ସରକାର କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ଭଲ ଖବର ଆଣିବା ସହିତ ଆଣିଛନ୍ତି କିଛି ମଧ୍ୟ ଖରାପ ଖବର । ତେବେ ସେହି ଖରାପ୍ ଖବର ହେଉଛି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ଅଷ୍ଟମ ବେତନ କମିଶନ ଗଠନ ନେଇ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପ୍ରଶ୍ନକାଳ ସମୟରେ ଏକ ପ୍ରଶ୍ନର ଲିଖତ ଉତ୍ତରରେ ଏହା କହିଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ଆୟୋଗର ସୁପାରିଶ ସମଗ୍ର ଦେଶରେ ଲାଗୁ ରହିଛି ।
ଏହା ଅନ୍ତର୍ଗତ କର୍ମଚାରୀ ମାନଙ୍କୁ ମଧ୍ୟ ବିଭିନ୍ନ ସୁବିଧା ମିଳୁଛି । ତେବେ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ପାଇଁ ଯେତିକି ସୁପାରିଶ କରାଯାଇଥିଲା, ତାହା ଠାରୁ କମ୍ ଦରମା ପାଉଛନ୍ତି । କର୍ମଚାରୀ ସଂଘ କହିଛି ଯେ ସେମାନେ ଏ ବାବଦରେ ଏକ ସ୍ମାରକପତ୍ର ପ୍ରସ୍ତୁତ କରୁଛନ୍ତି, ଯାହା ଖୁବ ଶୀଘ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । ଏହି ସ୍ମାରକପତ୍ରରେ ଥିବା ସୁପାରିଶ ଅନୁଯାୟୀ, ଦରମା ବୃଦ୍ଧି କିମ୍ବା ଅଷ୍ଟମ ବେତନ ଆୟୋଗ ଆଣିବାକୁ ଦାବି କରା ଯାଇଥିଲା ।
ଆଉ ଏନେଇ ଲୋକସଭାରେ ଅର୍ଥମନ୍ତ୍ରୀଙ୍କୁ ଏକ ପ୍ରଶ୍ନ କରା ଯାଇଥିଲା । ଏଥିରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନର ପ୍ରସ୍ତାବ ଅଛି କି, ଯାହାର ସୁପାରିସକୁ ୨୦୨୬ ଜାନୁଆରୀ ୧ରେ ଲାଗୁ କରାଯାଇ ପାରିବ । ଏହାର ଜବାବରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ଏନେଇ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ ବୋଲି । ତେବେ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଦରବୃଦ୍ଧିକୁ ନଜରରେ ରଖି ସରକାର କେନ୍ଦ୍ର କର୍ମଚାରୀଙ୍କ ବେତନ ବଢାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏଥିରେ ପ୍ରତି ଛଅ ମାସରେ ମହଙ୍ଗା ଭତ୍ତାରେ ବୃଦ୍ଧି ସାମିଲ ରହିଛି । ଯାହାକି ହେଉଛି ଭଲ ଖବର । ଉଲ୍ଲେଖଯୋଗ୍ୟ ଯେ, ୧୯୪୭ ମସିହା ପରଠାରୁ ସରକାର ପ୍ରତି ୧୦ ବର୍ଷରେ ନୂଆ ବେତନ ଆୟୋଗ ଗଠନ କରିଥାନ୍ତି । ଏହି କମିଟିର ସୁପାରିସ ଆଧାରରେ କେନ୍ଦ୍ର କର୍ମଚାରୀଙ୍କ ବେସନ ଏବଂ ପେନସନ ବୃଦ୍ଧି କରା ଯାଇଥାଏ । ବର୍ତ୍ତମାନ କର୍ମଚାରୀଙ୍କ ଦରମା ଆକ୍ରୋଏଡ୍ ଫର୍ମୁଲା ଦ୍ୱାରା ସ୍ଥିର ହେବ ଅର୍ଥାତ ଦକ୍ଷତା ଉପରେ ଏହା ନିର୍ଭର କରିବ ବୋଲି ସୂଚନା ରହିଛି ।