ଭାରତ ପାଇଁ ଏହି ଖାସ ରେକର୍ଡ଼ ବନାଇଲେ ଦୀପକ ହୁଡ଼ା, ଆଖପାଖରେ ମଧ୍ୟ ନାହାଁନ୍ତି ବିରାଟ କୋହଲି ଓ ରୋହିତ ଶର୍ମା

0

Get real time updates directly on you device, subscribe now.

ଭାରତୀୟ ଟିମ ଗତକାଲି ଜିମ୍ବାୱେ ବିପକ୍ଷରେ ଶାନଦାର 10 ଉଇକେଟରେ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତୀୟ ଓପନିଂ ଯୋଡ଼ି ଓ ବୋଲର ଖାଆସ ପ୍ରଦର୍ଶନ କରିଥିଲେ। ଭାରତୀୟ ବୋଲିଂ ସାମ୍ନାରେ ଜିମ୍ବାୱେ ବ୍ୟାଟିଂ ଲାଇନ ଅପ ତିଷ୍ଠି ପାରିନଥିଲା। ସେପଟେ ଦୀପକ ହୁଡ଼ା ଏକ ବିଶ୍ୱ ରେକର୍ଡ଼ ନିଜ ନାମରେ କରିଦେଇଛନ୍ତି ଓ ଏହା କରିବାରେ ସେ ପ୍ରଥମ ଭାରତୀୟ ମଧ୍ୟ ହୋଇଯାଇଛନ୍ତି।

ଦୀପକ ହୁଡ଼ା ନିଜ ନାମରେ କଲେ ଏହି ରେକର୍ଡ଼:-

ଆଇପିଏଲ ଓ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଦୀପକ ହୁଡ଼ା, ରୋହିତ ଶର୍ମା ଙ୍କ ଅଧିନାୟକତାରେ ଟିମ ଇଣ୍ଡିଆରେ ଡେବ୍ୟୁ କଲେ। ସେ ଏପର୍ଯ୍ୟନ୍ତ ଭାରତ ପାଇଁ 9ଟି t20 ଓ 6ଟି ଦିନିକିଆ ଖେଳିସାରିଛନ୍ତି। ଖାଆସ କଥା ଏହା ହେଉଛି ଯେ, ସେ ଖେଳିଥିବା ନିଜର 15ଟି ମ୍ୟାଚରେ ଭାରତ 15ଟି ରେ ବିଜୟ ହାସଲ କରିଛି ଓ କୌଣସି ବି ମ୍ୟାଚ ହାରିନାହିଁ।

ରେକର୍ଡ଼ ବରାବର:-

ଦୀପକ ହୁଡ଼ା ଭାରତ ପାଇଁ ଯେଉଁସବୁ ମ୍ୟାଚ ଖେଳିଛନ୍ତି ଦଳ ସେଥିରେ ବିଜୟ ହାସଲ କରିଛି। ବିଶ୍ୱ ରେକର୍ଡ଼ କଥା କହିବାକୁ ଗଲେ ରୋମାନିଆ କ୍ରିକେଟର ସାତ୍ଵିକ ନାଦିଗୋଟାଲା ଏମିତି କରିବାରେ ପ୍ରଥମ ଖେଳାଳି ହୋଇଥିଲେ ଓ ସେ ଖେଳିଥିବା 15ଟି ରୁ 15ଟି ମ୍ୟାଚରେ ରୋମାନିଆକୁ ବିଜୟ ମିଳିଥିଲା। ବର୍ତ୍ତମାନ ଭାରତର ଦୀପକ ହୁଡ଼ା ଏହି ରେକର୍ଡର ବରାବର କରିସାରିଛନ୍ତି। ହୁଡ଼ାଙ୍କ ପାଖରେ ଏହି ରେକର୍ଡ଼ ଭାଙ୍ଗିବାର ସୁଯୋଗ ରହିଛି। ଭାରତର ଆଗାମୀ ମ୍ୟାଚ ଅଗଷ୍ଟ 20 ତାରିଖରେ ଜିମ୍ବାୱେ ସହିତ ରହିଛି ଓ ଏହି ମ୍ୟାଚରେ ଭାରତ ଜିତିବାର ପ୍ରବଳ ଦାବିଦାର ରହିଛି।

ବିନା ବ୍ୟାଟିଂ ଓ ବୋଲିଂ କରି ବନାଇଲେ ଏହି ରେକର୍ଡ଼:-

ଦୀପକ ହୁଡ଼ାଙ୍କୁ ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆରେ ବୋଲିଂ ଓ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା। ନା ସେ ଫିଲ୍ଡିଂରେ କୌଣସି କ୍ୟାଚ ଧରିଥିଲେ ତଥାପି ଏହି ରେକର୍ଡ଼ ସେ ନିଜ ନାମରେ କରିଥିଲେ। ସେ ଭାରତ ପାଇଁ 9ଟି t20 ଓ 6ଟି ଦିନିକିଆ ଖେଳିଛନ୍ତି। ଦିନିକିଆରେ ଚାରୋଟି ପାଳିରେ 115 ରନ ଓ t20 କ୍ରିକେଟରେ 7ଟି ପାଳିରୁ 274 ରନ ବନାଇଛନ୍ତି। ଏଥିରେ 104 ରନ ର ଏକ ପାଳି ସାମିଲ ରହିଛି।

Leave A Reply

Your email address will not be published.