ମୋତେ ବିଶ୍ୱାସ କର : ଏ ଛୁଆ ତୁମର,ମୋର କାହା ସହିତ ବି ଅନୈତିକ ସମ୍ପର୍କ ନାହିଁ………

0

Get real time updates directly on you device, subscribe now.

ଏ ଛୁଆ ତୁମର,ମୋର କାହା ସହିତ ବି ଅନୈତିକ ସମ୍ପର୍କ ନାହିଁ ..ଦୟାକରି ମୋ ଉପରେ ବିଶ୍ୱାସ କର। ମୁଁ ସେମିତି ପବିତ୍ର ଥିବା ତୁମ ସ୍ତ୍ରୀ ସ୍ଵପ୍ନ। ଦିନବନ୍ଧୁ ଯାହା ବି କହୁଛି ସବୁ ମିଛ କଥା। ମୁଁ ସ୍ଵାମୀ ଛୁଆଙ୍କ ସହ ଘର କରିବାକୁ ଚାହୁଁଛି। ମୋନ ଠାରୁ ମୋନ ପରିବାରକୁ ଅଲଗା କର ନାହିଁ। ମୋ ବଡ ପୁଅ ମତେ ବହୁତ ଖୋଜୁଛି। ମତେ ଛାଡି ସେ ରହିପାରିବ ନାହିଁ। ମୁଁ ସମ୍ପୂର୍ଣ ରୂପରେ ପବିତ୍ର ରହିଛି। ମୋର କାହା ସହିତ ଅନୈତିକ ସମ୍ପର୍କ ନାହିଁ। ଏମିତି କିଛି କହିଛି ଜଣେ ମହିଳା ନିଜର ହକ ପାଇଁ ତାଙ୍କ ସ୍ଵାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ଗଞ୍ଜାମର ଦୀପିକାଙ୍କ ପରେ ସ୍ଵପ୍ନା ଙ୍କ ପାଳି।

ଏ ହେଉଛନ୍ତି ଗଞ୍ଜାମର ସ୍ଵପ୍ନା। ତାଙ୍କର କାହ୍ନୁଚରଣଙ୍କ ସହିତ ୨୦୧୨ ମସିହାରେ ବିବାହ ହୋଇଥିଲା। ହେଲେ ବାହାଘରର କିଛି ମାସ ପରେ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା। କାରଣ ସ୍ଵପ୍ନା ଡିମାଣ୍ଡ ଆଣିନଥିଲେ।

ଯେଉଁଥିପାଇଁ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସ୍ଵାମୀ କାହ୍ନୁଚରଣ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିଲେ। ଆଉ ବାହାଘରର କିଛି ବର୍ଷ ପରେ ତାଙ୍କୁ ଘରୁ ବାହର କରିଦେଲେ କାହ୍ନୁଚରଣ।

କିନ୍ତୁ ବର୍ତ୍ତମାନ ନ୍ୟାୟ ପାଇବା ପାଇଁ ଘର ଗେଟ ଭାଙ୍ଗି ଘରେ ପସିଛନ୍ତି। ସ୍ଵପ୍ନାଙ୍କ କହିବା ଅନୁସାରେ ଦିନବନ୍ଧୁ ତାଙ୍କ ଘର ଭାଙ୍ଗିଦେଇଛନ୍ତି। ସେ ମୋ ସ୍ଵାମୀଙ୍କ ପାଖରେ ମିଛ ସତ କହି ମୋ ପାଖରୁ ଦୂରେଇ ଦେଇଛନ୍ତି। ଦିନବନ୍ଧୁ ମୋ ସ୍ଵାମୀଙ୍କୁ କହୁଛିକି ମୋର ମୋ ଭଣଜା ସହିତ ଅନୈତିକ ସମ୍ପର୍କ ଅଛି। କିନ୍ତୁ ଏ ବିଷୟରେ ମୋ ସ୍ଵାମୀ ମୋତେ କେବେ ସନ୍ଦେହ କରିନଥିଲେ, କାରଣ ସେ ଜାଣିଥିଲେକି ତାଙ୍କ ସ୍ତ୍ରୀ ପବିତ୍ର। କିନ୍ତୁ ଦିନବନ୍ଧୁ କଥା ଶୁଣି ସେ ମୋ ଛୁଆର ଆଉ ମୋର ଡିଏନଏ ପରୀକ୍ଷା କରିବାକୁ ଚାହୁଁଛନ୍ତି। ସ୍ଵପ୍ନାଙ୍କ ସହିତ ସମାଜସେବୀ ପ୍ରମିଳା ଦେବୀ ମଧ୍ୟ ଅଛନ୍ତି।

Leave A Reply

Your email address will not be published.