ଗାର୍ଲଫ୍ରେଣ୍ଡ ସହ ରେଡହ୍ୟାଣ୍ଡରେ ଧରାପଡ଼ିଲା ସ୍ବାମୀ, ତା ପରେ ସ୍ତ୍ରୀ ଚପଲରେ 1 ଘଣ୍ଟା ଯାଏଁ ସେକି ଚାଲିଲା,ସେଥିରୁ ଗାର୍ଲଫ୍ରେଣ୍ଡ ମଧ୍ୟ ବାଦ ପଡିନି
ସ୍ବାମୀ ଏବଂ ସ୍ତ୍ରୀର ସମ୍ପର୍କ ମଧ୍ୟରେ ଭରଷା ଏବଂ ବିଶ୍ୱାସ ରହିବା ବହୁତ୍ ଜରୁରୀ ଅଟେ । ଯେତେବେଳେ ଦୁହିଁଙ୍କ ମଧ୍ୟରୁ କେହି ଜଣେ ଧୋକା ଦିଏ, ସେତେବେଳେ ହଙ୍ଗାମା ହୋଇଯାଏ । ବର୍ତ୍ତମାନ୍ ଉତ୍ତରପ୍ରଦେଶର ଆଗ୍ରାର ଏହି ମାମଲାକୁ ହିଁ ଦେଖିନିଅନ୍ତୁ । ଏଠାରେ ଜଣେ ସ୍ବାମୀ ନିଜ ପ୍ରେମିକା ସହ ହୋଟେଲରେ ରାସଲୀଳା କରୁଥିଲା । କିନ୍ତୁ ତା ସ୍ତ୍ରୀ ତାକୁ ରେଡହ୍ୟାଣ୍ଡରେ ଧରିନେଲା । ଏହାପରେ ସେ ଯେପରି ଭାବେ ଦୁହିଁଙ୍କୁ ଚପଲରେ ପିଟି ଚାଲିଲା, ତାହା ସତରେ ଦେଖିବା ପରି ଥିଲା । ଏହି ମାଡ ମାରିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ପ୍ରେମିକା ସହ ଧରାପଡ଼ିଗଲା ସ୍ବାମୀ :-
ଏହି ଘଟଣା ସେପ୍ଟେମ୍ବର 19 ତାରିଖ ସୋମବାର ରାତିର ବୋଲି କୁହାଯାଉଛି । ଦିନେଶ ଗୋପାଳ ଆଗ୍ରା ଦିଲ୍ଲୀ ହାଇୱେର ଗୋଟିଏ ନାମୀ ହସ୍ପିଟାଲରେ ଆଇସିୟୁ ବିଭାଗର ଇନଚାର୍ଜ ଅଟନ୍ତି । ସେ ବିବାହିତ ଅଟନ୍ତି । ତାଙ୍କର ପିଲା ମଧ୍ୟ ଅଛନ୍ତି । କିନ୍ତୁ ତଥାପି ତାଙ୍କର ଜଣେ ବିବାହିତା ମହିଳାଙ୍କ ସହ ଅବୈଧ ସମ୍ପର୍କ ରହିଥିଲା । ଆଜିକାଲି ସେ ଏହି ପ୍ରେମିକା ସହ ଲୁଚି ଛପି ଦେଖା କରୁଥିଲେ । କିନ୍ତୁ ଏଥର ତାଙ୍କ ସ୍ତ୍ରୀ ତାଙ୍କୁ ରେଡହ୍ୟାଣ୍ଡରେ ଧରିନେଲା ।
ସ୍ତ୍ରୀ ଚପଲରେ ପିଟିଲା :-
ସ୍ତ୍ରୀ ଯେତେବେଳେ ସ୍ୱାମୀକୁ ତାର ପ୍ରେମିକା ସହ ରାସଲୀଳା କରୁଥିବା ସମୟରେ ଦେଖିଲା, ସେତେବେଳେ ତାର ରକ୍ତ ଗରମ ହୋଇଗଲା । ସେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସ୍ବାମୀ ଏବଂ ତାର ପ୍ରେମିକାକୁ ପିଟିଚାଲିଲା । ଏହି ସମୟରେ ତାର ଭାଇ ଧୋକେବାଜ ସ୍ୱାମୀର ଭିଡିଓ କରିଦେଲା । ମହିଳା ନିଜ ସ୍ୱାମୀକୁ ଚପଲରେ ପିଟିଲେ । ତାର ପ୍ରେମିକାର କେଶ ଧରି ଖୁବ୍ ପିଟିଲେ । ଏହି ସମୟରେ ମହିଳା ବାରମ୍ବାର ସ୍ୱାମୀକୁ ପଚାରୁଥିଲେ ଯେ ତୁମେ କାହିଁକି ଧୋକା ଦେଲ ?
