ଜବରଦସ୍ତ ସମ୍ପର୍କ ରଖିଥିଲେ ଭାଉଜ,ଆଉ ଦିଅର ରାଗରେ କଲା ଏପରି କାମ ଯେ,ସବୁଦିନ ପାଇଁ ଶାନ୍ତ ହୋଇଗଲା ଦେହର ଭୋକ,ଜାଣନ୍ତୁ ପୁରା ଘଟଣା
ଦେହର ଭୋକ ବହୁତ୍ ଦୁଃଖଦାୟକ ହୋଇଥାଏ । ଯେତେବେଳେ ଆପଣଙ୍କର ଏହା ଉପରେ କାବୁ ରହେ ନାହିଁ, ସେତେବେଳେ ଅନେକ ବଡ ବଡ କାଣ୍ଡ ହୋଇଯାଏ । ଏହି ଦେହର ଭୋକ କାରଣରୁ ସମ୍ପର୍କ ମଧ୍ୟ ଭାଙ୍ଗିଯାଏ । ବର୍ତ୍ତମାନ୍ ଛତିଶଗଡ଼ର ରାଜଧାନୀ ରାୟପୁରର ଏହି ଅନନ୍ୟ ମାମଲାକୁ ହିଁ ଦେଖନ୍ତୁ । ଏଠାରେ ଦିଅର ନିଜ ଭାଉଜ ସହ ହିଁ ସମ୍ପର୍କ ରଖିବା ଆରମ୍ଭ କରିଦେଲା । କିନ୍ତୁ କିଛି ଦିନ ପରେ ସେ ଭାଉଜଙ୍କ ଠାରେ ବୋର୍ ହୋଇଗଲା । କିନ୍ତୁ ଭାଉଜଙ୍କ ଦେହର ଭୋକ ଶାନ୍ତ ହେଲାନାହିଁ । ସେ ଦିଅର ସହ ଜବରଦସ୍ତି କରିବାକୁ ଲାଗିଲା । ଏପରି ପରିସ୍ଥିତିରେ ଦିଅର ଏପରି ଭୟଙ୍କର ପଦକ୍ଷେପ ନେଲା ଯେ ଭାଉଜଙ୍କ ଭୋକ ସବୁଦିନ ପାଇଁ ଶାନ୍ତ ହୋଇଗଲା ।
ଘରେ ମୃତ ଅବସ୍ଥାରେ ମିଳିଲେ ମହିଳା :-
ଏହି ଘଟଣା ସେପ୍ଟେମ୍ବର 5 ତାରିଖରେ ସାମ୍ନାକୁ ଆସିଲା । ସେତେବେଳେ ପୋଲିସକୁ ସୂଚନା ମିଳିଲା ଯେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମହିଳାଙ୍କୁ ମୃତ ଅବସ୍ଥାରେ ସର୍ବପ୍ରଥମେ ତାଙ୍କ ପୁଅ ଦେଖିଲା । ଶିଘ୍ର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଲା । ଫରେନ୍ସିକ ଟିମ୍ ଯାଞ୍ଚରେ ଜାଣିବାକୁ ପାଇଲା ଯେ ମହିଳାଙ୍କର ମୃତ୍ୟୁ ତାଙ୍କ ଗଳା ଦବାଇ କରାଯାଇଛି । ତାଙ୍କ ବେକରେ ରସିର ଚିହ୍ନ ଥିଲା । ବର୍ତ୍ତମାନ୍ ଏହା ତ ସ୍ପଷ୍ଟ ହୋଇଗଲା ଯେ ଏହା ହତ୍ୟା ଥିଲା । କିନ୍ତୁ ପୋଲିସ ସାମ୍ନାରେ ବଡ ପ୍ରଶ୍ନ ଏହା ଥିଲା ଯେ ଏହାର ହତ୍ୟାକାରୀ କିଏ ?
