ଜାଣନ୍ତୁ ଡାକ୍ତର ଶ୍ରୀକାନ୍ତ ଜିଚକରଙ୍କ ବିଷୟରେ,ଜଣେ ଅନନ୍ୟ ଭାରତୀୟଙ୍କ କାହାଣୀ

0

Get real time updates directly on you device, subscribe now.

ତେବେ ହଁ ଅଜ୍ଞା ଦର୍ଷକବନ୍ଧୁ ଏପରି ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ଥିବା ବ୍ୟକ୍ତି ଥିଲେ । ସେ ଏକମାତ୍ର ବ୍ୟକ୍ତି ଯିଏକି ୨୦ ଟି ପ୍ରମୁଖ ଡିଗ୍ରୀ ହାସଲ କରିଥିଲେ । ଏହିପରି ପ୍ରଶ୍ନ ଟିଏ ଶୁଣିଲେ , ଆପଣ ମାନେ ସମସ୍ତେ ଚଳିତ ହୋଇ ବିସ୍ଫାରିତ ନୟନ ରେ ଦେଖି ପଚାରିବେ ନିଶ୍ଚୟ ଯେ କଣ ଏହା ସମ୍ଭବ । ତେବେ ଉତ୍ତର ହଁ ସେ ଜଣକ ହେଲେ ଡାକ୍ତର ଶ୍ରୀକାନ୍ତ ଜିଚକର୍ । ତାଙ୍କର ନାମ ଆପଣ ମାନେ ହୁଏତ ଶୁଣିଥିବେ ନିଶ୍ଚୟ । ଶ୍ରୀକାନ୍ତ ଜିଚକରଙ୍କ ଜନ୍ମ ଏକ ମରଠା ସମ୍ବୃଦ୍ଧ କୃଷକ ପରିବାରରେ ୧୯୫୪ ମସିହାରେ ହୋଇଥିଲା । ପ୍ରଚଣ୍ଡ ମେଧା ଶକ୍ତିର ଅଧିକାରୀ ଶ୍ରୀକାନ୍ତ ପିଲା ବେଳରୁ ହିଁ ତାଙ୍କର ପ୍ରତିଭାର ପ୍ରଦର୍ଶନ କରିଥିଲେ । ଖୁବଶୀଘ୍ର ସେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରି ତାଙ୍କର ଅସାଧାରଣ ଜ୍ଞାନ ପିପାସା ପାଇଁ ହାସଲ କରି ଚାଲିଲେ ଉଚ୍ଚତାର ଡିଗ୍ରୀ ପରେ ଡିଗ୍ରୀ । ଗୋଟିଏ , ଦୁଇଟି ନୁହେ ବରଂ ୨୦ଟି ଡିଗ୍ରୀ । ବିଭିନ୍ନ ବ୍ୟାପକ ଭାବରେ ଭିନ୍ନ ବିଷୟରେ । ସେହି ଡିଗ୍ରୀ ମଧ୍ୟରୁ କେତେକ ନିୟମିତ ଛାତ୍ର ଭାବରେ ଅଧ୍ୟୟନ କରି ଓ ଆଉ କେତେଟି ଦୂରଶିକ୍ଷା ମାଧ୍ୟମରେ । ସବୁଥିରେ ସେ ଖାଲି ପାସ ନୁହେଁ, ଟପ୍ପର ହୋଇଥିଲେ ମଧ୍ୟ ଅନେକ ବିଷୟରେ । ତାଙ୍କର ଶିକ୍ଷା ଉପଲବ୍ଦ୍ଧି ବିଷୟ ଜାଣିଲେ ଆପଣ ମାନେ ସବୁ ଚକିତ ହୋଇଯିବେ, କିନ୍ତୁ ତାହା ସବୁ ସତ୍ୟ ।

ତେବେ ଏବେ ଆସନ୍ତୁ ଜାଣିବା ଶ୍ରୀକାନ୍ତ ଜିଚକରଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ।

୧. ଏମ୍ ବି ବି ଏସ, ଏମ୍-ଡି ସ୍ଵର୍ଣ ପଦକ ସହ ।

୨. ଏଲ୍ଏଲ୍-ବି ଓ ଏଲ୍ଏଲ୍-ଏମ୍

୩. ଏମ୍-ବି-ଏ

୪. ସମ୍ବାଦିକତା ଶିକ୍ଷା ରେ ଡିଗ୍ରୀ

୫. ସଂସ୍କୃତ ରେ ଡି-ଲିଟ୍ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଭାବରେ

୬. ଆଉ ଇଂରେଜୀ ଭାଷା ସାହିତ୍ୟ , ହିନ୍ଦୀ , ଇତିହାସ , ମନୋବିଜ୍ଞାନ , ସୋସିଓଲଜି , ସମାଜ ବିଜ୍ଞାନ , ଆର୍କୀଓଲଜି ଓ ଆନ୍ଥ୍ରୋପଲୋଜି ଏହି ସବୁ ବିଷୟରେ ଏମ୍-ଏ ।

ଏହାପରେ ଶ୍ରୀକାନ୍ତ ୧୯୭୮ ମସିହା ବେଚ ରେ ଆଇପିଏସ୍ ପାଇ ପୋଲିସ ବିଭାଗରେ ଯୋଗଦେଲେ । ସେଠାରେ ଥାଇ ପୁଣି ୧୯୮୦ ମସିହାରେ ଆଇଏଏସ ପରୀକ୍ଷା ଦେଇ କୃତିର ସହିତ ଉତ୍ତିର୍ଣ ହେଲେ ଓ ଆଇଏଏସ ଅଧିକାରୀ ଭାବରେ ଯୋଗଦେଲେ । ମାତ୍ର ୨୬ ବର୍ଷରେ ହିଁ ତାଙ୍କର ଦେଶର ସର୍ବକନିଷ୍ଠ ବିଧାୟକ ଭାବରେ ତାଙ୍କ ନାମ ରହିଛି । ଏହାପରେ ସେ ମହାରାଷ୍ଟ୍ରରେ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।

ଏଭଳି ଅନନ୍ୟ , ଅଦ୍ଭୁତ ଉପଲବ୍ଧ୍ହୀର ପୁରୁଷ ହୋଇଥିବାରୁ ଲିମ୍କା ବୁକ ଅଫ ୱୋର୍ଲ୍ଡ ରେକର୍ଡରେ ତାଙ୍କ ନାମ ସ୍ଥାନ ପାଇଛି ଭାରତର ସର୍ବାପେକ୍ଷା ଅଧିକ ଶିକ୍ଷିତ, ସର୍ବାପେକ୍ଷା ଅଧିକ ଡିଗ୍ରୀଧାରୀ ବ୍ୟକ୍ତି ଭାବରେ । କିନ୍ତୁ ତାଙ୍କ ପରି କିଛି ପ୍ରଚଣ୍ଡ ପ୍ରତିଭାବାନ ବ୍ୟକ୍ତିଙ୍କୁ ଭଗବାନ ହୁଏତ ସ୍ୱଳ୍ପ ଆୟୁ ଦେଇଥାନ୍ତି । ସେଥିପାଇଁ ବୋଧହୁଏ ଶ୍ରୀକାନ୍ତ ୨ ଜୁନ ୨୦୦୪ ମସିହାରେ ନାଗପୁର ଠାରୁ ୬୦ କିଲୋମିଟର ଦୂରରେ ଏକ ଭୟାନକ ସଡକ ଦୁର୍ଘଟଣାରେ ମାତ୍ର ୪୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.