ସେପଟେ ସ୍ବାମୀ ନିଜ ଭୁଲ ପାଇଁ ବାରମ୍ବାର କ୍ଷମା ମାଗୁଥିଲା । କିନ୍ତୁ ମହିଳା ଏବଂ ତାଙ୍କ ସହ ଆସିଥିବା ସମ୍ପର୍କୀୟ ତାଙ୍କୁ କ୍ଷମା କରିବାକୁ ପ୍ରସ୍ତୁତ ନଥିଲେ । ସେମାନେ ଏହି ଡ୍ରାମା ପରେ ପୋଲିସକୁ ଡକାଇଲେ । ଏହାସହିତ ସ୍ୱାମୀର ପ୍ରେମିକାର ସ୍ୱାମୀକୁ ମଧ୍ୟ ଡକାଗଲା । ସ୍ତ୍ରୀ ପୋଲିସକୁ କହିଲେ ଯେ ସ୍ବାମୀ ଆଜିକାଲି କାମ ବାହାନାରେ ଘରୁ ଗାଏବ ହୋଇଯାଉଥିଲା । ତାର ଭଲ ରୋଜଗାର ଅଛି, କିନ୍ତୁ ତଥାପି ସେ ଘରକୁ ପଇସା ଦେଉନଥିଲା ।
ଭିଡିଓ ଭାଇରାଲ୍ ହେବାପରେ ଲୋକମାନେ ମଜାଳିଆ ରିଆକ୍ସନ ଦେବାକୁ ଲାଗିଲେ । ଜଣେ ୟୁଜର କହିଛନ୍ତି ଯେ ‘ଏପରି ସ୍ବାମୀଙ୍କ ସହ ଏପରି ହେବା ଉଚିତ ।’ ତାପରେ ଅନ୍ୟ ଜଣେ କହିଛନ୍ତି, ” ତା ସ୍ତ୍ରୀ ଠିକ୍ କରିଛି । ବର୍ତ୍ତମାନ୍ ପୁଣିଥରେ ଏପରି କରିବା ପୂର୍ବରୁ ଦଶ ଥର ଚିନ୍ତା କରିବ ।” ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ” ଏପରି ଭାବେ ନିଜ ପାର୍ଟନରକୁ ଧୋକା ଦେବା ଭୁଲ୍ । ଯଦି ଆପଣ ତା ସହ ଖୁସିରେ ନାହାନ୍ତି, ତେବେ ଛାଡ଼ପତ୍ର ଦେଇଦିଅ । ତାପରେ ଯାହା ଇଚ୍ଛା ସେୟା କର ।”
ଏଠାରେ ଦେଖନ୍ତୁ ସ୍ବାମୀ ମାଡ ଖାଉଥିବା ଭିଡିଓ :-
#WATCH उत्तर प्रदेश: आगरा में होटल के कमरे में दूसरी महिला के साथ पकड़े जाने पर पत्नी ने अपने पति को पीटा।
(नोट:अभद्र भाषा) pic.twitter.com/bjKLKRAFAW
— ANI_HindiNews (@AHindinews) September 21, 2022