ନିଜ ପଛରେ ୪୬୦୦୦ କୋଟି ଟଙ୍କାର ସାମ୍ରାଜ୍ୟ ଛାଡିଦେଇ ଗଲେ ରାକେଶ ଝୁନଝୁନ ୱଲା , ଜାଣନ୍ତୁ କିଏ ହେବ ଏହାର ମାଲିକ୍

0

Get real time updates directly on you device, subscribe now.

ଭାରତର ପ୍ରସିଦ୍ଧ ଇନଭେଷ୍ଟର ରାକେଶ ଝୁନଝୁନ୍ ୱଲାଙ୍କୁ ସେୟାର ମାର୍କେଟର ବିଗ୍ ଵୁଲ କୁହାଯାଏ|୧୪ ଅଗଷ୍ଟ ରବିବାର ଦିନ ସେ ମୁମ୍ବାଇର ବ୍ରିଚ କୈଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ|ତାଙ୍କ ହୃଦଘାତରେ ପରଲୋକ ଘଟିଥିଲା|ସେ ମାତ୍ର ୫୦୦୦ ଟଙ୍କାରେ ଷ୍ଟକ ମାର୍କେଟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ|ଏଵେ ତାଙ୍କ ପାଖରେ ପାଖାପାଖି ୪୬୦୦୦ କୋଟି ଟଙ୍କାର ବଡ ସାମ୍ରାଜ୍ୟ ରହିଛି|

ତାଙ୍କ ମୃତ୍ୟୁ ପରେ ତାଙ୍କ ପଛରେ କୋଟି କୋଟି ଟଙ୍କାର ସାମ୍ରାଜ୍ୟ ଛାଡି ଯାଇଛନ୍ତି|ଏଵେ ପ୍ରଶ୍ନ ଉଠୁଛି ଏତେବଡ ସାମ୍ରାଜ୍ୟ କିଏ ସମ୍ଭାଳିବ ? ତାଙ୍କ ମୃତ୍ୟୁ ପରେ ପତ୍ନୀ ରେଖା ଝୁନଝୁନୱଲା,ଝିଅ ନିଷ୍ଠା ଝୁନଝୁନ ୱଲା ଓ ପୁତ୍ର ଆର୍ୟ୍ୟବୀର ଝୁନଝୁନୱଲାକୁ ପଛରେ‌ ଛାଡି ଯାଇଛନ୍ତି|

କୁହାଯାଉଛି ତାଙ୍କ ୪୬୦୦୦ କୋଟି ସମ୍ପତିକୁ ପତ୍ନୀ ପିଲାଙ୍କ ସହ ମିଶି ସମ୍ଭାଳିବେ|ଯଦିଓ ତାଙ୍କ ମୃତ୍ୟୁ ପରେ ଏୟାରଲାଇନ କାରବାର ବଡ ଚ୍ୟାଲେଞ୍ଜ ସୃଷ୍ଟି ହେବ|ତାଙ୍କ କାମରେ ବଡ ମାହିର ଥିଲେ|ତାଙ୍କୁ ଭାରତର ବରେନ ବଫେ କୁହାଯାଏ|ସେ ଭାରତର ସଫଳ ଇନଭେଷ୍ଟର ମଧ୍ୟରେ ଅନ୍ୟତମ|

ରାକେଶ ନିବେଶ ଦୁନିଆରେ ୧୯୮୫ରେ ମାତ୍ର ୫୦୦୦ ଟଙ୍କା ରଖିଥିଲେ|ସେତେବେଳେ ବିଏସ୍ଇ ଇନଡେସ୍କ ୧୫୦ ଥିଲା|ଏହାପରେ ୨୦୦୨ରେ ସେ ପତ୍ନୀଙ୍କ ଉପଦେଶରେ ଷ୍ଟାଫ ଡ୍ରେଡିଙ୍ଗ ଫାର୍ମ ରେୟାର ଏଣ୍ଟର ପ୍ରାଇଜେସ ବନାଇଥିଲେ|ଏହାର ନାମ ରା ରେ ଥିଲା|

ସେ କେଵଳ ଇନଭେଷ୍ଟରରେ ସିମୀତ ନଥିଲେ|ସେ ବହୁ ବ୍ୟବସାୟ ସହ ଜଡ଼ିତ ଥିଲେ|ସେ ଏପ୍ଟେକ ଲିମିଟେଡ ଓ ହଙ୍ଗାମା ଲିମିଟେଡ ମିଡିଆ ଇଣ୍ଟରଟେନମେଣ୍ଟ ଲିମିଟେଡର ଚେୟାରମେନ କାମ କରିଥିଲେ|ଏହା ବ୍ୟତୀତ ସେ ଵଡବଡ କମ୍ପାନୀର ବରରଡ ଅଫ ଡାଇରେକ୍ଟର୍ସ ଥିଲେ|

ଏହା ବ୍ୟତୀତ ଆକାଶ ଓ ରେଖା ଆକାଶ ଏୟାରରେ ୪୦% ରୁ ଉର୍ଦ୍ଧ୍ବ ଅଂଶ ଥିଲା|ଏଥିରେ ସେ ୫୦ ମିଲିୟନ ଡଲାର ନିବେଶ କରିଥିଲେ|ସେ ଷ୍ଟାର ହେଲ୍ଥ ଇନ୍ସୁରାନ୍ସ ର ପ୍ରମୋଟର ଥିଲେ|ସେ ପେଶାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ|ତାଙ୍କ ଜନ୍ମ ହାଇଦ୍ରାବାଦରେ ୫ ଜୁଲାଇ ୧୯୬୦ ରେ ହେଇଥିଲା|

Leave A Reply

Your email address will not be published.