ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଋଷି ସୁନକ। ଗୀତା ଉପରେ ହାତ ରଖି କହିଲେ- ମୁଁ ଜଣେ ଗୌରବାନ୍ୱିତ ହିନ୍ଦୁ

0

Get real time updates directly on you device, subscribe now.

ଏହି ସମୟରେ ଭାରତୀୟ ବଂଶଦ୍ଭଵ ଋଷି ସୁନକ ବ୍ରିଟେନରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ସେ ବ୍ରିଟେନର ଆଗାମୀ ପିଏମ ହେବାକୁ ଯାଉଛନ୍ତି। ବର୍ତ୍ତମାନ ସେ ବ୍ରିଟେନର ବିତ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି ଓ ବହୁତ ଜଲଦି ବ୍ରିଟେନରେ ପିଏମ ହେବାକୁ ଯାଉଛନ୍ତି।

ଜଣାଇଦେଉଛୁ ଯେବେଠାରୁ ଇଂଲଣ୍ଡର ପୂର୍ବତନ ପିଏମ ନିଜ ପଦରୁ ଇସ୍ତଫା ଦେଇଥିଲେ ଏହାପର ଠାରୁ ପିଏମ ନାମ ଜାରି ହୋଇଥିଲା ଓ ଏଥିରେ ସର୍ବପ୍ରଥମେ ଋଷି ସୁନକଙ୍କ ନାମ ସାମ୍ନାକୁ ଆସୁଛି। ଯଦି ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାରେ ସଫଳ ହୁଅନ୍ତି ତାହେଲେ ସେ ଇତିହାସ ରଚିଦେବେ।

ଭାରତ ସହିତ ଅନ୍ୟ ଦେଶର ନଜର ମଧ୍ୟ ବ୍ରିଟେନ ଉପରେ ରହିଛି। ସେମାନଙ୍କ ମଧ୍ୟରେ ଆଗ୍ରହ ଲାଗି ରହିଛି ଯେ, ବ୍ରିଟେନର ଆଗାମୀ ପିଏମ କିଏ ହେବ। ଏଥିରେ ଭାରତୀୟ ଲୋକେ ବହୁତ ଉତ୍ସୁକ ରହିଛନ୍ତି ଓ ସେମାନେ ଚାହୁଁଛନ୍ତି ଭାରତୀୟ ବଂଶଦ୍ଭଵ ଋଷି ହିଁ ବ୍ରିଟେନର ଆଗାମୀ ପିଏମ ହୁଅନ୍ତୁ।

ବ୍ରିଟେନରେ ଚାଲିଥିବା ପିଏମ ରେସ ରେ ଋଷିଙ୍କ ଏକ ବୟାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହା ଏକ ଧର୍ମ ସମ୍ବନ୍ଧୀୟ ଅଟେ ଓ ସେ କହିଛନ୍ତି, ମୁଁ ଜଣେ ଗୌରବଶାଳୀ ହିନ୍ଦୁ ଅଟେ। ଏହାପୂର୍ବରୁ 2020 ରେ ଯେତେବେଳେ ସେ ବିତ୍ତ ମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ହିନ୍ଦୁ ହୋଇଥିବାରୁ ଗର୍ବ ଅନୁଭବ କରିଥିଲେ।

ସେ କହିଲେ- ମୁଁ ଜଣେ ଗୌରବଶାଳୀ ହିନ୍ଦୁ ଓ ଏହା ମୋର ପରିଚୟ ଅଟେ:-

2020 ମସିହାରେ ଯେତେବେଳେ ସେ ବିତ୍ତମନ୍ତ୍ରୀ ବନିଲେ। ସେତେବେଳେ ଜଣେ ବ୍ରିଟେନ ମିଡ଼ିଆ ଗୀତା ଉପରେ ହାତ ରଖିବାକୁ ନେଇ ତାଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ ଋଷି କହିଥିଲେ, ମୁଁ ବର୍ତ୍ତମାନ ବ୍ରିଟେନର ନାଗରିକ କିନ୍ତୁ ମୁଁ ଜଣେ ହିନ୍ଦୁ ଅଟେ। ଭାରତ ମୋ ଧାର୍ମିକ ଓ ସାଂସ୍କୃତିକ ବିରାସତ ଅଟେ। ମୁଁ ଗର୍ବରେ କହିପାରୁଛି ମୁଁ ଜଣେ ହିନ୍ଦୁ ଅଟେ ଓ ଏହା ମୋ ପରିଚୟ।

ଡେସ୍କ ଉପରେ ରଖନ୍ତି ଭଗବାନ ଗଣେଶଙ୍କ ପ୍ରତିମା:-

ଋଷି ସୁନକ ନିଜ ଧର୍ମ ପ୍ରତି ବହୁତ ସଚୋଟ ଓ ସେ ଏହାର ଝଲକ ମଧ୍ୟ ଦେଖାଉଛନ୍ତି। ତାଙ୍କ ଡେସ୍କ ଉପରେ ସେ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ରଖନ୍ତି। ଏହାସହ ସେ ଲୋକଙ୍କୁ ବିଫ ବର୍ଜିତ କରିବାକୁ କୁହନ୍ତି।

42 ବର୍ଷୀୟ ଋଷି ସୁନକଙ୍କ ଜନ୍ମ 12 ମେ 1980 ରେ ଇଂଲଣ୍ଡର ସାଉଥହାମ୍ପଟନରେ ହୋଇଥିଲା। ତାଙ୍କର ଖାଁଦାନୀ ଏକ ପଞ୍ଜାବୀ କ୍ଷତ୍ରିୟ ଅଟନ୍ତି। ସୁନକ ବ୍ରିଟେନର ଉଇଞ୍ଚେଷ୍ଟାର କଲେଜରେ ସ୍କୁଲ ଶିକ୍ଷା ପ୍ରାପ୍ତ କରିବାପରେ ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟିରେ ନିଜର ପାଠପଢା ହାସଲ କଲେ। ତାଙ୍କର ପିତାଙ୍କ ଜନ୍ମ କେନିଆର ରାଜଧାନୀ ନୈରବିରେ ହୋଇଥିଲା। ସେହିପରି ତାଙ୍କ ମାଆ ସରକ୍ଷା ସୁନକ ତାଞ୍ଜାନିଆରେ ରୁହନ୍ତି।

2009 ମସିହାରେ ସେ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଝିଅ କୃଷ୍ନା ମୂର୍ତ୍ତି ଓ ଅନୁଷ୍କା ମୂର୍ତ୍ତି ରହିଛନ୍ତି।

Leave A Reply

Your email address will not be published.