମୀ ସ୍ତ୍ରୀ ଯାଇ ଆନ୍ଧ୍ରରେ ରହୁଥିଲେ। ତାଙ୍କର ଏକ କୁନି ଝିଅ ମଧ୍ୟ ଥିଲା। ଆନ୍ଧ୍ରରେ ରହୁଥିବା ସମୟରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଯାହାପରେ ସ୍ଵାମୀ ନିଜର ସ୍ତ୍ରୀଙ୍କୁ ତାଙ୍କର କୁନି ଝିଅଙ୍କ ଆଗରେ ହତ୍ୟା କରିଦେଇଥିଲେ। ଏକଥା ଶୁଣିବା ପରେ ଦୀପିକାଙ୍କ ଘରଲୋକ ସଙ୍ଗେ ସଙ୍ଗେ ଯାଇ କାକିନଡାରେ ପହଞ୍ଚିଥିଲେ। ତାପରେ କାକିନଡା ପୋଲିସ ନିଜ ତରଫରୁ ଏକ ମାମଲା ରୁଜ୍ଜୁ କରି ମାଣିକଙ୍କୁ ଗିରଫ କରିଛି।