୮ ବର୍ଷର ଛୁଆ ହାତରେ ନିଜ ୨ ବର୍ଷର ଭାଇର ଶବ ; କାରଣ ଜାଣିଲେ ଆପଣ ବି କାନ୍ଦି ଉଠିବେ,ଜାଣନ୍ତୁ ପୁରା ଘଟଣା …….

0

Get real time updates directly on you device, subscribe now.

ମାନବିକତା ହିଁ ମନୁଷ୍ୟର ପରିଚୟ ଅଟେ। ଆମ ଦେଶରେ ବହୁତ ପ୍ରକାରର ଧର୍ମ ରହିଛି ଓ ଲୋକେ ନିଜା ଧର୍ମ ପାଳନ କରିବାକୁ ଭୁଲନ୍ତି ନାହିଁ। ଏହାସହ ଲୋକଙ୍କୁ ମାନବିକତାର ପାଳନ ମଧ୍ୟ କରିବା ଉଚିତ। ଯଦି କୌଣସି ଲୋକ ଅସୁବିଧାରେ ପଡ଼ିଛି ତାହେଲେ ଆମକୁ ତାକୁ ମାନବିକତା ଦେଖାଇ ବଞ୍ଚାଇବାକୁ ହେବ କିନ୍ତୁ ଆଜିର ଦୁନିଆ ଏମିତି ହୋଇପଡିଛି ଯେ, ଲୋକମାନଙ୍କ ମଧ୍ୟରେ ମାନବିକତା ନାମକ ଜିନିଷ ହିଁ ଆଉ ଦେଖିବାକୁ ମିଳୁନାହିଁ।

ଆମକୁ ଏମିତି କିଛି ଜିନିଷ ଦେଖିବାକୁ ମିଳୁଛି ଯାହାକୁ ଜାଣିବାପରେ ମାନବିକତା ଉପରେ ଆମର ଭରସା ଉଠିଯିବ। ମଧ୍ୟ ପ୍ରଦେଶର ମୁରାଇନା ଜିଲ୍ଲାରୁ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହାକି ମାନବିକତା ଶେଷ ହୋଇଯାଇଛି ବୋଲି ଆପଣ ଭାବିପାରିବେ। ଏହି ଫୋଟକୁ ଦେଖିବାପରେ ଆପଣଙ୍କ ମନ ମଧ୍ୟ ବିଚଳିତ ହୋଇଯିବ।

2 ବର୍ଷୀୟ ଛୋଟ ଭାଇର ଶବକୁ କୋଳରେ ନେଇ ରାସ୍ତା ଉପରେ ବସିଲେ 8 ବର୍ଷର ନିରୀହ ବାଳକ:-

ମଧ୍ୟ ପ୍ରଦେଶର ମୁରାଇନା ଜିଲ୍ଲାର ଏହି ଘଟଣାରେ ଜଣେ 8 ବର୍ଷୀୟ ପିଲାଟି ନିଜ ଦୁଇ ବର୍ଷୀୟ ଭାଇର ଶବକୁ ରାସ୍ତା କଡ଼ରେ ଦୁଇଘଣ୍ଟା ଧରି ବସି ରହିଲା। ଏହାର ପୁରା ମାମଲା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି। ଏହି ମାମଲା ମୁରାଇନା ଜିଲ୍ଲା ହସ୍ପିଟାଲର ବୋଲି କୁହାଯାଉଛି।

ଜିଲ୍ଳା ହସ୍ପିଟାଲ ବାହାରେ 8 ବର୍ଷୀୟ ପିଲାଟି ନିଜ ଦୁଇବର୍ଷୀୟ ଛୋଟ ଭାଇର ଶବକୁ ରାସ୍ତା କଡ଼ରେ ଧରି ବସିରହିଛି। ପିଲାଟିର ପିତା ଛୁଆଟିକୁ ଘରକୁ ନେଇଯିବା ପାଇଁ ଆମ୍ବୁଲାନ୍ସର ବନ୍ଦୋବସ୍ତ କରୁଥିଲେ ଓ ଆପଣ ମାନେ ଏହି ଫୋଟକୁ ଦେଖିଲେ ଆପଣଙ୍କ ଆଖିରୁ ଲୁହ ବୋହିଯିବ।

ମିଳିଲାନାହିଁ କୌଣସି ଯାନ:-

ମିଳିଥିବା ସୂଚନାନୁଯାୟୀ, ମୁରାଇନାର ଅମ୍ବାହା ବଡ଼ଫରା ଗ୍ରାମ ନିବାସୀ ପୂଜାରାମ ଜାଟବ ଶନିବାର ପାଖାପାଖି 12 ଘଟିକା ସମୟରେ ନିଜ ଦୁଇବର୍ଷର ପୁଅ ରାଜାକୁ ଅମ୍ବାହରୁ ଜିଲ୍ଲା ହସ୍ପିଟାଲ ନେଇଥିଲେ। ଏନିମିଆ ଓ ପେଟରେ ପାଣି ଜମିବା ରୋଗରେ ଗ୍ରସିତ ଥିବା ରାଜା ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ସମୟରେ ନିଜର ପ୍ରାଣ ହାରିଥିଲା।

