ସୋମବାର ଦିନ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ନିବେଶ ସ୍କିମ, ବହୁତ ଶସ୍ତାରେ କିଣନ୍ତୁ ସୁନା। ଜାଣନ୍ତୁ ଡ଼ିଟେଲସ ବିଷୟରେ ସବୁକିଛି
ଯଦି ଆପଣ ସୁନାରେ ନିବେଶ କରିବାକୁ ପ୍ଲାନ କରୁଛନ୍ତି ତାହେଲେ ମୋଦି ସରକାର ଆପଣଙ୍କ ପାଇଁ ଏକ ଭଲ ନିବେଶ ସ୍କିମ ନେଇ ଆସିଛନ୍ତି। ସରକାରଙ୍କ ଏହି ସ୍କିମରେ ଆପଣ ମାର୍କେଟରୁ ବହୁତ କମ ଦାମରେ ସୁନା କିଣିପାରିବେ। ଏଥିରେ ଆପଣ ଫିଜିକାଲି କୌଣସି ସୁନା କିଣନ୍ତି ନାହିଁ ବରଂ ଆପଣଙ୍କ ଟଙ୍କା ଏଥିରେ ନିବେଶ ହୋଇଯାଏ। ଏଥିରେ ଆପଣଙ୍କୁ ରିଟର୍ଣ୍ଣ ମିଳିଥାଏ। ମୋଦି ସରକାରଙ୍କ ଯୋଜନା ଶୋଭେରିନ ଗୋଲଡ଼ ବଣ୍ଡ, 22 ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା 5 ଦିନ ପର୍ଯ୍ୟନ୍ତ ଖୋଲା ରହିବ।
ଶସ୍ତାରେ କିଣିପାରିବେ ସୁନା:-
ଶୋଭେରିନ ଗୋଲଡ଼ ବଣ୍ଡ ଯୋଜନାରେ ଆପଣ ବହୁତ ଶସ୍ତାରେ ସୁନା କିଣିପାରିବେ। ଏହି ସ୍କିମର ଶେଷ ତାରିଖ ଅଗଷ୍ଟ 26 ତାରିଖ ରଖାଯାଇଛି। ଚଳିତ ବର୍ଷ ଶୋଭେରିନ ଗୋଲଡ଼ ବଣ୍ଡର ଇସୁ ଅଗଷ୍ଟ ମାସରେ ଦ୍ବିତୀୟଥର ପାଇଁ କରାଯାଉଛି। ଏହାର ପ୍ରଥମ ଇସୁ ଜୁନ ମାସରେ ଆସିଥିଲା। ଏହି ଯୋଜନା ଅନ୍ତର୍ଗତ ଆପଣଙ୍କୁ ଫିଜିକାଲି ଗୋଲଡ଼ ମିଳିନଥାଏ ବରଂ ଟଙ୍କା ଗୋଲଡ଼ରେ ନିବେଶ କରାଯାଇଥାଏ।
ଏହିପରି ଭାବରେ କରିପାରିବେ ନିବେଶ:-
ଆପଣ ବ୍ୟାଙ୍କ, ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ, କ୍ଲିୟରିଂ କର୍ପୋରେସନ ଅଫ ଇଣ୍ଡିଆ, କିଛି ପୋଷ୍ଟ ଅଫିସ, NSE ଓ BSE ରୁ କିଣିପାରିବେ। ଏଜେଣ୍ଟ ଜରିଆରେ ମଧ୍ୟ ଆପଣ ଏଥିରେ ନିବେଶ କରିପାରିବେ।
ଶୋଭେରିନ ଗୋଲଡ଼ ବଣ୍ଡର ମ୍ୟାଚୁରିଟି ପିରିୟଡ଼ 8 ବର୍ଷ ଅଟେ। ଆପଣ 5 ବର୍ଷ ପରେ ମଧ୍ୟ ଏଥିରୁ ଟଙ୍କା ବାହାର କରିପାରିବେ। ଆପଣ ଅଧିକତମ 4 କିଲୋଗ୍ରାମ ସୁନାରେ ଟଙ୍କା ନିବେଶ କରିପାରିବେ। ଏହାର ଅର୍ଥ କୌଣସି ବର୍ଷରେ ଏହି ସ୍କିମ ଆସିଲେ ଆପଣ ଅଧିକତମ 4 କିଲୋଗ୍ରାମ ସୁନାରେ ନିବେଶ କରିପାରିବେ ଓ ଅତିକମରେ 1 ଗ୍ରାମରେ ନିବେଶ କରିପାରିବେ।
ବାର୍ଷିକ ଏତେ ଟଙ୍କା ମିଳିବ ଇଣ୍ଟରେଷ୍ଟ:-
ଶୋଭେରିନ ଗୋଲଡ଼ ବଣ୍ଡରେ ଆପଣଙ୍କୁ ବାର୍ଷିକ 2.5 ପ୍ରତିଶତ ସୁଧ ମିଳିଥାଏ। ଯଦି ଆପଣ ମ୍ୟାଚୁରିଟି ପିରିୟଡ଼ ପର୍ଯ୍ୟନ୍ତ ଟଙ୍କା ରଖୁଛନ୍ତି ତାହେଲେ ଆପଣଙ୍କୁ କୌଣସି ପ୍ରକାରର ଟ୍ୟାକ୍ସ ଦେବାକୁ ପଡିବନହିଁ।
ଅନଲାଇନ କିଣିଲେ ମିଳିବ 50 ଟଙ୍କା ପ୍ରତିଗ୍ରାମ ଛାଡ଼:-
ଡ଼ିଜିଟାଲ ଜରିଆରେ ଗୋଲଡ଼ କିଣିଲେ ଆପଣଙ୍କୁ 50 ଟଙ୍କା ଛାଡ଼ ମିଳିଥାଏ।