ଜୁନ ୧୯ ତାରିଖରେ ଟେଲି ଅଭିନେତ୍ରୀ ରଶ୍ମିରେଖା ନୟାପଲ୍ଲୀ ଘରେ ଆତ୍ମହତ୍ୟା କରିଥିଲେ। ଏହା ସହିତ ରଶ୍ମିରେଖାଙ୍କ ହାତଲେଖା ଚିଠି ମଧ୍ୟ ଉଦ୍ଧାର କରିଥିଲା। ଯେଉଁଥିରେ ସେ ସନ୍ତୋଷଙ୍କୁ ବହୁତ ଭଲ ପାଆନ୍ତି ବୋଲି ଲେଖିଥିଲେ। ଏଥିପାଇଁ ସନ୍ତୋଷଙ୍କୁ ମଧ୍ୟ ଜେରା କରାଯାଇଥିଲା।
ତାଙ୍କ ମୃତ୍ୟୁ କିଛିଦିନ ପରେ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ ତଥା ସ୍ବାମୀ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି। ରାଉରକେଲା ବାସନ୍ତୀ କଲୋନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସୁଦ୍ଧା ଅସ୍ପଷ୍ଟ ରହିଛି। ଗତକାଲି ବିଳମ୍ବିତ ରାତିରେ ସେ ତାଙ୍କ ବାସଭବନରେ ଫାଶୀ ଦେଇ ଜୀବନ ହାରି ଦେଇଛନ୍ତି ସନ୍ତୋଷ। ନିଜ ବେଡରୁମରେ ଶୋଇଥିବା ସମୟରେ ନିଜର ଜୀବନକୁ ସେ ଶେଷ କରିଦେଇଛନ୍ତି। ସନ୍ତୋଷ ତାଙ୍କ ବାପା-ମାଆଙ୍କ ସହିତ ରହୁଥିଲେ। ସନ୍ତୋଷ ଏକ ଚିଠି ଲେଖିଥିଲେ ଯେଉଁଥିରେ ସେ ଲେଖିଥିଲେ ତାଙ୍କର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି।
କିନ୍ତୁ ବର୍ତ୍ତମାନ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣାପଡ଼ିଛିକି ସନ୍ତୋଷ କଟକର ଏକ ଲଜରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଓ ସେ ଏ ବିଷୟରେ ତାଙ୍କ ମାଆଙ୍କୁ ଫୋନ କରି ଜଣାଇଥିଲେ ଓ କହିଥିଲେକି ମାଆ ମୋତେ ରଶ୍ମି ଡାକୁଛି। ମୁଁ ଆଉ ବଞ୍ଚିପାରିବିନି। ତାଙ୍କ ମାଆ ସଙ୍ଗେ ସଙ୍ଗେ ଉତ୍ତରାଖଣ୍ଡରେ ରହୁଥିବା ତାଙ୍କର ଝିଅ, ଯିଏକି ଆଇଆଇଟି ପ୍ରଫେସର, ସେ ବାଦାମବାଡି ସ୍ଥିତ ଥାନାରେ ଜଣାଇଥିଲେ ଓ ବାଦାମବାଡି ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା ଓ ତାଙ୍କୁ ତାଙ୍କର ଘର ରାଉରକେଲାକୁ ପଠାଇଥିଲେ।
ତାପରେ ତାଙ୍କ ବାପା ଓ ମାଆ ତାଙ୍କର ଦେଖରଖ କରୁଥିଲେ ଓ ତାଙ୍କୁ ବୁଝାଉଥିଲେ ମଧ୍ୟ। କିନ୍ତୁ ଶେଷରେ ସେ ଏମିତି ଚରମ ନିଷ୍ପତ୍ତି ନେଲେ ଓ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ।