Post Office Scheme: ବର୍ତ୍ତମାନ ସମୟରେ ପୋଷ୍ଟ ଅଫିସ ସଞ୍ଚୟ ଯୋଜନା ଗୁଡିକ ବହୁତ୍ ଚର୍ଚ୍ଚାରେ ରହିଛି, କାରଣ ସଞ୍ଚୟ କରିବା ମାମଲାରେ ପୋଷ୍ଟ ଅଫିସର ଯୋଜନା ସୁରକ୍ଷିତ ଅଟେ ଏବଂ ରିଟର୍ନ ମଧ୍ୟ ଭଲ ମିଳିଥାଏ । ଯଦି ଆପଣଙ୍କ ପିଲାର ବୟସ 10 ବର୍ଷ କିମ୍ବା ତାଠାରୁ ଅଧିକ, ତେବେ ଆପଣ ତା ନାମରେ Post Office MIS account ଖୋଲି ପାରିବେ । ଏହାଦ୍ବାରା ପିଲାକୁ ପ୍ରତିମାସରେ 2500 ଟଙ୍କା ମିଳିଥାଏ । ଅର୍ଥାତ୍ ଏହି ଆକାଉଣ୍ଟ ଦ୍ଵାରା ଆପଣଙ୍କୁ ଜବରଦସ୍ତ ଫାଇଦା ମିଳିବ ।
ଆପଣଙ୍କୁ କହିରଖୁଛୁ ଯେ ଏଥିରେ ପଇସା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରୁହେ । ଏଥିରେ ମାର୍କେଟରେ ହ୍ରାସ – ବୃଦ୍ଧିର ପ୍ରଭାବ ନିବେଶ କିମ୍ବା ରିଟର୍ନ ଉପରେ ନଥାଏ । MIS ଆକାଉଣ୍ଟରେ ପରିପକ୍ୱତାର ଅବଧି 5 ବର୍ଷ ହୋଇଥାଏ । ପୋଷ୍ଟ ଅଫିସ ମନ୍ଥଲି ଇନକମ ସ୍କିମରେ ଯେକୌଣସି ଭାରତୀୟ ନାଗରିକ ମଧ୍ୟ ନିବେଶ କରିପାରିବେ ।
ଜରୁରୀ ଡକ୍ୟୁମେଣ୍ଟ ସହିତ ଆପଣ ପୋଷ୍ଟ ଅଫିସ ଯାଇ ମନ୍ଥଲି ଇନକମ ସ୍କିମର ଫର୍ମ ପୂରଣ କରି ଆକାଉଣ୍ଟ ଖୋଲି ପାରିବେ । ଆପଣ ଚାହିଁଲେ ଅନଲାଇନ୍ ଫର୍ମ ମଧ୍ୟ ଡାଉନଲୋଡ୍ କରିପାରିବେ । ମନ୍ଥଲି ଇନକମ ସ୍କିମରେ ଆପଣ ଏକ ହଜାର ଟଙ୍କା ନିବେଶ ଦ୍ଵାରା ଆକାଉଣ୍ଟ ଖୋଲିପାରିବେ ।
ପୋଷ୍ଟ ଅଫିସର୍ ମନ୍ଥଲି ଇନକମ୍ ସ୍କିମରେ ସିଙ୍ଗଲ ଆକାଉଣ୍ଟରେ ଅଧିକାଂଶ 4.5 ଲକ୍ଷ ଟଙ୍କା ନିବେଶ କରିପାରିବେ । ସେହିପରି ଯଦି କେହି ଜଏଣ୍ଟ ଆକାଉଣ୍ଟ ଖୋଲନ୍ତି, ତେବେ ଅଧିକାଂଶ 9 ଲକ୍ଷ ଟଙ୍କାର ନିବେଶ କରିବାକୁ ପଡ଼ିବ ।
MIS ରେ ସୁଧ ପ୍ରତିମାସରେ ପ୍ରଦାନ କରାଯାଏ । ଏହି ସ୍କିମରେ ସୁଧ ଦର୍ ବାର୍ଷିକ ବର୍ତ୍ତମାନ 6.6 ପ୍ରତିଶତ ଅଟେ । ଆପଣଙ୍କ ପିଲାର ବୟସ ଯଦି 10 ବର୍ଷ କିମ୍ବା ତା ଠାରୁ ଅଧିକ ହୋଇଥାଏ, ଆପଣ ନିଜ ପିଲା ନାମରେ ଆକାଉଣ୍ଟ ଖୋଲି ପାରିବେ । ସେହିପରି ଯଦି ପିଲାର ବୟସ 10 ବର୍ଷରୁ କମ, ତେବେ ବାପାମାଆ ଏହି ଖାତା ଖୋଲିପାରିବେ ।
ପରିପକ୍ୱତାର ସମୟ 5 ବର୍ଷ ହୋଇଥାଏ, କିନ୍ତୁ ଏଥିରେ ପ୍ରିମେଚ୍ୟୋର୍ କ୍ଲୋଜରର ଅପ୍ସନ୍ ମଧ୍ୟ ଥାଏ । ସ୍କିମ ଆରମ୍ଭ ହେବାର ତାରିଖଠାରୁ ଏକ ବର୍ଷ ପୁରା ହେବା ପରେ ହିଁ ଆପଣ ପଇସା ଉଠାଇପାରିବେ ।
ନିୟମଗୁଡ଼ିକ ଅନୁଯାୟୀ, ଯଦି ଏକ ବର୍ଷରୁ ତିନି ବର୍ଷ ମଧ୍ୟରେ ପଇସା ଉଠାନ୍ତି, ତେବେ ଡିପୋଜିଟ ଅମାଉଣ୍ଟର 2% କାଟି ଫେରାଇ ଦିଆଯିବ । ସେହିପରି ଯଦି ଆକାଉଣ୍ଟ ଖୋଲିବାର 3 ବର୍ଷ ପରେ ପରିପକ୍ୱତା ପୂର୍ବରୁ କେବେ ପଇସା ଉଠାନ୍ତି, ତେବେ ଆପଣଙ୍କ ଜମା ରାଶିର 1% କାଟି ଫେରାଇ ଦିଆଯିବ ।
କିପରି ମିଳିବ 2500 ଟଙ୍କା :-
ଏହି ସ୍କିମରେ ସିଙ୍ଗଲ ଆକାଉଣ୍ଟରେ ଅଧିକାଂଶ 4.5 ଲକ୍ଷ ଟଙ୍କା ନିବେଶ କରିପାରିବେ । ଏହି ହିସାବରେ ତାଙ୍କୁ ବାର୍ଷିକ 29,700 ଟଙ୍କାର ସୁଧ ମିଳିବ । ଅର୍ଥାତ୍ ପ୍ରତିମାସରେ 2475 ଟଙ୍କା ସୁଧ ମିଳିବ । ଏହିପରି ଭାବେ ଆପଣ ପ୍ରତିମାସରେ ପ୍ରାୟ 2500 ଟଙ୍କାର ରୋଜଗାର କରିପାରିବେ ।