ଏସିଆ କପ ର ଚମ୍ପିୟାନଙ୍କୁ ମିଳିଲା ଏତେ କୋଟି ଟଙ୍କା, ରନର୍ସଅପ ମଧ୍ୟ ବେଶୀ ପଛରେ ନୁହନ୍ତି,ତାଙ୍କୁ ମଧ୍ୟ ମିଳିଲା ଏତେ ଟଙ୍କା,ଜାଣନ୍ତୁ କେତେ ?
ଏସିଆ କପର ୧୫ତମ ସିଜିନ ଶେଷ ହୋଇଯାଇଛି। ରବିବାର ଦିନ ଖେଳାଯାଇଥିବା ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନରେ ହରାଇଛି। ଶ୍ରୀଲଙ୍କା ୨୦୧୪ ପରେ ପ୍ରଥମ ଥର ଟାଇଟଲ ନିଜ ନାମରେ କରିଛି। ଏହା ଶ୍ରୀଲଙ୍କା ୬ଟି ଟାଇଟଲ ଅଟେ। ଭାରତ ପାଖରେ ସବୁଠାରୁ ଅଧିକ ୭ଟି ଟାଇଟଲ ଅଛି। ଯେତେବେଳେକି ପାକିସ୍ତାନ ଦଳ କେବଳ ୨ଥର ଟାଇଟଲ ଉପରେ କବଜା କରିଛି। ଫାଇନାଲରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୭୦ ରନ କରିଥିଲେ। ଭାନୁକା ରାଜପକ୍ଷେ ନଟଆଉଟ ୭୧ ରନ କରିଥିଲେ। ଓ ସେ ପ୍ଲେୟାର ଅଫ ଦ ମ୍ୟାଚ ହେଲେ। ଉତ୍ତରରେ ପାକିସ୍ତାନ ଦଳ ୨୦ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଗଲେ। ଶ୍ରୀଲଙ୍କାକୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ୮ ୱିକେଟରେ ହରାଇଥିଲା। ଏହାପରେ ଶ୍ରୀଲଙ୍କା ଲଗାତାର ୫ଟି ମ୍ୟାଚ ଜିତି ନିଜ ନାମରେ ଟାଇଟଲ କରିଲା।
ଏସିୟନ କ୍ରିକେଟ କାଉନ୍ସିଲ ତରଫରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଫାଇନାଲରେ ଜିତିବା ପରେ ଚମ୍ପିୟାନ ୧.୫୦ ଲକ୍ଷ ଡଲାରର ରାଶି ପାଇଲା। ଅର୍ଥାତ ପାଖାପାଖି ୧.୨୦ କୋଟି ଟଙ୍କା। ସେମିତି ରନର୍ସଅପ ପାକିସ୍ତାନକୁ ୭୫୦୦୦ ହଜାର ଡଲାର ଅର୍ଥାତ ପାଖାପାଖି ୬୦ ଲକ୍ଷ ଟଙ୍କା ମିଳିଲା। ପୁରସ୍କାର ବିତରଣ ସମାରୋହ ସମୟରେ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ମଧ୍ୟ ଉପସ୍ଥିତ ଥିଲେ। ଭାରତୀୟ ଦଳ ଏହି ସିଜିନର ସୁପର-୪ରୁ ବାହାରିଯାଇଥିଲା।
ହସରଙ୍ଗା ହେଲେ ପ୍ଲେୟର ଅଫ ଦ ସିରିଜ:-
ଲେଗ ସ୍ପିନର ତଥା ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା ପ୍ଲେୟାର ଅଫ ସିରିଜ ହୋଇଥିଲେ। ସେ ଟି-୨୦ ଟୁର୍ଣ୍ଣାମେଣ୍ଟର ୬ଟି ମ୍ୟାଚରେ ହାରାହାରି ୧୯ଟି ୱିକେଟ ନେଇଥିଲେ। ଇକୋନୋମି ୭.୩୯ ଥିଲା। ଶ୍ରେଷ୍ଠ ପ୍ରଦର୍ଶନ ୨୧ ରନ ପାଇଁ ୩ ୱିକେଟ ଥିଲା | ଏଥି ସହିତ ବ୍ୟାଟିଂ ସମୟରେ ସେ ହାରାହାରି ୨୨ ରନ ଓଉସତରେ ୬୬ ରନ କରିଥିଲେ। ଷ୍ଟ୍ରାଇକ୍ ରେଟ ୧୫୦ ଥିଲା। ଫାଇନାଲରେ ସେ ୨୧ ବଲରୁ ୩୬ ରନ କରିଥିଲେ। ଷ୍ଟ୍ରାଇକ ରେଟ ୧୭୧ ଥିଲା। ତା’ପରେ ୨୭ ରନ ଦେଇ ୩ଟି ୱିକେଟ ନେଇଥିଲେ। ସେ ଗୋଟିଏ ଓଭରରେ ୩ଟି ୱିକେଟ ନେଇ ପାକିସ୍ତାନର ବ୍ୟାଟ୍ସମ୍ୟାନଙ୍କ ପାଖରୁ ମ୍ୟାଚକୁ ଛଡାଇ ଆଣିଲେ।
ଷ୍ଟାର ସ୍ପୋର୍ଟ୍ସରେ କମେଣ୍ଟ୍ରି କରୁଥିବା ପୂର୍ବ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଏସିଆ କପକୁ ଟି-୨୦ ବିଶ୍ଵକପ ପରେ ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ବୋଲି କହିଲେ। ସେ କହିଲେକି ଏସିଆରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ପରି ମଜବୁତ ଦଳ ଅଛନ୍ତି। ଏହା ବର୍ତ୍ତମାନ ପର୍ଯ୍ଯନ୍ତ ସବୁଠାରୁ କଡା ଟକ୍କର ଏସିଆ କପ ହୋଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଶ୍ରୀଲଙ୍କାକୁ କେହି ଚମ୍ପିୟାନ ବୋଲି ମାନୁନଥିଲେ। କିନ୍ତୁ ସେ ସମ୍ପୂର୍ଣ ଟୁର୍ଣ୍ଣାମେଣ୍ଟରେ କମାଲ ପ୍ରଦର୍ଶନ କରିଲେ।