ଦେଖନ୍ତୁ ଲାଇଭ ଭିଡ଼ିଓ : ବିଜୁଳୀ ତାରରେ ଲାଗିଗଲା ହେଲିକପ୍ଟର,ଆଉ ଲାଗିଗଲା ନିଆଁ

0

Get real time updates directly on you device, subscribe now.

ଏକ ହେଲିକପ୍ଟର ବିଜୁଳୀ ତାରରେ ଫସିଯିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଗଲା। ପବନରେ ଉଡୁଥିବା ହେଲିକପ୍ଟର ଅଚାନକ ଆସି ତଳେ ପଡିଗଲା। ଦୁର୍ଘଟଣା ସମୟରେ ସେଥିରେ ୬ଜଣ ଲୋକ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ମାମଲାଟି ବ୍ରାଜିଲର ଅଟେ।

ଦ ସନର ଏକ ରିପୋର୍ଟ ଅନୁସାରେ, ପାଇଲଟଙ୍କ ବ୍ଯତୀତ ହେଲିକପ୍ଟରରେ ବ୍ରାଜିଲର ସାଂସଦ, ଡେପୁଟି ମେୟର ଓ ଦୁଇଜଣ କର୍ମଚାରୀ ଥିଲେ। ଘଟଣାର ଠିକ ପୂର୍ବରୁ ଚମତ୍କାରିକ ରୂପରେ ସମସ୍ତ ଲୋକଙ୍କୁ ହେଲିକପ୍ଟରରୁ ବାହାର କରଯାଇଥିଲା। ତାଙ୍କୁ କୌଣସି ଗମ୍ଭୀର ଆଘାତ ଆସିନାହିଁ।

ଦୁର୍ଘଟଣାରେ ବ୍ରାଜିଲର ମିନା ଗୋରିୟାସ ରାଜ୍ୟର Engenheiro Caldas ଅଞ୍ଚଳରେ ଗତ ବୁଧୁବାର ଦିନ ହୋଇଥିଲା। ଏହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଅଛି। ବ୍ରାଜିଲ ସାଂସଦ Hercílio Araújo Diniz ଓ ଡେପୁଟି ମେୟର David Barroso ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଉଲ୍ହେଇବା ସମୟରେ ତାଙ୍କର ହେଲିକପ୍ଟରର ଏକ ବିଜୁଳୀ ଖମ୍ବାରେ ବାଜିଗଲା।

ବିଜୁଳୀ ତାରରେ ଫସିଯିବା କାରଣରୁ ହେଲିକପ୍ଟରରେ ନିଆଁ ଲାଗିଗଲା:-

ଯେଉଁ କାରଣରୁ ପାଇଲଟ ହେଲିକପ୍ଟରରୁ ନିଜର ନିୟନ୍ତ୍ରଣ ହରାଇଦେଲେ। ବିଜୁଳୀ ତାରରେ ଫସିଯିବା କାରଣରୁ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ମାତ୍ରେ ହେଲିକପ୍ଟର ତଳେ ପଡିଗଲା। ଏକ ଭଲ କଥା ହେଉଛିକି ସମସ୍ତ ଯାତ୍ରୀ ସେଥିରୁ ବାହାରିଯାଇଥିଲେ। ଏହାପରେ ରେସ୍କ୍ଯୁ ଦଳ ତିନି ଘଣ୍ଟା ପର୍ଯ୍ୟନ୍ତ ଜଙ୍ଗଲରେ ସେମାନଙ୍କୁ ସନ୍ଧାନ କରିଥିଲା।

ଖବର ଲାଗିବା ମାତ୍ରେ ଫାୟାର ବ୍ରିଗେଡ ଦଳ ସୁଯୋଗରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ସାଂସଦ, ଡେପୁଟି ମେୟର, ପାଇଲଟ ଓ ଅନ୍ୟ ଆହତଙ୍କୁ ହସ୍ପିଟାଲ ନେଇଗଲେ। ଯେଉଁଠି ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। କୁହାଯାଉଛିକି ତାଙ୍କୁ ସାମାନ୍ୟ ଆଘାତ ଲାଗିଛି।

ସ୍ଥାନୀୟ ମିଡିଆ ଅନୁସାରେ, ଦମକଳ ବିଭାଗ କହିଲେକି ହେଲିକପ୍ଟର ନିୟନ୍ତ୍ରଣ ହରାଇ ଦେଇଥିଲେ ଓ ହାଇୱେ କଡରେ ଥିବା ବିଜୁଳୀ ପୋଲରେ ବାଜିଗଲା। ଏହି ଦୁର୍ଘଟଣା କାରଣରୁ ଆଖପାଖ ଅଞ୍ଚଳର ବିଜୁଳୀ ବ୍ୟାହାତ ହୋଇଛି। କିଛି ଘଣ୍ଟା ପରେ ତାକୁ ଠିକ କରିଦିଆ ଯାଇଥିଲା।

Leave A Reply

Your email address will not be published.