ଆରମ୍ଭରେ ତ ପୋଲିସ ବହୁତ୍ ଯାଞ୍ଚ୍ କଲା, କିନ୍ତୁ ସେମାନଙ୍କୁ କୌଣସି ପ୍ରମାଣ ମିଳିଲା ନାହିଁ । ତାପରେ ଗାଁର ପ୍ରାୟ 50 ଜଣ ଲୋକଙ୍କୁ ପଚରାଉଚରା କରାଗଲା । ସେମାନଙ୍କ ଠାରୁ ହତ୍ୟା ଦିନର ସୂଚନା ମଗାଗଲା । ତାପରେ ଜଣେ ବ୍ୟକ୍ତି ପୋଲିସକୁ କହିଲା ଯେ ସେଦିନ ସେ ମୃତ ମହିଳାଙ୍କ ଘରୁ ବିରେନ୍ଦ୍ର ସାହୁଙ୍କୁ ଘରୁ ବାହାରୁଥିବା ସମୟରେ ଦେଖିଥିଲା । ବିରେନ୍ଦ୍ର ମୃତ ମହିଳାଙ୍କ ସ୍ଵାମୀଙ୍କ କକା ପୁଅ ଅଟନ୍ତି । ପୋଲିସ ପଚରାଉଚରା କରିବାପାଇଁ ବିରେନ୍ଦ୍ରଙ୍କ ପାଖରେ ପହଞ୍ଚିଲା । ସେ ବାରମ୍ବାର ନିଜ ବୟାନ ବଦଳାଉ ଥିଲା । ଏଥିରୁ ପୋଲିସର ସନ୍ଦେହ ବିଶ୍ଵାସରେ ବଦଳିଗଲା ।
ଦିଅର ବାହାରିଲା ଭାଉଜଙ୍କ ହତ୍ୟାକାରୀ :-
ପୋଲିସ ବିରେନ୍ଦ୍ରଙ୍କୁ ଯେତେବେଳେ କଠୋର ଭାବେ ପଚାରିଲା, ସେତେବେଳେ ସେ ମହିଳାଙ୍କୁ ମାରିବା କଥା ସ୍ବୀକାର କଲା । ବିରେନ୍ଦ୍ର କହିଲେ ଯେ ତାର ଏବଂ ଭାଉଜଙ୍କର ଗତ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିଥିଲା । ମହିଳାଙ୍କ ସ୍ବାମୀ ଯେତେବେଳେ କାମରେ ବାହାରକୁ ଯାଉଥିଲେ, ସେତେବେଳେ ସେ ଭାଉଜଙ୍କ ଘରକୁ ଯାଇ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲା । କିନ୍ତୁ ଗତ କିଛି ଦିନ ଧରି ବିରେନ୍ଦ୍ର ଏ ଜିନିଷ ପ୍ରତି ବୋର୍ ହୋଇଯାଉଥିଲା । ତାକୁ ଏସବୁ କରିବା ଠିକ୍ ଲାଗୁନଥିଲା । ସେ ଏଥିରୁ ଦୂରେଇ ଯିବାକୁ ଚାହୁଁଥିଲା ।
ବିରେନ୍ଦ୍ର ପୋଲିସକୁ କହିଲା ଯେ ସେ ଏହି ଅବୈଧ ସମ୍ପର୍କ ଶେଷ କରିବାକୁ ଚାହୁଁଥିଲା । କିନ୍ତୁ ତା ଭାଉଜ ମାନୁନଥିଲେ । ତାଙ୍କର ବର୍ତ୍ତମାନ ମଧ୍ୟ ଦେହର ଭୋକ ଥିଲା । ସେ ଜବରଦସ୍ତ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ଏପରି ପରିସ୍ଥିତିରେ ସେପ୍ଟେମ୍ବର 5 ତାରିଖରେ ଯେତେବେଳେ ସେ ଭାଉଜଙ୍କ ଘରକୁ ଗଲା, ସେତେବେଳେ ତାଙ୍କୁ ଏକୁଟିଆ ପାଇ ତାଙ୍କର ହତ୍ୟା କରିଦେଲା । ଭାଉଜଙ୍କୁ ମାରିବା ପାଇଁ ବିରେନ୍ଦ୍ର ଗୋଟିଏ ରସି ବ୍ୟବହାର କରିଥିଲେ । ସେଥିରେ ଭାଉଜଙ୍କ ଗଳା ଦବାଇ ତାଙ୍କୁ ମୃତ୍ୟୁ ମୁହଁରେ ଠେଲିଦେଲା ।
ବର୍ତ୍ତମାନ୍ ବିରେନ୍ଦ୍ର ଦୋଷ ସ୍ବୀକାର କରିଥିବା ଆଧାରରେ ପୋଲିସ ତାକୁ ଗିରଫ କରିଛି । ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।