ଅମିତାଭ ବଚ୍ଚନଙ୍କ ଠାରୁ ନେଇ ସଲମାନ୍ ଖାନଙ୍କ ପର୍ଯ୍ୟନ୍ତ, ଏହି ବଡ ରୋଗରେ ପୀଡିତ ଏହି 7ଜଣ ବଲିଉଡ୍ ଷ୍ଟାର

0

Get real time updates directly on you device, subscribe now.

ଅମିତାଭ ବଚ୍ଚନ :-

ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କ ବୟସ 79 ବର୍ଷ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ସେ ଫିଲ୍ମ ଦୁନିଆରେ ଆକ୍ଟିଭ ଅଛନ୍ତି ଏବଂ ଭଲ ଦେଖାଯାଆନ୍ତି, କିନ୍ତୁ ଅମିତାଭ ବଚ୍ଚନ ଲିଭର ସିରୋସିସ ନାମକ ବଡ ରୋଗରେ ପୀଡିତ ଅଛନ୍ତି । ବାସ୍ତବରେ ଫିଲ୍ମ ‘ କୁଲି’ ର ସୁଟିଙ୍ଗ ସମୟରେ ତାଙ୍କୁ ଆଘାତ ଲାଗି ଯାଇଥିଲା । ଯେଉଁ କାରଣରୁ ତାଙ୍କର ଲିଭର ଡ୍ୟାମେଜ ହୋଇଯାଇଥିଲା ଏବଂ ସେ ବର୍ତ୍ତମାନ ସୁଦ୍ଧା ଏହି ଯନ୍ତ୍ରଣାକୁ ସାମ୍ନା କରୁଛନ୍ତି । ରିପୋର୍ଟ୍ ଅନୁଯାୟୀ, ଏହି ରୋଗ କାରଣରୁ ଅମିତାଭ ବଚ୍ଚନଙ୍କ କେବଳ 25% ଲିଭର୍ କାମ କରେ ।

ରିତିକ ରୋସନ :-

ବଲିଉଡ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରିତିକ୍ ରୋସନ୍ ମଧ୍ୟ ସ୍କୋଲିୟୋସିସ ନାମକ ରୋଗରେ ପୀଡ଼ିତ ଅଛନ୍ତି । ଏହି ରୋଗ କାରଣରୁ ତାଙ୍କର କଥା କହିବା ସମୟରେ ବେଳେବେଳେ କଥା ଅଟକି ଯାଏ ଏବଂ ସେ ଠିକରେ କଥା ମଧ୍ୟ କହିପାରନ୍ତି ନାହିଁ ।

ସଲମାନ୍ ଖାନ :-

ବଲିଉଡ ଇଣ୍ଡଷ୍ଟ୍ରିର ଫିଟ୍ ଅଭିନେତା ମାନଙ୍କ ଲିଷ୍ଟରେ ସାମିଲ ସଲମାନ୍ ଖାନ ମଧ୍ୟ ଟ୍ରାଇଜେମିନଲ୍ ନ୍ୟୁରେଲ୍ଜିଆ ଭଳି ରୋଗକୁ ସାମ୍ନା କରୁଛନ୍ତି । ଏହି ରୋଗରେ ସଲମାନ୍ ଖାନଙ୍କୁ ବହୁତ୍ ଯନ୍ତ୍ରଣା ହୋଇଥାଏ । ଏପରି ପରିସ୍ଥିତିରେ ମୁହଁ ଠାରୁ ନେଇ ମସ୍ତିଷ୍କ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳେ ।

ପ୍ରିୟଙ୍କା ଚୋପ୍ରା :-

ବଲିଉଡ ଇଣ୍ଡଷ୍ଟ୍ରିର ଦେଶୀ ଗାର୍ଲ୍ କୁହାଯାଉଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଆସ୍ଥମା ହୋଇଛି । ଉଲ୍ଲେଖଯୋଗ୍ୟ ଯେ ସେ ଗତ କିଛି ଦିନ ଆଗରୁ ହିଁ ଏହି ରୋଗ ବିଷୟରେ ସମସ୍ତଙ୍କୁ କହିଥିଲେ । କୁହାଯାଉଛି ଯେ ସେ 5 ବର୍ଷ ବୟସରୁ ଏହି ରୋଗର ସାମ୍ନା କରୁଛନ୍ତି ।

ଇଲିଆନା ଡିକ୍ରୂଜ :-

ନିଜର କ୍ୟୁଟନେସ ପାଇଁ ପ୍ରସିଦ୍ଧ ଅଭିନେତ୍ରୀ ଇଲିଆନା ଡିକ୍ରୂଜ ମଧ୍ୟ ବଡି ଦିଷ୍ମର୍ଫିକ୍ ଡିସଅର୍ଡର, ଇଂଜାୟଟି ଏବଂ ଡିପ୍ରେଶନକୁ ସାମ୍ନା କରୁଛନ୍ତି । କୁହାଯାଉଛି ଯେ ସେ 2017 ମସିହାରେ ଏହି ରୋଗ ବିଷୟରେ ଖୁଲାସା କରିଥିଲେ ।

ସମାନ୍ଥା ରୁଠ ପ୍ରଭୁ :-

ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସମାନ୍ଥା ରୁଠ ପ୍ରଭୁ ନିଜର ଦମଦାର ଆକ୍ଟିଂଗ ପାଇଁ ଜଣାଶୁଣା ଅଟନ୍ତି । କୁହାଯାଉଛି ଯେ ସମାନ୍ଥା ରୁଠ ପ୍ରଭୁ ମଧ୍ୟ ପଲିମାର୍ଫସ ଲାଇଟ ଇରପସନ୍ ନାମକ ରୋଗରେ ପୀଡ଼ିତ । ଏହା ଗୋଟିଏ ସ୍କିନ ଏଲର୍ଜି ଅଟେ, ଯେଉଁ କାରଣରୁ ତାଙ୍କର ବହୁତ୍ ଅସୁବିଧା ମଧ୍ୟ ହୁଏ ।

ସୋନମ୍ କପୁର :-

ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଷ୍ଟାଇଲିସ ଅଭିନେତ୍ରୀ ସୋନମ୍ କପୁରଙ୍କ ନାମ ମଧ୍ୟ ଏହି ଲିଷ୍ଟରେ ରହିଛି । ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ସୋନମ୍ କପୁର ଡାଇବେଟିସ ରୋଗର ଶିକାର ଅଟନ୍ତି । ତେବେ ସେ ବର୍ତ୍ତମାନ ଏହି ରୋଗରୁ ବାହାରି ଆସିଛନ୍ତି ଏବଂ ନିଜର ପ୍ରେଗ୍ନେନ୍ସି ପିରିୟଡ଼କୁ ଏଞ୍ଜୟ କରୁଛନ୍ତି । ସୋନମ୍ କପୂର୍ ଖୁବ୍ ଶୀଘ୍ର ମା ହୋଇପାରନ୍ତି ।

Leave A Reply

Your email address will not be published.