ଆକାଶରୁ ହେଲା ମାଛ ବର୍ଷା, ରାସ୍ତା ଘାଟରେ ପଡ଼ିଲା ମାଛ; ଆସନ୍ତୁ ଜାଣିବା କାହିଁକି ହୁଏ ଏମିତି ବର୍ଷା…

0

Get real time updates directly on you device, subscribe now.

ଆକାଶରୁ ହେଲା ମାଛ ବର୍ଷା। ରାସ୍ତା ଘାଟରେ ପଡ଼ିଲା ମାଛ। କାହିଁକି ହୁଏ ଏମିତି ବିରଳ ବର୍ଷା? ପୂର୍ବରୁ ହୋଇଛି ସାପ ଓ ବେଙ୍ଗ ବର୍ଷା। କେମିତି ଆକାଶକୁ ପହଞ୍ଚନ୍ତି ଜୀବଯନ୍ତୁ? ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଓ ଅନେକଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ମଧ୍ୟ। ଆକାଶ ପର୍ଯ୍ୟନ୍ତ ଏହି ମାଛମାନେ ପହଞ୍ଚିଲେ କେମିତି? ଏହାକୁ ନେଇ ସବୁଠି ଦ୍ଵନ୍ଦ କିନ୍ତୁ ଘଟଣା ସତ। ତେଲେଙ୍ଗାନାର ଘଟିଛି ଏମିତି ଘଟଣା। ବର୍ଷାରେ ଆକାଶରୁ ଖସିଲେ ମାଛ। ମାଛ ବର୍ଷାର ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। କାରଣ ଆକାଶରୁ ଏମିତି ବର୍ଷା ପଡିବା ଏକ ପ୍ରାକୃତିକ ଦୁର୍ଲଭ। ବର୍ତ୍ତମାନ ସମୟର ଏକ ବଡ ପ୍ରଶ୍ନ, ଆକାଶରୁ ଏହି ମାଛ ପଡିଲେ କେମିତି? ଆସନ୍ତୁ ଜାଣିବା ଏମିତି କାହିଁକି ହୁଏ।

ଦେଖିବାକୁ ଗଲେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ। ଏହି ଘଟଣା ସେତେବେଳେ ଘଟେ ଯେତେବେଳେ ୱାଟର ସ୍ପ୍ରାଉଟ ହୁଏ। ଏହି ପ୍ରକ୍ରିୟାରେ ମାଛ, ବେଙ୍ଗ ଓ ସାପ ଆଦି ୱାଟର ସ୍ପ୍ରାଉଟରେ ଉପରକୁ ଉଠିଯାନ୍ତି। ଏହି ୱାଟର ସ୍ପ୍ରାଉଟରକୁ ବୈଜ୍ଞାନିକ ଭାଷାରେ ଜଳ ବାଉଣ୍ଡର ବୋଲି ମଧ୍ୟ କୁହାଯାଏ। ଏହା ଖାସ ଭାବରେ ପାଣି ଉପରେ ଦେଖା ଦେଇଥାଏ। ପବନର ସ୍ପିଡ ଅଧିକ ରହିଲେ ଏହା ଜୀବଜନ୍ତୁଙ୍କୁ ଉପରକୁ ନେଇଯାଏ। ଓ ପବନର ସ୍ପିଡ କମିଗଲେ ଜୀବଜନ୍ତୁ ତଳକୁ ଆସିଯାନ୍ତି।

ତେଲେଙ୍ଗାନାରେ କିଛିଦିନ ହେବ ବହୁତ ବର୍ଷା ହେଉଛି, ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଯୁଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ପ୍ରବଳ ବର୍ଷା ହେଲେ ଜଳ ବାଉଣ୍ଡର ସୃଷ୍ଟି ହୁଏ। ଏହାଦ୍ବାରା ଛୋଟ ଛୋଟ ମାଛ, ବେଙ୍ଗ ଆଦି ଉପରକୁ ଉଠିଯାନ୍ତି। ପବନ ହାଲୁକା ହେଇଗଲେ ମାଛ ଓ ବେଙ୍ଗ ଆଦି ତଳକୁ ଖସି ପଡନ୍ତି। ଏମିତି ଆମେରିକାର ଟେକ୍ସାସରେ ଗତବର୍ଷ ହୋଇଥିଲା। ଯେତେବେଳେ ଏହି ଜୀବଜନ୍ତୁ ତଳକୁ ଖସନ୍ତି ଏମାନେ ବହୁତ ବିଷାକ୍ତ ହୋଇଥାନ୍ତି। ଏହି ଜୀବଜନ୍ତୁ ଉପରକୁ ଗଲେ ଏକ ପ୍ରକାରର ବରଫର ଆସ୍ତରଣ ଜମିଯାଏ। ଯାହାକି ଏହା ଖସିବା ସମୟରେ ଲୋକଙ୍କ ଉପରେ ପଡିଲେ ଲୋକମାନେ ଆହତ ହୁଅନ୍ତି।

Leave A Reply

Your email address will not be published.