ଗାଡି ଚାଳକଙ୍କ ପାଇଁ ବଡ ଖବର। ଏଣିକି କାଗଜ ପତ୍ର ଥିଲେବି କଟିବ ଫାଇନ। ଏହି ସବୁ କାରଣ ପାଇଁ ଜରିମାନା ଦେବେ ଆପଣ। ଏହି ବିଷୟରେ ଶୁଣିବା ପରେ ନିଶ୍ଚିତ ମନରେ ପ୍ରଶ୍ନ ଆସିଥିବକି ଆମ ପାଖରେ ଗାଡ଼ିର ସମସ୍ତ କାଗଜ ପତ୍ର ଥିଲେ ମଧ୍ୟ ଫାଇନ କାହିଁକି ଦେବୁ। ଆସନ୍ତୁ ଜାଣିବା କଣ ସବୁ କାରଣ ପାଇଁ ପୋଲିସ ଫାଇନ କାଟିପାରିବ।
ରାସ୍ତାରେ ଦୁର୍ଘଟଣାକୁ କମ କରିବା ପାଇଁ ଦିନକୁ ଦିନ ନିୟମ କଡାକଡି ହେବାରେ ଲାଗିଛି। ତେଣୁ ଟ୍ରାଫିକ ନିୟମକୁ ନ ମାନିଲେ ପୋଲିସ ଜରିମାନା କାଟିବ। କେବଳ ଫାଇନ କାଟିବ ତାହା ନୁହେଁ ବରଂ ଲାଇସେନ୍ସ ମଧ୍ୟ ରଦ୍ଦ କରିପାରେ ପୋଲିସ। ଏହିସବୁ ଜିନିଷ ଉପରେ ଧ୍ୟାନ ନଦେଲେ ଆପଣ ଫାଇନ ଦେଇପାରନ୍ତି। ମୋଟର ଭେଇକିଲ ଆକ୍ଟ୍ (ଏମ.ଭି.ଏ) ନିୟମ ଅନୁସାରେ, ଯଦି ଆପଣଙ୍କ ଗାଡ଼ି ଚେକିଂ ସମୟରେ ଟ୍ରାଫିକ ପୋଲିସକୁ କୌଣସି ପ୍ରକାରର ଦୁର୍ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ନାମରେ ଚାଲାଣ କାଟିପାରିବ ପୋଲିସ। ୧୭୯ ଏମଭିଏ ଆକ୍ଟରେ ଆପଣଙ୍କର ଚାଲାଣ କାଟିବାକୁ ଟ୍ରାଫିକ ପୋଲିସଙ୍କୁ ଅଧିକାର ଦିଆଯାଇଛି। ତେଣୁ ଚେକିଂ ସମୟରେ ଦୁର୍ବ୍ୟବହାର ମହଙ୍ଗା ପଡିପାରେ।
ଚେକିଂ ସମୟରେ ଟ୍ରାଫିକ ପୋଲିସ ସହିତ ଯୁକ୍ତିତର୍କ କରିଲେ ଏଣିକି ଆପଣଙ୍କୁ ଫାଇନ ଦେବାକୁ ପଡିପାରେ। ଯଦି ଆପଣ କୌଣସି କାରଣରୁ ଅଯଥାରେ ଟ୍ରାଫିକ ପୋଲିସ ସହିତ ଯୁକ୍ତି ତର୍କ କରନ୍ତି ତେବେ ଫାଇନ ଦେବାକୁ ପଡିପାରେ। ନୂଆ ଟ୍ରାଫିକ ନିୟମ ଅନୁସାରେ, ଯଦି ଆପଣ ହେଲମେଟ ପିନ୍ଧିଛନ୍ତି ଓ ଟ୍ରାଫିକ ପୋଲିସକୁ ଦୁର୍ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ବିରୋଧରେ ଚାଲାଣ କଟିପାରେ।
ଆପଣଙ୍କ ଚାଲାଣ କଟିଛି କି ନାହିଁ କେମିତି ଜାଣିବେ?:-
ଆପଣଙ୍କୁ ପ୍ରଥମେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ଅଫିସିଆଲ ୱେବସାଇଟ parivahan.gov.inକୁ ଯିବାକୁ ପଡିବ। ପେଜ ଖୋଲିବା ପରେ ଚେକ ଚାଲାଣ ଷ୍ଟାଟସ ଉପରେ କ୍ଲିକ କରିବାକୁ ପଡ଼ିବ। ଏଥିରେ ଗାଡ଼ିର ନମ୍ବର ଓ ଡ୍ରାଇଭିଙ୍ଗ ଲାଇସେନ୍ସ ନମ୍ୱର ଆଦି ପୂରଣ କରିବା ପରେ ଜାଣିପାରିବେ।
କେମିତି ଦେବେ ଚାଲାଣ?:-
ଚାଲାଣ ଦେବା ପାଇଁ ଆପଣଙ୍କୁ ଏହି parivahan.gov.in ୱେବସାଇଟରେ ଯିବାକୁ ହେବ। ସେଠାରେ ଯାଇ ଆପଣ ନିଜର ଚାଲାଣ ଦେଇପାରିବେ।