ଆପଣ ମାନେ ଜାଣିଥିବେ କି ବାତ୍ୟା କୁ ନେଇ ପ୍ରାୟ ସମସ୍ତେ ଚିନ୍ତା ଗ୍ରସ୍ତ ହୋଇ ଥାଆନ୍ତି । କାରଣ ପ୍ରାକୃତିକ ବିପର୍ଯ୍ୟୟ ଉପରେ କାହାର ହାତ ନଥାଏ । ଏହା ଯେକୌଣସି ସମୟରେ ମଧ୍ଯ ତାର ପ୍ରଳୟଙ୍କରୀ ରୂପ ଦେଖାଇ ପାରେ । ଏବେ ଏହି ବାତ୍ୟା କୁ ନେଇ ଏକ ବଡ଼ ଖବର ଆସି ପହଞ୍ଚିଛି । ଚଳିତ ବର୍ଷର ସବୁଠାରୁ ବଡ଼ ବାତ୍ୟା ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି ।
ଏଥିପାଇଁ ସବୁ ଲୋକ ମାନେ ଭୟଭୀତ ହୋଇ ସାରିଲେଣି ଏବଂ ନିଜକୁ ସୁରକ୍ଷା ଦେବାରେ ପନ୍ଥା ମଧ୍ଯ ଆପଣେଇବା ରେ ଲାଗିଛନ୍ତି । ଏବଂ ଏହି ବାତ୍ୟା ଜାପାନର ଦକ୍ଷିଣପୂର୍ବ ଦ୍ୱୀପପୁଞ୍ଜ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି । ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହର ଗୁଡିକ ମଧ୍ୟ ଏହି ବାତ୍ୟା ପାଇଁ ବିପଦ ସଙ୍କେତ ରେ ଅଛନ୍ତି । ଏହି ଭୟଙ୍କର ବାତ୍ୟା ‘ହିନ୍ନାମନୋର’ ପ୍ରଭାବରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୨୫୭ କିମି ବା ୧୬୦ କିମି ବେଗରେ ପବନ ବହିବାରେ ଲାଗିଛି । ଏହାର କୋପ ମଧ୍ଯ ଘଣ୍ଟା ପ୍ରତି ୧୯୫ କିମି ରହିଥିବା ଆମେରିକା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।
ହିନ୍ନାମନୋର ପ୍ରଭାବରେ ସମୁଦ୍ର ଜୁଆର ୫୦ ଫୁଟ ବା ୧୫ ମିଟର ଉଚ୍ଚକୁ ଉଠିପାରେ । ସେଥି ପାଇଁ ମତ୍ସଜୀବୀ ମାନଙ୍କୁ ସମୁଦ୍ର କୂଳ କୁ ଯିବା ପାଇଁ ମନା ମଧ୍ଯ କରାଯାଇ ଅଛି । ତେବେ ଏହି ବାତ୍ୟା ପାଇଁ ସମସ୍ତ ଲୋକ ମାନେ ଭୟଭୀତ ଅଛନ୍ତି । ସୂଚନା ମୁତାବକ ଏହି ବାତ୍ୟା ବ୍ୟାପକ ଅଞ୍ଚଳରେ ବିଶେଷ କ୍ଷୟ କ୍ଷତି ଘଟାଇବାକୁ ଯାଉଛି । ଲୋକ ମାନଙ୍କୁ ଏହି ବାତ୍ୟା କବଳରୁ ବଞ୍ଚିବା ପାଇଁ ସତର୍କ ମଧ୍ଯ କରିଦିଆ ଯାଇଛି । ତେବେ ଦେଖାଯାଉ ଆଗକୁ ଏହି ବାତ୍ୟା କେଉଁ ରୂପ ନେବାକୁ ଯାଉଛି ।
ତେବେ ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ବାତ୍ୟା । ଆଉ ଉପକୂଳ ଆଡକୁ ଭୟଙ୍କର ବେଗରେ ମାଡି ଆସୁଛି । ଯେଉଁଥି ପାଇଁ ସମୁଦ୍ର ଜୁଆର ୫୦ ଫୁଟ୍ ଉଠିବ ଓ ୨୦୦ କିମି ବେଗରେ ପବନ ବହିବ । ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡକୁ ଖୁବ ଜୋରରେ ବାତ୍ୟା ମାଡି ଆସୁଛି । ଯାହାକୁ ନେଇ ଏବେ ଉପକୂଳ ବାସୀ ଅତ୍ୟନ୍ତ ଆତଙ୍କିତ ଅଛନ୍ତି । ଏମିତିକି ଏହି ବାତ୍ୟାକୁ ଏହି ବର୍ଷର ସବୁଠୁ ବଡ ବାତ୍ୟା ବୋଲି କୁହାଯାଉଛି । ପୂର୍ବ ଛଇଆନ ସମୁଦ୍ର ଦେଇ ସ୍ଥଳଭାଗ ଆଡକୁ ଏହି ବାତ୍ୟା ମାଡି ଆସୁଛି ।