ବର୍ଷକ ପରେ ଇନ୍ସପେକ୍ଟର ପାଖକୁ ରହିବାକୁ ଆସିଲା ସ୍ତ୍ରୀ, ପୁଣି କାନ ପାଖରେ ବନ୍ଧୁକ ରଖି ନିଜ ଉପରେ ଚଳାଇଦେଲେ ଗୁଳି,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା ଅଟେ। କିନ୍ତୁ ଅନେକ ଥର ଏହି ଝଗଡା ଏତେ ମାତ୍ରାରେ ବଢିଯାଏକି ଲୋକ ଜୋସରେ ଆସି ନିଜର ହୋସ ହରାଇ ବସନ୍ତି। ଆଉ କେହି କେହି ବଡ ବଡ ପଦକ୍ଷେପ ମଧ୍ୟ ନେଇ ନିଅନ୍ତି। ବର୍ତ୍ତମାନ ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାର ଏହି ଆଶ୍ଚର୍ଯ୍ୟକର ମାମଲାକୁ ଦେଖନ୍ତୁ। ଯେଉଁଠି ଜେନ ସ୍ତ୍ରୀ ଘରୋଇ ଝଗଡାରେ କଥିତ ରୂପରେ ନିଜକୁ ଗୋଳି ମାରି ଆତ୍ମହତ୍ୟା କରିଦେଲେ।

ମୃତକଙ୍କର ପରିଚୟ ଆରତି ଉର୍ଫ ଦୀପ୍ତି ପୋରବାଲଙ୍କ ରୂପରେ ହୋଇଛି। ୩୦ ବର୍ଷୀୟ ଆରତି ଔରୌୟାରେ ରୁହନ୍ତି। ତାଙ୍କର ୭ବର୍ଷ ପୂର୍ବେ ସିକନ୍ଦରପୁର ବୈଶ୍ୟ ଥାନାର ଏସଓ(ଇନ୍ସପେକ୍ଟର) ବିବେକ ଗୁପ୍ତା ସହିତ ବିବାହ ହୋଇଥିଲା। ବିବେକ ଥାନା ପରିସରରେ ରହୁଥିଲେ। ତାଙ୍କର ସ୍ତ୍ରୀ କିଛିଦିନ ପୂର୍ବେ ତାଙ୍କ ସହିତ ରହିବା ପାଇଁ ଆସିଥିଲେ। ଅଗଷ୍ଟ ୨ ମଙ୍ଗଳବାର ଦିନ ରାତି ପାଖାପାଖି ୧୦ଟା ସମୟରେ ବିବେକଙ୍କ ଆବାସରୁ ଗୋଳି ଚଳାଇବାର ଶବ୍ଦ ଶୁଭିଲା।

ଶବ୍ଦ ଶୁଣି ଥାନା ପରିସରରେ ଅନେକ ପୋଲିସକର୍ମୀ ଇନ୍ସପେକ୍ଟର ବିବେକଙ୍କ ଘରକୁ ଦୌଡିଲେ। ଘରେ ପଶୁ ପଶୁ ଦେଖିଲେକି ଆରତି ରକ୍ତରେ ଉବୁଟୁବୁ ହୋଇ ତଳେ ପଡିଛନ୍ତି। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଗଲା। ଥାନା ପରିସରରେ ଆତ୍ମହତ୍ୟାର ଖବର ଶୁଣିବା ପରେ ସବୁଆଡେ ହଡକମ୍ପ ବ୍ଯାପିଗଲା। କାସଗଞ୍ଜର ଏସିପି ବିବିଜିଟିଏସ ମୂର୍ତ୍ତି, ପୋଲିସ ଅଧିକ୍ଷକ ଅନିଲ କୁମାର ସିସୋଦିୟା, ପଟିୟାଲା ସର୍କଲର କ୍ଷେତ୍ରାଧିକାରୀ ଆର କେ ତିଵାରୀ ଓ ସର୍କଲର ସମସ୍ତ ଇନ୍ସପେକ୍ଟର ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିଲେ।

ପରିଜନ କହିଲେ- ଆତ୍ମହତ୍ୟା ନୁହେଁ ହତ୍ୟା ଅଟେ:-

ଅତିଶୀଘ୍ର ଫିଲ୍ଡ ୟୁନିଟ ଓ ଫରେନସିକ ୟୁନିଟ ମଧ୍ୟ ଘଟଣାସ୍ଥଳରେ ଆସି ପହଞ୍ଚିଲେ। ସମସ୍ତେ ଘଟଣାସ୍ଥଳକୁ ଯାଞ୍ଚ କରିଲେ। ଏହା ସହିତ ଆତ୍ମହତ୍ୟା ହୋଇଥିବା ୩୧୫ ବୋରର ଅବୈଧ ତମଞ୍ଚାକୁ ମଧ୍ୟ ଜବତ କରି ନିଆଗଲା। କିଛି ସମୟ ପରେ ଆରତିଙ୍କ ଘର ଲୋକ ଘଟଣାସ୍ଥଳରେ ଆସି ପହଞ୍ଚିଗଲେ।

ଆରତିଙ୍କ ଭଉଣୀ ଏହାକୁ ଆତ୍ମହତ୍ୟା ମାନିବାକୁ ଅସ୍ଵୀକାର କରିଲେ। ତାଙ୍କର କହିବା କଥାକି ଇନ୍ସପେକ୍ଟର ବିବେକ ତାଙ୍କର ଭଉଣୀଙ୍କୁ ଗୋଳି ମାରି ହତ୍ୟା କରିଛନ୍ତି। ଆରତିଙ୍କ ବାକି ପରିଜନ ମଧ୍ୟ ବିବେକଙ୍କ ଉପରେ ଝିଅକୁ ପ୍ରତାଡିତ କରିବାର ଆରୋପ ଲଗାଇଲେ।

ସିକନ୍ଦରପୁର ବୈଶ୍ୟ ଥାନାର ଏସଓ ବିବେକ ଗୁପ୍ତା ଇଟାୱା ଜିଲାର ଭରଥନାରେ ରୁହନ୍ତି। ଏହି ଘଟଣା ପରେ ଏସପିଙ୍କୁ ଚାକିରୀରୁ ସସପେଣ୍ଡ କରିଦିଆଯାଇଛି। ଏହା ସହିତ ତାଙ୍କ ବିରୁଦ୍ଧରେ ଏକ ଯାଞ୍ଚର ମଧ୍ୟ ଆଦେଶ ଦିଆଯାଇଛି। ସୂତ୍ର ଅନୁସାରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ଝଗଡା ଚାଲିଥିଲା। ଏହି ସମୟରେ ଆରତି ନିଜ କାନ ପାଖରେ ତମଞ୍ଚା ରଖି ଚଳାଇଦେଲେ।

ପୋଲିସ ଏହି ମାମଲାର ଯାଞ୍ଚ କରୁଅଛି। ଏହା ଆତ୍ମହତ୍ୟା ଥିଲା ନା ହତ୍ୟା ଏହାର ସତ ସାମ୍ନାକୁ ଆସିବାରେ ବର୍ତ୍ତମାନ କିଛି ସମୟ ଲାଗିବ। ଆରତିଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

Leave A Reply

Your email address will not be published.