ବେକାର ଯୁବକଙ୍କୁ ମିଳିବ ବର୍ତ୍ତମାନ ଆର୍ଥିକ ଭତ୍ତା। ଆର୍ଥିକ ସହାୟତା ଦେବେ ପୁଣି ସରକାର। ଦେଶରେ ବେକାରୀଙ୍କ ସଂଖ୍ୟା ବଢ଼ିଚାଲିଥିଲା ବେଳେ ଏବେ ସରକାର ଏମିତି କିଛି ପଦକ୍ଷେପ ନେଇଛନ୍ତି। ନିକଟରେ ମଧ୍ୟପ୍ରଦେଶ ସରକାର ବେକାର ଯୁବକ ଓ ଯୁବତୀଙ୍କୁ ବେକାରୀ ସମସ୍ୟା ପାଇଁ ଭତ୍ତା ଦେବେ ବୋଲି ଘୋଷଣା କରିଛନ୍ତି। ଯଦି ଆପଣ ଏହି ଯୋଜନାର ଲାଭ ନେବାକୁ ଚାହିଁବେ, ସେଥିପାଇଁ ଅନଲାଇନରେ ପ୍ରଥମେ ଆବେଦନ କରିବାକୁ ପଡ଼ିବ। ଏହି ଯୋଜନାରେ ସରକାର ବେକାର ମାନଙ୍କୁ ମାସରେ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିବେ।
ଏହି ଭତ୍ତା ୨୧-୩୫ ବର୍ଷର ଯୁବକଙ୍କୁ ମିଳିବ ବୋଲି କୁହାଯାଇଛି। ଯେତେ ପର୍ଯ୍ୟନ୍ତ ଜଣଙ୍କର ଚାକିରୀ ହୋଇନାହିଁ ସେତେ ପର୍ଯ୍ୟନ୍ତ ସରକାର ଏହି ଅର୍ଥକୁ ପ୍ରଦାନ କରିବେ। ଏହି ଅର୍ଥ ବେକାରୀ ଯୁବକମାନଙ୍କୁ ନିଜର ଚାକିରୀ ଖୋଜିବାରେ ସହାୟତା କରିବା ସହିତ ନିଜର ପକେଟ ଖର୍ଚ୍ଚ ଚଳାଇବାରେ ସାହାଯ୍ୟ କରିବ। ଏହି ମହଙ୍ଗା ଭତ୍ତା ପାଇଁ ଆପଣଙ୍କୁ ମଧ୍ୟପ୍ରଦେଶର ରୋଜଗାର ପୋର୍ଟାଲର ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ। ୱେବସାଇଟର ହୋମପେଜରେ ଅପ୍ଲିକାଣ୍ଟ ଅନ୍ତର୍ଗତ ରେଜିଷ୍ଟ୍ରେସନ ଅପ୍ସନରେ କ୍ଲିକ କରିବାକୁ ପଡ଼ିବ। ଏହାପରେ ନିଜର ସମସ୍ତ ଜରୁରୀ ସୂଚନାକୁ ଆଟାଚ କରାଯିବ।