୫୦ ବର୍ଷ ବୟସରେ ୧୮ବର୍ଷର ଝିଅକୁ ବିବାହ କରୁଛନ୍ତି ତାଲିବାନୀ ଅଧିକାରୀ, ବଦଳରେ ଲୁଟୁଛନ୍ତି ବେସୁମାର ଦୌଲତ

0

Get real time updates directly on you device, subscribe now.

ଗତବର୍ଷ ଅଗଷ୍ଟରେ କାବୁଲ ଉପରେ ତଳିବାନର କବଜା ହେବା ପରେ ଆଫଗାନିସ୍ତାନରେ ସ୍ଥିତି ଅସ୍ଥିର ରହିଛି। ଦେଶରେ ସବୁଠାରୁ ଦୟନୀୟ ସ୍ଥିତି ମହିଳା ଓ ଝିଅଙ୍କର ଅଟେ। ଯାହା ବିଷୟରେ ସମୟ ସମୟରେ ସାମ୍ନାକୁ ଆସେ। ସୂତ୍ର ଅନୁସାରେ ରୁଖସାନା ମିଡିଆ କହିଲାକି ଅଗଷ୍ଟ ମାସରେ ସତ୍ତା କବଜା କରିବା ପରେ ଦକ୍ଷିଣୀ ଆଫଗାନିସ୍ତାନରେ ଦୁଇଟି ପ୍ରମୁଖ ତାଲିବାନୀ ଅଧିକାରୀ ନିଜଠାରୁ ଅଧା ବୟସର ମହିଳାମାନଙ୍କୁ ନିଜର ଦ୍ଵିତୀୟ ସ୍ତ୍ରୀ କରିଛନ୍ତି। କନ୍ଧାର ପ୍ରାନ୍ତ ତାଲିବାନି ଗଭର୍ନର ୫୦ ବର୍ଷୀୟ ମହମ୍ମଦ ୟୁସୁଫ ବଫା ଏକ ୧୮ ରୁ ୨୦ ବର୍ଷର ମହିଳାଙ୍କୁ ବିବାହ କରିଛନ୍ତି।

ଅଧିକାରୀଙ୍କ ନିକଟତର ବ୍ୟକ୍ତି ଏହା ବିଷୟରେ ସୂଚନା ରୁଖସାନା ମିଡ଼ିଆକୁ ଦେଇଥିଲେ। ସୂତ୍ର ୱେବସାଇଟକୁ ଜଣାଇଲେକି ହାଜୀ ବଫା ନିଜର ନୂଆ ଶଶୁରଙ୍କୁ ତାଙ୍କର ଝିଅ ସହ ବିବାହ କରିବା ପାଇଁ ୩୬ ଲକ୍ଷ ପାକିସ୍ତାନୀ ଟଙ୍କାର ମୂଲ୍ୟ ଦେଇଥିଲେ। ଏହି ବିବାହ ପାଖାପାଖି ୫ମାସ ପୂର୍ବେ ହେଇଥିଲା। ଏହି ବିବାହ ଗୁପ୍ତରେ ହୋଇଥିଲା ଯେଉଁଥିରେ କେବଳ କିଛି ଅତିଥିଙ୍କୁ ନିମନ୍ତ୍ରଣ ହୋଇଥିଲା। ସତ୍ତା ଅଧିଗ୍ରହଣ ପରେ ବିବାହ କରୁଥିବା ଦ୍ଵିତୀୟ ତାଲିବାନି ଅଧିକାରୀଙ୍କ ନାମ ହାଜିଫ ରଶିଦ ହେଲମନ୍ଦି ଅଟେ, ଯିଏକି ସୂଚନା ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଅଟନ୍ତି।

