ମାତ୍ର ୧୭ ଦିନରେ ବଦଳିଲା ଭାଗ୍ୟ, ମାଆଙ୍କ କଥା ମାନି ପରୀକ୍ଷା ଦେଇ ହେଲେ ଆଇପିଏସ ଅଫିସର,ଜାଣନ୍ତୁ କେମିତି ଥିଲା ତାଙ୍କ ସଂଘର୍ଷର କାହାଣୀ !

0

Get real time updates directly on you device, subscribe now.

ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏହା କେତେଯେ କଷ୍ଟକର ତାହା ସମସ୍ତେ ଜାଣନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଛାତ୍ର-ଛାତ୍ରୀ ସାମିଲ ହୋଇଥାନ୍ତି। କିନ୍ତୁ ବହୁତ କମ ଛାତ୍ର ଛାତ୍ରୀଙ୍କୁ ବହୁତ କମ ସଫଳତା ମିଳିଥାଏ। ଯେଉଁମାନେ ସିଭିଲ ସର୍ଭିସରେ ବିଫଳ ହୋଇଥାନ୍ତି ସେମାନେ ବିଫଳ ହେବା ପରେ ମଧ୍ୟ ନିଜର ପ୍ରଚେଷ୍ଟା ଜାରି ରଖନ୍ତି। ଆଉ କଥାରେ ଅଛି ପରିଶ୍ରମର ଫଳ ନିଶ୍ଚିତ ମିଳିଥାଏ। ଏମିତି ଜଣେ ଆଇପିଏସ ଅଫିସରଙ୍କ କାହାଣୀ ଆଜି ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ଏହି କାହାଣୀ ବିଷୟରେ।

ବାରମ୍ବାର ବିଫଳତା ପରେ ମଧ୍ୟ ହାର ନମାନି ପ୍ରୟାସ କରିଚାଲିଥିଲେ। ମାତ୍ର ୧୭ଦିନରେ ତାଙ୍କୁ ମିଳିଥିଲା ବଡ ସଫଳତା। ଫରିଦାବାଦର ଅକ୍ଷତ କୌଶଲ ଲଗାତାର ୪ଥର ୟୁପିଏସସି ପରୀକ୍ଷାରେ ବିଫଳ ହୋଇଥିଲେ। ପଞ୍ଚମ ଥର ତାଙ୍କ ହାତରେ ଥିବା ସଫଳତାର ଲଡୁ। ସେ ୨୦୧୨ ରେ ନିଜର ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ୨୦୧୩ ରେ ନିଜର ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ। ପ୍ରଥମ ଥର ବିଫଳ ପରେ ମଧ୍ୟ ସେ ଦ୍ଵିତୀୟ ଥର ପରୀକ୍ଷା ଦେଲେ, ସେଥିରେ ମଧ୍ୟ ସେ ବିଫଳ ହେବାରୁ ତୃତୀୟ ଥର ପରୀକ୍ଷା ଦେଲେ ଓ ସେଥିରେ ବିଫଳ ହେଲେ। ତାଙ୍କର ମନୋବଳ ଏତେ ଦୃଢ଼ ଥିଲାକି ସେ ଚତୁର୍ଥ ଥର ମଧ୍ୟ ପରୀକ୍ଷା ଦେଇଥିଲେ।

ସେ ଚତୁର୍ଥ ଥର ପ୍ରୟାସ ପରେ ନିଷ୍ପତ୍ତି ନେଇଥିଲେକି ସେ ଆଉ ସିଭିଲ ସର୍ଭିସ ପରୀକ୍ଷା ଦେବେନାହିଁ। କିନ୍ତୁ ତାଙ୍କ ସାଙ୍ଗମାନେ ତାଙ୍କୁ ଉତ୍ସାହିତ କରିଥିଲେ। କୌଶଲଙ୍କ ମାଆ ତାଙ୍କୁ କହିଥିଲେ ଏହି ଶେଷଥର ପାଇଁ ପ୍ରୟାସ କରିଦେ। ମାଆ ଓ ସାଙ୍ଗମାନଙ୍କ କଥା ଶୁଣି କୌଶଲ ଶେଷଥର ପାଇଁ ପ୍ରୟାସ କରିଥିଲେ। ସେତେବେଳକୁ ହାତରେ ମାତ୍ର ୧୭ ଦିନ ଥିଲା। ଏତେ କମ ସମୟ ମଧ୍ୟରେ ସେ ନିଜର ପ୍ରଲିମ୍ସ ଓ ଇଣ୍ଟରଭ୍ୟୁ କ୍ଲିୟର କରିଥିଲେ ଓ ସେଥିରେ ସେ ୫୫ତମ ରେଙ୍କରେ ରହିଥିଲେ।

Leave A Reply

Your email address will not be published.