ସ୍ବାମୀ କଲା ଦ୍ୱିତୀୟ ବିବାହ, ଫେସବୁକରୁ ସ୍ତ୍ରୀ ଜାଣିପାରିଲା ଏବଂ ତାପରେ..

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ନିଜ ସ୍ବାମୀ ଉପରେ ଧୋକା ଦେଇ ଦ୍ୱିତୀୟ ବିବାହ କରିଥିବାର ଆରୋପ ଲଗାଇଛନ୍ତି । ମହିଳା ନିଜ ସ୍ବାମୀ ବିରୋଧରେ ଅଭିଯୋଗ ମଧ୍ୟ ଲେଖିଛନ୍ତି । ସ୍ତ୍ରୀ କହିବା ଅନୁଯାୟୀ, ଅଭିଯୁକ୍ତ ସ୍ବାମୀ 3 ମାସ ପୂର୍ବରୁ ତାଙ୍କୁ ବାପଘରେ ଡେଲିଭରି ପାଇଁ ଛାଡି ଚାଲି ଯାଇଥିଲା ।

ଆଠ ଦିନ ପୂର୍ବରୁ ସ୍ତ୍ରୀ ଫେସବୁକରେ ଦେଖିଲେ, ସେତେବେଳେ ତାଙ୍କ ସ୍ଵାମୀଙ୍କର ଅନ୍ୟ ମହିଳାଙ୍କ ସହିତ ଫଟୋ ଥିଲା । ଯେତେବେଳେ ମହିଳା ନିଜ ଶାଶୁ ଶ୍ଵଶୁରଙ୍କୁ ପଚାରିଲେ, ସେତେବେଳେ ଜଣାପଡ଼ିଲା ଯେ ତାଙ୍କ ସ୍ଵାମୀ ଖଜରାନାରୁ ଯୁବତୀଙ୍କୁ ନେଇ ଫେରାର ଅଛନ୍ତି । ବର୍ତ୍ତମାନ ସ୍ତ୍ରୀ ନ୍ୟାୟ ପାଇବା ପାଇଁ ଥାନାରେ ଚକ୍କର କାଟୁଛନ୍ତି ।

ମାମଲାଟି ଏରୋଡ୍ରମ ଥାନା ଅଞ୍ଚଳର ଛୋଟ ବାଗଡଦାର ଅଟେ, ଯେଉଁଠାରେ ବବିତା ପରମାର ନ୍ୟାୟ ପାଇଁ ଏଠିକି ସେଠିକି ଧାଉଁଛନ୍ତି । ସେ କହିଛନ୍ତି ଯେ ସ୍ବାମୀ ରାଜେଶ୍ ପରମାର ଟ୍ରାନ୍ସପୋର୍ଟ କାମ କରନ୍ତି, ସେ ମୋତେ ଧୋକା ଦେଲେ ଏବଂ ଦ୍ୱିତୀୟ ବିବାହ କରିଛନ୍ତି ।

ମହିଳା କହିଛନ୍ତି ଯେ ଫେସବୁକରେ ଫଟୋ ଦେଖି ସେ ସ୍ଵାମୀଙ୍କ ଦ୍ୱିତୀୟ ବିବାହ କଥା ଜାଣିଲେ । ମହିଳା କହିଛନ୍ତି ସେ ଯେତେବେଳେ ନିଜ ଶ୍ଵଶୁର କନିରାମଙ୍କୁ ଫୋନ୍ କଲେ, ସେତେବେଳେ ସେ ମଧ୍ୟ ଚୁପ୍ ରହିବାକୁ ଧମକ ଦେଲେ । ପୀଡ଼ିତା ମହିଳା କହିଛନ୍ତି, ସ୍ବାମୀ ମଧ୍ୟ ଅନ୍ୟ ନମ୍ବରରୁ କଲ କରି ତାଙ୍କୁ ଧମକାଇଛନ୍ତି । ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ କରିବାରେ ଲାଗିପଡିଛି ।

ରିପୋର୍ଟ୍ ଅନୁଯାୟୀ ମହିଳାଙ୍କ ବିବାହ ଛଅ ବର୍ଷ ପୂର୍ବରୁ ଅଭିଯୁକ୍ତଙ୍କ ସହ ହୋଇଥିଲା । ବବିତା କହିଛନ୍ତି ତିନି ମାସ ପୂର୍ବରୁ ରାଜେଶ୍ ତାଙ୍କୁ ଡେଲିଭରି ପାଇଁ ବବିତାଙ୍କ ବାପଘରେ ଛାଡିଦେଇ ଆସିଥିଲେ । 15 ଦିନ ପୂର୍ବରୁ ବବିତା ନିଜ ବାପଘରେ ଗୋଟିଏ ଝିଅ ଜନ୍ମ କଲେ । ରାଜେଶ୍ ନିଜ ଝିଅକୁ ଦେଖା କରିବାକୁ ମଧ୍ୟ ଆସିଲା ନାହିଁ । ବବିତା ଯେତେବେଳେ ତାଙ୍କ ଶାଶୁକୁ ପଚାରିଲେ, ସେତେବେଳେ ତାଙ୍କୁ କୁହାଗଲା ଯେ ରାଜେଶ୍ ବାହାରକୁ ଯାଇଛି, କିନ୍ତୁ ଅଚାନକ କକା ପୁଅ ଭାଇ ବିଟୁଙ୍କ ଆଇଡିରେ ନିଜ ସ୍ଵାମୀଙ୍କ ସହ ଅନ୍ୟ ଝିଅକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ।

ବବିତା ଜାଣିବାକୁ ପାଇଲେ ଯେ ତାଙ୍କ ସ୍ଵାମୀ ରାଜେଶ୍ ସପ୍ତାହେ ପୂର୍ବରୁ ଅନ୍ୟ ଯୁବତୀ ଆୟଶାଙ୍କୁ ଧରି ପଳାଇ ଦ୍ୱିତୀୟ ବିବାହ କରିଛନ୍ତି । ବବିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ରାଜେଶଙ୍କ ବାପାମାଆ ଜାଣିଛନ୍ତି ଯେ ସେ ଅନ୍ୟ ଯୁବତୀ ସହ କୋଉଠି ଅଛି । ଏରୋଡ୍ରମ ପୋଲିସ କହିଛି ଯେ ବର୍ତ୍ତମାନ ପୁରା ମାମଲାର ଯାଞ୍ଚ୍ କରାଯାଉଛି ।

Leave A Reply

Your email address will not be published.