ସାନଭାଇର ବିଶେଷ ଧ୍ୟାନ ରଖୁଥିଲା ନୂଆଁବୋହୁ, ସ୍ୱାମୀକୁ ଲାଗିଲା ଦୁହିଁଙ୍କ ମଧ୍ୟରେ ରହିଛି ସମ୍ପର୍କ,ଆଉ ତା ପରେ କଲା ଏପରି କାଣ୍ଡ,ଜାଣନ୍ତୁ ପୁରା ଘଟଣା
ସନ୍ଦେହ ଏବଂ ମଦ ଏ ଦୁଇଟିର କମ୍ବିନେଶନ ବହୁତ୍ ଖତରନାକ୍ ହୋଇଥାଏ । ମଦ ନିଶାରେ ମଣିଷ ନିଜର ଚିନ୍ତା ଶକ୍ତି ହରାଇବସେ । ସେ କୋଉଟା ଭୁଲ ଏବଂ କୋଉଟା ଠିକ ବୁଝିପାରେ ନାହିଁ । ସେହିପରି ପାର୍ଟନର ଉପରେ ସନ୍ଦେହ ଆପଣଙ୍କ ରାଗକୁ ବହୁତ୍ ବଢାଇ ଦିଏ । ତାପରେ ଆପଣ ଯେକୌଣସି ସୀମାକୁ ଚାଲିଯାଆନ୍ତି । ବର୍ତ୍ତମାନ୍ ଦିଲ୍ଲୀର ଗାଜିଆବାଦ ଜିଲ୍ଲାର ଏହି ଆଶ୍ଚର୍ଯ୍ୟଜନକ ଘଟଣାକୁ ହିଁ ଦେଖନ୍ତୁ । ଏଠାରେ ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ସାନଭାଇ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କାରଣରୁ ହତ୍ୟା କରିଦେଲା ।
ନୂଆଁ ବାହା ହୋଇ ଆସିଥିବା ସ୍ତ୍ରୀ ଉପରେ କରୁଥିଲା ସନ୍ଦେହ :-
ଏହି ମାମଲା ମସୁରି ଥାନା ଅଞ୍ଚଳର ମିସଲଗଢିର ଅଟେ । ଏଠାରେ ରହୁଥିବା 24 ବର୍ଷୀୟ ଟିନା ନାମକ ନବବିବାହିତାଙ୍କର ସୋମବାର ସକାଳ 4ଟାରେ ହତ୍ୟା ହୋଇଗଲା । ହତ୍ୟା କରିଥିବା ବ୍ୟକ୍ତି ତାଙ୍କ ସ୍ଵାମୀ ଗୌରବ (26) ହିଁ ଥିଲା । ଗୌରବ ଏନଏଚ-9 ସ୍ଥିତ ଏକେଜି ଇଞ୍ଜିନିୟରିଂ କଲେଜ ପାଖରେ କୃଷ୍ଣମ ନାମକ କାଫେ ଚଳାଏ । ତାଙ୍କର ନଅ ମାସ ପୂର୍ବରୁ ଡିସେମ୍ବର ମାସ 2021 ରେ ଟିନା ସହିତ ବିବାହ ହୋଇଥିଲା ।
ଗୌରବ କହିବା ଅନୁଯାୟୀ ଟିନା ତାଙ୍କୁ ଭଲପାଉ ନ ଥିଲା । ବରଂ ସେ ତାଙ୍କ ସାନଭାଇର ଅଧିକ ଧ୍ୟାନ ରଖୁଥିଲା । ତେଣୁ ଗୌରବର ସନ୍ଦେହ ହେଲା ଯେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଛି । କିନ୍ତୁ ତାକୁ ଏ ମାମଲାରେ କୌଣସି ପ୍ରମାଣ ମିଳିନଥିଲା । ଗୌରବ ମଦ ପିଇ ଆସିବାଟା ଟିନା ପସନ୍ଦ କରିନଥିଲା । ଏହି କଥାକୁ ନେଇ ମଧ୍ୟ ଦୁହିଁଙ୍କ ମଧ୍ୟରେ ବହୁତ୍ ଝଗଡା ହେଉଥିଲା ।
ନିଦରୁ ଉଠାଇ କଲା ହତ୍ୟା :-
ଗୌରବ ଯେକୌଣସି ପରିସ୍ଥିତିରେ ଟିନା ଠାରୁ ଅଲଗା ହେବାକୁ ଚାହୁଁଥିଲା । ତେଣୁ ସେ ଦୁଇଦିନ ପୂର୍ବରୁ ଘରୁ ଜୟପୁର ପଳାଇ ଯାଇଥିଲା । କିନ୍ତୁ ରବିବାର ଦିନ ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଲେ । ରାତିରେ ସେ ପୁଣିଥରେ ମଦ ପିଇଥିଲେ । ସେ ଚିନ୍ତା କଲା ଯେ ସେ ଏମିତି ଭାବେ ତ ଟିନା ଠାରୁ ଅଲଗା ହୋଇପାରିବ ନାହିଁ । ତେଣୁ ସେ ଟିନାକୁ ମାରିବା ପାଇଁ ପ୍ଲାନ୍ କଲା ।
ସୋମବାର ସକାଳ ପ୍ରାୟ 4ଟାରେ ଗୌରବର ନିଦ ଭାଙ୍ଗିଗଲା । ସେତେବେଳେ ଟିନା ଶୋଇଥିଲା । ଗୌରବ ତାକୁ ଉଠାଇଲା ଏବଂ ମାରପିଟ କରିବାକୁ ଲାଗିଲା । ସେ ପ୍ରଥମେ ବେସବଲ ବ୍ୟାଟ ଦ୍ଵାରା ଟିନାର ମୁଣ୍ଡ ଫଟାଇ ଦେଲା । ଏହାପରେ ଚୁନରି ନେଇ ଟିନାର ବେକ ଚିପିଦେଲା । ସ୍ତ୍ରୀର ହତ୍ୟା କରି ଘରୁ 5ଟା ସମୟରେ ପଳାଇଗଲା । ତାପରେ ସାଢେ଼ ପାଞ୍ଚଟା ସମୟରେ ଗୋବିନ୍ଦପୁରମର ପାର୍କରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ମିଳିଲା । ତାଙ୍କୁ ଜଣେ ସମ୍ପର୍କୀୟ ଦେଖିଲା । ସେ ଏହାର ସୂଚନା ତାଙ୍କ ଘର ଏବଂ ପୋଲିସକୁ ଦେଲା ।
6ଟାରେ ଗୌରବଙ୍କ ଘରଲୋକେ ତାଲା ଲଗାଇ ପଳାଇଗଲେ । ସେହିପରି ପୋଲିସ ଗୌରବଙ୍କ ଘରେ 7ଟାରେ ପହଞ୍ଚିଲା । ଏହାର କିଛି ସମୟ ପରେ ପୋଲିସ ଗୌରବଙ୍କୁ ଧରିନେଲା । ଯେତେବେଳେ ତାର ମଦ ନିଶା ଓହ୍ଲାଇଲା, ସେତେବେଳେ ସେ ନିଜର ଦୋଷ ସ୍ଵୀକାର କରିନେଲା ।