ଏୟାର୍‌ପୋର୍ଟରେ ଚାକିରି ଖୋଜୁଛନ୍ତି କି ? ଆସିଲା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଆଜି ହିଁ ଆବେଦନ କରନ୍ତୁ।

0

Get real time updates directly on you device, subscribe now.

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି।ଏୟାର୍‌ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ AAI ଜୁନିଅର୍‌ ଆସିଷ୍ଟାଣ୍ଟ୍‌ ଏବଂ ସିନିୟର୍‌ ଆସିଷ୍ଟାଣ୍ଟ୍‌ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି।

*ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ କରିବାର ଆରମ୍ଭ ତାରିଖ – ସେପ୍ଟେମ୍ବର ୧
ଆବେଦନ କରିବାର ଶେଷ ତାରିଖ – ସେପ୍ଟେମ୍ବର ୩୦

*ଖାଲି ପଦବୀ :

ମୋଟ ପୋଷ୍ଟ୍‌ ସଂଖ୍ୟା – ୧୫୬
ଜୁନିଅର ଆସିଷ୍ଟାଣ୍ଟ୍‌ (ଫାୟାର ସର୍ଭିସ୍‌) : ୧୩୨
ଜୁନିଅର ଆସିଷ୍ଟାଣ୍ଟ (ଅଫିସ୍) : ୧୦
ସିନିୟର ଆସିଷ୍ଟାଣ୍ଟ (ଆକାଉଣ୍ଟସ୍) : ୧୩
ସିନିୟର ଆସିଷ୍ଟାଣ୍ଟ (ରାଜଭାଷା) : ୧

*ଶିକ୍ଷାଗତ ଯୋଗ୍ୟତା :

ଜୁନିଅର ଆସିଷ୍ଟାଣ୍ଟ୍‌ (ଫାୟାର ସର୍ଭିସ୍‌) : ପ୍ରାର୍ଥୀମାନେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ୧୦ମ ପାଶ୍ ସହିତ ୩ ବର୍ଷର ଅଟୋମୋବାଇଲ୍ କିମ୍ବା ମେକାନିକାଲ୍‌ରେ ଡିପ୍ଲୋପା କରିଥିବା ଉଚିତ। ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍ ସହିତ ଭାରୀ ଯାନ ଚଳାଇବାର ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ ହୋଇଥିବା ଉଚିତ।

ଜୁନିଅର ଆସିଷ୍ଟାଣ୍ଟ (ଅଫିସ୍) : ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜରୁରୀ।

ସିନିୟର ଆସିଷ୍ଟାଣ୍ଟ (ଆକାଉଣ୍ଟସ୍) : ପ୍ରାର୍ଥୀଙ୍କ ପାଖରେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ସାର୍ଟିଫିକେଟ୍ ଥିବା ସହ ୩ କିମ୍ବା ୬ ମାସର କମ୍ପ୍ୟୁଟର ସାର୍ଟିଫିକେଟ୍ ଥିବା ଜରୁରୀ।

ସିନିୟର ଆସିଷ୍ଟାଣ୍ଟ (ରାଜଭାଷା) : ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ହିନ୍ଦୀ କିମ୍ବା ଇଂରାଜୀରେ ସ୍ନାତକ ସହିତ ପୋଷ୍ଟ୍‌ ଗ୍ରାଜୁଏଟ୍ କରିଥିବା ଉଚିତ।

*ଆବେଦନ ଶୁଳ୍କ :

UR / OBC / EWS ବର୍ଗ ପ୍ରାର୍ଥୀଙ୍କ ପାଇଁ : ୧୦୦୦ ଟଙ୍କା।SC / ST / ମହିଳା / ପୂର୍ବତନ ସୈନିକ / PWD ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

*ବୟସ ସୀମା:

ସର୍ବନିମ୍ନ ବୟସ ସୀମା: ୧୮ ବର୍ଷ
ସର୍ବାଧିକ ବୟସ ସୀମା: ୩୦ ବର୍ଷ

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.aai.aero/ ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.