ବିବାହ ବଦଳରେ ଶ୍ୱଶୁରଙ୍କୁ ଦେଲେ ଲକ୍ଷ ଟଙ୍କା:-

ଖବର ଅନୁସାରେ ହାଜିଫ ରଶିଦଙ୍କ ବୟସ ୫୦ ବର୍ଷ ଅଟେ। ଓ ତାଙ୍କର ନୂଆ ସ୍ତ୍ରୀଙ୍କର ବୟସ ପାଖାପାଖି ୨୦ ବର୍ଷ ଅଟେ। ସେ ମୁଖ୍ୟତଃ ହେଲମନ୍ଦର ସଙ୍ଗୀନ ଜିଲ୍ଲାରେ ରୁହନ୍ତି। ବିବାହ ବଦଳରେ ହାଫିଜ ନିଜର ନୂଆ ସ୍ତ୍ରୀଙ୍କର ପରିବାରକୁ ୨୮ ଲକ୍ଷ ଟଙ୍କାର ପାକିସ୍ତାନୀ ମୁଦ୍ରା ଦେଇଥିଲେ। ଏହି ବିବାହ ଅଗଷ୍ଟରେ ତାଲିବାନି ସତ୍ତାରେ ଆସିବାର କିଛି ମାସ ପରେ ହୋଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ତାଲିବାନର ସୁପ୍ରିମ ଲିଡର ହେବତୁଲାହ ଅଙ୍ଖୁଦଜାଦା ଜାନୁୟାରୀରେ ଏକ ଆଦେଶ ଜାରି କରି ସରକାରୀ ଅଧିକାରୀଙ୍କୁ ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ବିବାହ କରିବାକୁ ମନା କରିଥିଲେ।

ସୁପ୍ରିମ ଲିଡରଙ୍କ ଆଦେଶ ମଧ୍ୟ ପ୍ରଭାବହିନ:-

ଅଖଣ୍ଡଜଡାଙ୍କ ଆଦେଶକୁ ଗୁରୁତ୍ଵପୂର୍ଣ ଗ୍ରହଣ କରାଯାଇନଥିଲା ତେଣୁ ମେ ମାସରେ ଏକ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଜାନୁୟାରୀର ଆଦେଶକୁ ଦୋହରାଇ ଅଖଣ୍ଡଜଡା ଟୋଲୋ ନ୍ୟୁଜ୍ ଅନୁଯାୟୀ ଯେଉଁମାନେ ତାଙ୍କ ଆଦେଶକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ରିପୋର୍ଟ କରିବାକୁ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଏକ ଉତ୍ସ ୱେବସାଇଟରେ ହାଜି ୱାଫାଙ୍କ ଦ୍ୱିତୀୟ ବିବାହକୁ ନିଶ୍ଚିତ କରିଛି। ସୂଚନାନୁସାରେ, ତାଙ୍କର ଦ୍ୱିତୀୟ ପତ୍ନୀ କାନ୍ଦାହାରର ମୈବଣ୍ଡ ଜିଲ୍ଲାର ତୈମୁର ଅଞ୍ଚଳର ବାସିନ୍ଦା ଏବଂ ତାଙ୍କ ନାମ ରଜିଆ।

ଦ୍ବିତୀୟ-ତୃତୀୟ ବିବାହ କରି ଖୁସି ମନାଉଛନ୍ତି:-

ଆଫଗାନିସ୍ତାନରେ କୌଣସି ନିୟମ କିମ୍ବା ସମ୍ବିଧାନ ମଧ୍ୟ ନାହିଁ। ତାଲିବାନ ସରିୟା ନିୟମରେ ଦେଶ ଚଳାଉଛନ୍ତି। ଏମିତିରେ ତାଲିବାନୀ ନେତା ଓ କମାଣ୍ଡରଙ୍କ ପାଇଁ ଦ୍ଵିତୀୟ ଓ ତୃତୀୟ ବିବାହ କରିବା ‘ଆମେରିକା ଉପରେ ବିଜୟର ଖୁସି ମନାଇବାର’ ଏକ ଉପାୟ ଅଟେ। ଖବର ଅନୁସାରେ ତାଲିବାନି କମାଣ୍ଡର ହୟାତୁଲ୍ଲା ମୁଜାହିଦ ନିକଟରେ ତୃତୀୟ ବିବାହ କରିଲେ। ପୂର୍ବ ଆଫଗାନିସ୍ଥାନରେ ତଳିବାନର ଜଣାଶୁଣା କମାଣ୍ଡର ବିଲାଲ ଫତେହ ସଙ୍ଗୀନ ମେ ମାସରେ ଦ୍ଵିତୀୟ ବିବାହ କରିଲେ।

Leave A Reply

Your email address will not be published.