ମୃତ୍ୟୁ ଯେ କାହା ପାଇଁ କିଭଳି ଓ କେଉଁ ପରିସ୍ଥିତିରେ ଆସି ତାହା ଏ ଦୁନିଆରେ କେହିବି କହିପାରିବେ ନାହିଁ। ତିନିଜଣ ଯୁବକ ସାଙ୍ଗ ହୋଇ ରାତିରେ ଘରକୁ ଫେରୁଥିଲେ। ସେତେବେଳେ ତାଙ୍କୁ ଅନାଇ ବସିଥିଲା କାଳ। ଚାହୁଁ ଚାହୁଁ ସମସ୍ତେ ଯାଇ ସିଧାସଳଖ ପୋଲ ଭିତରେ ଓଲଟି ପଡିଲେ। ଭୟଙ୍କର ଥିଲା ସେହି ଦୃଶ୍ୟ।
ଗୁରୁବାର ଦିନ ରାତି ୧୧ଟା ସମୟରେ କେନ୍ଦ୍ରପଡା ଜିଲ୍ଲା ରାଜକନିକା ବ୍ଲକର ସିଂହପଡା ରାସ୍ତାରେ ତିନିଜଣ ଯୁବକ ଗୋଟିଏ ବାଇକରେ ଘରକୁ ଫେରୁଥିଲେ। ଆଉ ସେହି ସମୟରେ ଘଟିଲା ଲୋମ ଟାଙ୍କୁରା ଦୁର୍ଘଟଣା। ଆଗରେ ଆସିଲା ବେଗରପଡା ପୋଲ। ଗୋଟିଏ ଗାଡିରେ ତିନିଜଣ ବସି ଯାଉଥିବା କାରଣରୁ ପୋଲ ପାଖରେ ବାଇକଟି ଭାରସ୍ୟାମ ହରାଇଥିଲା। ଯାହାଫଳରେ ତିନିଜଣ ଯାଇ ପୋଲର ପାଣି ଭିତରେ ପଡିଯାଇଥିଲେ। ସେଠାରେ ଥିବା ସ୍ଥାନୀୟ ଲୋକ ଉକ୍ତ ତିନିଜଣଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।
ରାଜକନିକା ଗୋଷ୍ଠୀ କେନ୍ଦ୍ରରେ ଆହତ ହୋଇଥିବା ପେଗରପଡା ଗାଁର କିଶୋର ପଣ୍ଡାଙ୍କର ଏକ ମାତ୍ର ପୁଅ ୨୨ ବର୍ଷର କୌଶିକ ପଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ। ତାପରେ ତାଙ୍କ ସହିତ ଥିବା ଅନ୍ୟ ଦୁଇଜଣ ୨୭ ବର୍ଷୀୟ ଦଳଗୋବିନ୍ଦ ସାହୁ ଓ ସୌଭାଗ୍ୟ ସାହୁଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବା କାରଣରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରିଦିଆ ଯାଇଥିଲା।କିନ୍ତୁ କଟକରେ ଦଳଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇଯାଇଥିଲା। ଉଭୟଙ୍କ ମୃତ୍ୟୁରେ ସାରା ଗାଁ ଶୋକାକୁଳ ପରିବେଶ ଛାଇଯାଇଛି। କିନ୍ତୁ ବର୍ତ୍ତମାନ ସୌଭାଗ୍ୟ ସାହୁଙ୍କର ସ୍ଥିତି ବର୍ତ୍ତମାନ ମଧ୍ୟ ସଂକଟାପନ୍ନ ଅଛି।