ଜୀବନ ଉମଙ୍ଗ ପଲିସି: ଏହି ସ୍କିମରେ ପ୍ରତ୍ୟେକ ଦିନ କରନ୍ତୁ ୪୫ଟଙ୍କା ନିବେଶ, ଏକ ସାଥିରେ ମିଳିବ ୩୬ ଲକ୍ଷ

0

Get real time updates directly on you device, subscribe now.

ଦେଶର ସବୁଠାରୁ ସରକାରୀ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ନିଜର ଗ୍ରାହକଙ୍କୁ ଅନେକ ପ୍ରକାର ପ୍ଲାନ ଅଫର ଦେଉଅଛି। ଭଲ ରିଟର୍ନ ଓ ସୁରକ୍ଷିତ ନିବେଶ କାରଣରୁ ଦେଶର ଲକ୍ଷ ଲକ୍ଷ ଲୋକ ଏଲଆଇସି ସ୍କିମରେ ନିବେଶ କରିବାକୁ ପ୍ଲାନ କରୁଛନ୍ତି। ତେବେ ଆପଣ ଏଥିରେ ଜୀବନ ଉମଙ୍ଗ ପ୍ଲାନକୁ ଚୟନ କରିପାରିବେ। ଜୀବନ ଉମଙ୍ଗ ପଲିସି ଏକ ଏଡୋମେଣ୍ଟ ପ୍ଲାନ ଅଟେ। ଏହି ସ୍କିମରେ ନିବେଶ କରି ଆପଣ ନିଜର ଓ ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ।

କିଏ କିଣିପାରିବ ଏହି ପଲିସି:-

ଏଲଆଇସିର ଜୀବନ ଉମଙ୍ଗ ପଲିସି ନେଉଥିବା ଲୋକଙ୍କୁ ୧୦୦ ବର୍ଷ ପର୍ଯ୍ୟନ୍ତ ଲାଇଫ ଇନସ୍ୟୁରାଂସ କଭର ମିଳିଥାଏ। ଏହି ପ୍ଲାନକୁ ୯୦ ଦିନରୁ ନେଇ ୫୫ ବର୍ଷ ପର୍ଯ୍ୟନ୍ତ ଲୋକ କିଣିପାରିବେ। ଏହି ପଲିସି ମେଚ୍ୟୁର ହେବା ପରେ ପଲିସିଧାରକ ଖାତାରେ ପ୍ରତ୍ୟେକ ବର୍ଷ ଏକ ନିର୍ଦ୍ଧିଷ୍ଟ ରାଶି ଆସେ। ଯଦି କୌଣସି ପଲିସି ହୋଲ୍ଡରଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କର ନମିନିଙ୍କୁ ସମ୍ପୂର୍ଣ ରକମ ଥରକରେ ଦେଇ ଦିଆଯାଏ।

ଟ୍ୟାକ୍ସ ଉପରେ ଛାଡ:-

ଜୀବନ ଉମଙ୍ଗ ପଲିସିରେ ଆପଣ ୧୫, ୨୦, ୨୫ କିମ୍ବା ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ। ଯଦି ପଲିସିଧାରକଙ୍କର କୌଣସି ଦୁର୍ଘଟଣା ହୋଇଯାଏ ଓ ସେ ବିକଳାଙ୍ଗ ହୋଇଯାନ୍ତି ତେବେ ଉମଙ୍ଗ ପଲିସିରେ ଟର୍ମ ରାଇଡର ମଧ୍ୟ ପ୍ରଦାନ କରାଯାଏ। ଏହା ସହିତ ଏହି ସ୍କିମରେ ନିବେଶ କରୁଥିବା ବ୍ୟକ୍ତିଙ୍କୁ ଟ୍ୟାକ୍ସରେ ମଧ୍ୟ ରିହାତି ମିଳିବ।

ଇନକମ ଟ୍ୟାକ୍ସର ସେକ୍ସନ ୮୦ସି ଅନ୍ତର୍ଗତ ଜୀବନ ଉମଙ୍ଗ ପଲିସିରେ ନିବେଶ କରୁଥିବା ଲୋକଙ୍କୁ ଟ୍ୟାକ୍ସ ଉପରେ ମଧ୍ୟ ଛାଡ ଦିଆଯାଏ। ଯଦି ଆପଣ ଜୀବନ ଉମଙ୍ଗ ପଲିସି ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅତିକମରେ ଦୁଇ ଲକ୍ଷ ଟଙ୍କାର ବୀମା ନେବାକୁ ହେବ।

୩୬ ଲକ୍ଷ ଟଙ୍କାର ମିଳିବ ରିଟର୍ନ:-

ଯଦି କୌଣସି ବ୍ୟକ୍ତି ୨୬ ବର୍ଷ ବୟସରେ ଜୀବନ ଉମଙ୍ଗର ପଲିସି କିଣନ୍ତି ଓ ୪.୫ ଲକ୍ଷ ଟଙ୍କାର ବୀମା କଭର ପାଇଁ ୩୦ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଭୁଗତାନ କରନ୍ତି। ତେବେ ଆପଣଙ୍କୁ ପ୍ରତ୍ୟେକ ମାସ ୧୩୫୦ ଟଙ୍କା ଦେବାକୁ ହେବ। ଏହିପରି ଆପଣଙ୍କୁ ଏହି ସ୍କିମରେ ନିବେଶ କରିବା ପାଇଁ ପ୍ରତ୍ୟେକ ଦିନ ୪୫ ଟଙ୍କା ରଖିବାକୁ ହେବ।

ଏମିତିରେ ବର୍ଷକରେ ଆପଣଙ୍କର ପ୍ରିମିୟମ ୧୫୮୮୨ ଟଙ୍କା ହେବ ଓ ୩୦ବର୍ଷରେ ଆପଣଙ୍କ ପ୍ରିମିୟମ ଭୁଗତାନ ୪୭୬୪୬୦ ଟଙ୍କା ହେବ। ଏହିପରି ଆପଣଙ୍କ ନିବେଶ ଉପରେ ଏଲଆଇସି ୩୧ବର୍ଷ ବୟସରୁ ୩୬ହଜାର ଟଙ୍କାର ରିଟର୍ନ ପ୍ରତ୍ୟେକ ବର୍ଷରେ ଜମା କରିବାକୁ ଲାଗିବ। ଏହିପରି ୩୧ ବର୍ଷରୁ ନେଇ ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ ୩୬ ହଜାର ଟଙ୍କାର ରିଟର୍ନ ପ୍ରତ୍ୟେକ ବର୍ଷ ମିଳିବ।

Leave A Reply

Your email address will not be published.