ପାକିସ୍ତାନ ବନାମ ଆଫଗାନିସ୍ତାନ: ଆସିଫ ଅଲ୍ଲୀ ସମସ୍ତ ସୀମା କଲେ ଅତିକ୍ରମ, ମ୍ୟାଚ ମଝିରେ ଆଫଗାନିସ୍ତାନର ଖେଳାଳୀଙ୍କ ଉପରେ ଉଠାଇଲେ ହାତ; ଆଇସିସି ଲଗାଇପାରେ ବ୍ୟାନ ! ଦେଖନ୍ତୁ ଭିଡିଓ
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବୁଧୁବାର ଦିନ ହେଉଥିବା ଏସିଆ କପ ୨୦୨୨ ରେ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଛି। ଏହି ମ୍ୟାଚକୁ ମାତ୍ର ଗୋଟିଏ ୱିକେଟରେ ଜିତି ପାକିସ୍ତାନ ଫାଇନାଲର ଟିକଟ ହାସିଲ କରିଛି। ୧୨୯ ରନକୁ ଡିଫେଣ୍ଡ କରିବାକୁ ଆସିଥିବା ଆଫଗାନିସ୍ତାନ ଦଳ ପାକିସ୍ତାନକୁ କଡା ଟକ୍କର ଦେଇଛି କିନ୍ତୁ ଶେଷରେ ଏହି ମୁକାବିଲାରେ ବାବର ଆଜମଙ୍କ ଦଳ ବାଜି ମାରିନେଇଛି। ଅନ୍ତିମ ଓଭରରେ ମ୍ୟାଚ ଏତେ ଟେନ୍ସ ହୋଇଗଲାକି ଦୁଇଟି ଦଳର ଖେଳାଳୀଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଲା।
୧୮ ଓଭର ପର୍ଯ୍ଯନ୍ତ ପାକିସ୍ତାନ ୭ଟି ୱିକେଟ ହରାଇ ସାରିଥିଲା। ସେହି ସମୟରେ ପାକିସ୍ତାନ ଦଳକୁ ୨୧ରନ ଆବଶ୍ୟକ ଥିଲା। ପାକିସ୍ତାନ ପାଇଁ ଶେଷ ଆଶା ରୂପରେ ଆସିଫ ଅଲ୍ଲୀ କ୍ରୀଜ ଉପରେ ଥିଲେ। ୧୯ତମ ଓଭରରେ ବୋଲିଂ କରିବାକୁ ଆସିଥିବା ଫରୀଦ ଅହମଦଙ୍କ ଦ୍ଵିତୀୟ ବଲରେ ହାରିସ ରଉଫଙ୍କ ଆଉଟ କରି ପାକିସ୍ତାନକୁ ପଛକୁ କରିଦେଲେ। ଆସିଫ ବର୍ତ୍ତମାନ ମଧ୍ୟ କ୍ରୀଜ ଉପରେ ଉପସ୍ଥିତ ଥିଲେ, ଓଭରର ଚତୁର୍ଥ ବଲରେ ସେ ଲଙ୍ଗ ଅନ ଓ ମିଡ ୱିକେଟରେଛକା ମାରି ପାକିସ୍ତାନର ବିଜୟର ଆଶାକୁ ଉଜ୍ଜୀବିତ କରି ରଖିଲେ।
The actual video of shameful attitude by this unknown bowler of Afghanistan shoving gestures in the face of Asif Ali. Ungrateful gits! pic.twitter.com/OrFpiEipY3
— Wajahat Kazmi (@KazmiWajahat) September 7, 2022
ଏହାର ପର ବଲରେ ଫରୀଦ ଅହମଦ ଆସିଫ ଅଲ୍ଲୀଙ୍କୁ ସ୍ଲୋ ବାଉନ୍ସର ବଲରେ ଫସାଇ ସର୍ଟ ଥାର୍ଡ ମ୍ୟାନରେ ଛିଡା ହୋଇଥିବା କରୀମ ଜନତଙ୍କୁ କ୍ୟାଚ ଧରାଇଲେ। ଆସିଫ ଅଲ୍ଲୀଙ୍କୁ ଆଉଟ କରିବା ପରେ ଫରୀଦ ଆସିଫଙ୍କ ମୁହଁ ସାମ୍ନାରେ ଖୁସି ମନାଉଥିଲେ। ଯାହାପରେ ପାକିସ୍ତାନୀ ଖେଳାଳୀ ରାଗି ଉଠିଲେ। ପଡିଆରେ ଆସିଫ ଅଲ୍ଲୀ ଫରୀଦଙ୍କୁ ଧକ୍କା ମାରିଲେ ଓ ପରେ ପିଟିବା ପାଇଁ ବ୍ୟାଟ ଉଠାଉଥିଲେ। ଦୁଇଜଣ ଖେଳାଳୀଙ୍କ ମଧ୍ୟରେ ବଢୁଥିବା ଏହି ଲଢେଇକୁ ରକ୍ଷା କରିବା ପାଇଁ ଖେଳାଳୀଙ୍କ ସହିତ ଅମ୍ପାୟାରଙ୍କୁ ମଧ୍ୟ ଆସିବାକୁ ପଡିଲା।
କୌଣସି ଖେଳାଳିଙ୍କୁ ପଡ଼ିଆରେ ବିପକ୍ଷ ଦଳ ଉପରେ ହାତ ଉଠାଇବାକୁ ଅନୁମତି ଦିଆଯାଇ ନାହିଁ। କୁହାଯାଉଛିକି ଅସୀମ ଅଲ୍ଲୀଙ୍କୁ ତାଙ୍କ ଲଜ୍ଜାଜନକ କାର୍ଯ୍ୟ ପାଇଁ ଗୋଟିଏ ମ୍ୟାଚ ପାଇଁ ବ୍ୟାନ କରିବା ସହିତ ତାଙ୍କର ମ୍ୟାଚ ଫିର ମଧ୍ୟ ଜରିମାନା କରାଯାଇପାରେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆଇସିସି ଏହି ପ୍ରସଙ୍ଗରେ କୌଣସି ସରକାରୀ ବିବୃତ୍ତି ଦେଇନାହିଁ।
କଥା ହେଉଛି ମୁକାବିଲାର । ତେବେ ଅନ୍ତିମ ଓଭରରେ ପାକିସ୍ତାନକୁ ୧୧ ରନ ଆବଶ୍ୟକ ଥିଲା ଓ ତାଙ୍କ ପାଖରେ କେବଳ ଗୋଟିଏ ୱିକେଟ ଥିଲା। ନସୀମ ଶାହ ପ୍ରଥମ ଦୁଇଟି ବଲରେ ଛକା ମାରି ଆଫଗାନିସ୍ତାନ ମୁହଁରୁ ମ୍ୟାଚ ଛଡାଇଆଣିଲେ। ପାକିସ୍ତାନ ଏହା ସହିତ ଏସିଆ କପ ୨୦୨୨ ର ଫାଇନାଲର ପ୍ରବେଶ କରିଗଲା ଓ ଯେଉଁଠି ୧୧ ସେପ୍ଟେମ୍ବରରେ ମୁକାବିଲା ଶ୍ରୀଲଙ୍କା ସହିତ ହେବ।