Bride Groom Video: ମଦ ପିଇ ବରଣମାଳା କାର୍ଯ୍ୟକ୍ରମରେ ପହଞ୍ଚିଲା ବର, କନ୍ୟା ବଦଳରେ ଶାଳୀକୁ ପିନ୍ଧାଇ ଦେଲା ଫୁଲମାଳ, ଖାଇଲା ଚାପୁଡ଼ା ଉପରେ ଚାପୁଡ଼ା
ବିବାହରେ ଅନେକ ଥର ଏପରି କିଛି ଘଟଣା ଦେଖାଯାଏ, ଯାହାକୁ କେହି କେବେ ଆଶା ମଧ୍ୟ କରିନଥାନ୍ତି । କନ୍ୟା ଘରଲୋକ ଉତ୍ସାହର ସହିତ ବରଯାତ୍ରୀକୁ ଅପେକ୍ଷା କରନ୍ତି ଏବଂ ବରଯାତ୍ରୀ ଘର ଆଗରେ ପହଞ୍ଚିବା ମାତ୍ରେ ସମସ୍ତେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଫୁଲମାଳ ପିନ୍ଧାଇଥାନ୍ତି । ଏପରି ସ୍ୱାଗତକୁ ଦେଖି ଅନେକ ଥର ବରଯାତ୍ରୀ ବହୁତ୍ ଖୁସି ହୋଇଯାନ୍ତି । ଏହାବ୍ୟତୀତ ବେଳେବେଳେ ବର ପକ୍ଷର ଲୋକମାନେ ମଦ ପିଇ ଆସି ଯାଆନ୍ତି ଏବଂ ବିବାହର ବାତାବରଣକୁ ନଷ୍ଟ କରିବା ପରି କାମ କରନ୍ତି । ଏପରି ବହୁତ୍ କମ୍ ଦେଖାଯାଏ, କିନ୍ତୁ ଯଦି ବର ମଦ ପିଇ ବିବାହରେ ପହଞ୍ଚେ, ତେବେ ବିବାହର ପରିବେଶ ଆହୁରି ଖରାପ ହୋଇପାରେ । ଭାଇରାଲ ହୋଇଥିବା ଗୋଟିଏ ଭିଡିଓରେ ସେମିତି କିଛି ଦେଖିବାକୁ ମିଳିଛି ।
ମଦ ନିଶାରେ ଥିବା ବର ବିବାହର ପରିବେଶକୁ କଲା ଖରାପ :-
ଭାଇରାଲ ହୋଇଥିବା ଭିଡିଓରେ ଜଣେ ମଦ୍ୟପ ବର ବିବାହର ପରିବେଶକୁ ନଷ୍ଟ କରିଦେଇଛି । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ବରଣମାଳା ସମୟରେ ବର ମଦ୍ୟପାନ କରି ପହଞ୍ଚେ ଏବଂ ଏପରିକି ସେ ସେ ଠିକରେ ଚାଲିପାରେ ନାହିଁ, ହଲି ହଲି ଆସେ । ଏହା ଦେଖି କନ୍ୟା ଘର ଲୋକମାନେ ରାଗିଗଲେ । କନ୍ୟା ସାମ୍ନାକୁ ମଦ ପିଇ ଆସିଥିବା କାରଣରୁ ଚାରି ପଦ ଶୁଣାଇ ଦିଅନ୍ତି ।
କେବଳ ଏତିକି ନୁହେଁ, ବରର ଶାଳୀ ମଧ୍ୟ ଷ୍ଟେଜ ଉପରକୁ ଆସିଯାଏ । କନ୍ୟା ବରଣମାଳା ପିନ୍ଧାଇବା ମାତ୍ରେ ହିଁ ସମସ୍ତେ ତାଳି ମାରନ୍ତି । ତାପରେ ବରକୁ ଯେତେବେଳେ ବରଣମାଳା ପିନ୍ଧାଇବାକୁ କୁହାଯାଏ, ସେତେବେଳେ ସେ ନିଶାରେ ଅଜବ କାର୍ଯ୍ୟକଳାପ କରିବାକୁ ଲାଗେ । ସେ ଷ୍ଟେଜରେ ଠିଆ ହୋଇଥିବା ନିଜ ଶାଳୀକୁ ହିଁ ବରଣମାଳା ପିନ୍ଧାଇ ଦିଏ ।
ଦେଖନ୍ତୁ ଭିଡିଓ :-
बिहार में शराबबंदी बा … 🤔😅🤣😂🥃 pic.twitter.com/MiWYfF2N2T
— Vikki1975 (@Vikki19751) June 21, 2022
ଭୁଲରେ ବର ଶାଳୀକୁ ପିନ୍ଧାଇ ଦେଲା ବରଣମାଳା :-
ଏହା ଦେଖି ଶାଳୀ ରଗିଗଲା ଏବଂ ରାଗରେ ବରକୁ ଚାପୁଡ଼ା ମାରିଲା । ବରକୁ ଚାପୁଡ଼ା ମାରିବା ପରେ ଶାଳୀ ବହୁତ୍ ଗାଳି କଲା । ସେ ବରକୁ ତୁରନ୍ତ ଫୁଲମାଳ କାଢ଼ିବାକୁ କହିଲା । ବର ନିଶାରେ ଝୁମୁଥାଏ, ଯେଉଁଥିପାଇଁ କନ୍ୟାର ମା ବହୁତ୍ ପାଟି କରନ୍ତି । ଶେଷରେ ବର ନିଜ ଶାଳୀ ବେକରୁ ଫୁଲମାଳ କାଢି ଦେଲା ।
ତେବେ ଏହି ଭିଡିଓକୁ ଦେଖିଲେ ଏପରି ଲାଗୁଛି, ଯେପରି ଏହାକୁ ଜାଣିଶୁଣି ତିଆରି କରାଯାଇଛି ଏବଂ ଏଥିରେ କୌଣସି ସତ୍ୟତା ନାହିଁ । କୁହାଯାଉଛି ଯେ ଏହି ଭିଡିଓ ବିହାରର ଅଟେ ଏବଂ ଏହାକୁ @Vikki19751 ନାମକ ଟୁଇଟର ୟୁଜର ଦ୍ଵାରା ସେୟାର କରାଯାଇଛି । ଭିଡିଓକୁ ଦେଖିଲେ ବୁଝିହେଉଛି ଯେ ଏହାକୁ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ସୁଟ କରାଯାଇଛି ।