ଅମ୍ବାହା ଜିଲ୍ଲାରୁ ରାଜାକୁ ନେଇ ଯେଉଁ ଆମ୍ବୁଲାନ୍ସ ଆସିଥିଲା ତାହା ତୁରନ୍ତ ଫେରିଯାଇଥିଲା। ରାଜାର ମୃତ୍ୟୁପରେ ତାଙ୍କର ପିତା ହସ୍ପିଟାଲର ଡ଼କ୍ଟର ଓ ଷ୍ଟାଫଙ୍କୁ ପୁଅକୁ ଘରକୁ ନେବାପାଇଁ ବାହାନ ଦେବାର କଥା କହିଥିଲେ। କିନ୍ତୁ ତାଙ୍କୁ ମନା କରିଦିଆଯାଇଥିଲା କି, ଶବ ନେବାପାଇଁ ହସ୍ପିଟାଲ ତରଫରୁ କୌଣସି ଗାଡ଼ି ନାହିଁ, ତୁମେ ବାହାରୁ ଭଡ଼ା କରି ଗାଡ଼ି ନେଇଯାଅ।

ଆମ୍ବୁଲାନ୍ସ ବାଲା ମାଗିଲେ ଦେଢ଼ ହଜାର ଟଙ୍କା:-

ଏହାପରେ ପୂଜାରାମ ହସ୍ପିଟାଲ ପାଖରେ ଥିବା ଏକ ଆମ୍ବୁଲାନ୍ସଙ୍କୁ ଯିବାକୁ କହିବାରୁ ସେ ଦେଢ଼ ହଜାର ଟଙ୍କା ଡିମାଣ୍ଡ କରିଥିଲେ। କିନ୍ତୁ ପୂଜାରାମଙ୍କ ପାଖରେ ଏତେ ଟଙ୍କା ନଥିଲା। ତେଣୁ ସେ ପୁଅର ଶବକୁ ହସ୍ପିଟାଲ ବାହାରକୁ ଆଣିଥିଲେ ଓ ତାଙ୍କ ବଡ଼ ପୁଅ ଗୁଲସନକୁ ନେହେରୁ ପାର୍କ ସାମ୍ନାରେ ଥିବା ଏକ ନାଳ ପାଖରେ ବସାଇ ଦେଇ ଶସ୍ତା ଦାମରେ ଗାଡ଼ି ଖୋଜିବାକୁ ଯାଇଥିଲେ।

ପାଖାପାଖି 1 ଘଣ୍ଟା ପର୍ଯ୍ୟନ୍ତ ଗୁଲସନ ନିଜ ସାନ ଭାଇର ଶବକୁ ଧରି ବସି ରହିଲା ଓ ପିତାଙ୍କ ଫେରିବାର ଅପେକ୍ଷା ମଧ୍ୟ କରୁଥିଲା। ବେଳେବେଳେ ଗୁଲସନ କାନ୍ଦିବାକୁ ଲାଗେ ତ ବେଳେବେଳେ ନିଜ ସାନଭାଇର ଶବକୁ ଡ଼ାକୁଥାଏ। ଏହାଦେଖି ସେଠାରେ ଭିଡ଼ ଜମିଗଲା ଓ ଲୋକେ ଏହାଦେଖି ନିଜ ଆଖିରୁ ଲୁହକୁ ସାମ୍ଭାଳି ପାରିଲେନାହିଁ।

ଆମ୍ବୁଲାନ୍ସ ଦ୍ୱାରା ଘରକୁ ପଠାଇଲେ:-

ସୂଚନା ପ୍ରାପ୍ତ ହେବାପରେ କୋତବଳୀ ଟିଆଇ ଯୋଗେନ୍ଦ୍ର ସିଂହ ଜାଦୌନ , ଗୁଲସନଙ୍କ କୋଳରୁ ତାଙ୍କ ଛୋଟ ଭାଇର ଶବ ଉଠାଇଲେ ଓ ଉଭୟଙ୍କୁ ଜିଲ୍ଲା ହସ୍ପିଟାଲ ପଠାଇଥିଲେ। ଏହି ସମୟରେ ତାଙ୍କ ପିତା ପୂଜାରାମ ମଧ୍ୟ ଆସି ସେଠାରେ ପହଞ୍ଚିଲେ ଓ ସେ କହିଥିଲେ, ତାଙ୍କର ଚାରିଜଣ ପିଲା ତିନିଜଣ ପୁଅ ଓ ଜଣେ ଝିଅ। ରାଜା ସେମାନଙ୍କ ଭିତରୁ ସବୁଠାରୁ ସାନ ଅଟେ। ତାଙ୍କ ପତ୍ନୀ 3 ମାସ ହେବ ଘରଛାଡ଼ି ବାପ ଘରେ ରହୁଛନ୍ତି ଓ ସେ ହିଁ ପିଲାଙ୍କର ଯତ୍ନ ନେଉଛନ୍ତି।

Leave A Reply

Your email address will not be published.