ପ୍ରସିଦ୍ଧ ବ୍ରାଣ୍ଡ ଦୁନିଆର ବିଚାରରୁ ହଟିକରି ନିଜ ପ୍ରଡକ୍ଟ ଲଞ୍ଚ କରିଥାନ୍ତି ତାହା ଏହି ବ୍ରାଣ୍ଡର ୟୁଏସପି ହୋଇଥାଏ|ପ୍ରସିଦ୍ଧ ଲକ୍ଜୁରୀ ବ୍ରାଣ୍ଡ ବଲେନାସିଏଜ୍ ମଧ୍ୟ ଏହା ଭାବି ଏଵେ କଚଡା ଫୋପାଡିବା ପାଇଁ ଖାସ୍ ବ୍ୟାଗ ଲଞ୍ଚ କରିଛନ୍ତି|ହଁ ଆଜ୍ଞା,”କଚଡା ଫୋପାଡିବା ବ୍ୟାଗ”|ଏହି ବ୍ୟାଗକୁ ମଡେଲ ନିଜ ହାତରେ ନେଇ ଫ୍ୟାସନ ସୋରେ ଚାଲି ସାରିଛନ୍ତି|
If you don’t see the beauty in the Balenciaga trash bag you just don’t understand fashion. It only costs $1,790. pic.twitter.com/eWP7XbzBB5
— ADM87 (@adm87) July 31, 2022
କୁହାଯାଇଥାଏ ଏହା ଦୁନିଆର ସବୁଠାରୁ ମହଙ୍ଗା ବ୍ୟାଗ|ଗୋଟିଏ ବ୍ୟାଗର ମୂଲ୍ୟ ୧ ଲକ୍ଷ ୪୨ ହଜାରରୁ ଉର୍ଦ୍ଧ୍ବ ଅଟେ|କମ୍ପାନୀ କଚଡା ଫୋପାଡିବା ପାଇଁ ଏହି ବ୍ୟାଗର ନାଁ ଟ୍ରାସ ପାଉଚ ଦେଇଛନ୍ତି|ବଲେନସିଏଜ ନିଜର ଅନୈଖା ପ୍ରଡକ୍ଟ ତ ଲଞ୍ଚ କରିଦେଲା କିନ୍ତୁ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛି|
Thank you Balenciaga for making rich people carry out their trash bags https://t.co/s1qlOXWf7Q @joerogan #Balenciaga #trashbags @kanyewest pic.twitter.com/9uTGCpuOsD
— CosmosLawyer (@HarsimratsNahal) July 31, 2022
ବ୍ୟାଗର ଫଟୋ ଅନଲାଇନରେ ଛାଇ ଯାଇଛି|ଏହି Balenciaga’s Fall 2022 ready-to-wear collection’ରେ ବି ଦେଖା ଯାଇଥିଲା, ଯେଉଁଥିରେ ମଡେଲ ହାଥରେ ନେଇ ଚାଲୁଥିଲା|ଏଵେ କଚଡା ଫିଙ୍ଗା ବ୍ୟାଗକୁ ଲୋକମାନେ ଷ୍ଟୋରରୁ ଯାଇ କିଣି ପାରିବେ|ଡିଜାଇନ୍ କଥା କହିବା ଯଦି ଏହା ସ୍ପେଶାଲ ଲାଗୁନାହିଁ|ଏହା କଳା,ନୀଳ,ଧଳା ରଙ୍ଗର ଉପଲବ୍ଧ|ଏହାର ଫ୍ରଣ୍ଟ ରେ Balenciaga ର ଲୋଗୋ ରହିଛି|
ଏହି ବ୍ୟାଗର ଫଟୋ ସୋସିଆଲ ମିଡିଆରେ ଆସିବା ପରେ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି|ଜଣେ ୟୁଜର ମୁଣ୍ଡ ପିଟୁଥିବା ଇମୋଜି ସେୟାର କରିଛନ୍ତି|ଜଣେ ୟୁଜର କହିଛନ୍ତି ଏଵେ ମଜାକ ବନିଗଲା Balenciaga ୧ ଲକ୍ଷ ୪୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର କଚଡା ଫୋପାଡିବା ବ୍ୟାଗ ବନାଇଛି|କ’ଣ ଏହି ଦୁନିଆରେ ପ୍ରକୃତ ଅସଲି ଅଟେ|