ପୁଅ ଚକ୍କରରେ ସ୍ବାମୀ ଲଗାଇଦେଲା 5 ଟି ଝିଅଙ୍କ ଲାଇନ୍, ତଥାପି ନ ଅଟକିବାରୁ ସ୍ତ୍ରୀ ଏହିପରି ନେଲା ପ୍ରତିଶୋଧ

0

Get real time updates directly on you device, subscribe now.

ଝିଅମାନେ ମା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ । ତାଙ୍କ ଦ୍ବାରା ଘରକୁ ସମୃଦ୍ଧି ଆସେ । ପୁଅମାନଙ୍କ ତୁଳନାରେ ଝିଅମାନେ ଅଧିକ କେୟାରୀଙ୍ଗ ମଧ୍ୟ ହୋଇଥାନ୍ତି । ଏହାବ୍ୟତୀତ ଆଜିର ଜମାନାରେ ଝିଅମାନେ ମଧ୍ୟ ସବୁ କ୍ଷେତ୍ରରେ ପୁଅମାନଙ୍କ ସହିତ ସମାନ ହୋଇଛନ୍ତି । କିଛି ଝିଅ ତ ପୁଅମାନଙ୍କୁ ମଧ୍ୟ ପଛରେ ପକାଇ ଦିଅନ୍ତି । କିନ୍ତୁ ତଥାପି ଲୋକମାନେ ଝିଅ ବଦଳରେ ପୁଅ ପାଇଁ ଅଧିକ ଆଶା ରଖନ୍ତି । କିଛି ଲୋକ ପୁଅ ଲୋଭ କାରଣରୁ ହିଂସା ଏବଂ ଭୁଲ କାମ ମଧ୍ୟ କରିବାକୁ ପଛାନ୍ତି ନାହିଁ ।

ପୁଅ ଆଶାରେ ସ୍ବାମୀ ଲଗାଇଦେଲା ଝିଅମାନଙ୍କ ଲାଇନ୍ :-

ଛତିଶଗଡର କବର୍ଧାରେ ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀ ପ୍ରତିଦିନ ମାଡ ମାରୁଥିଲା । ତାଙ୍କର କେବଳ ଏହା ଭୁଲ ଥିଲା ଯେ ସେ ସବୁଥର ନିଜ ଗର୍ଭରୁ ଝିଅ ଜନ୍ମ କରୁଥିଲେ । ମହିଳାଙ୍କର ପୂର୍ବରୁ ହିଁ 5 ଟି ଝିଅ ଅଛନ୍ତି । ସ୍ବାମୀ ପୁଅ ହେବା ଆଶାରେ ଆହୁରି ସନ୍ତାନ ଜନ୍ମ କରାଇବାକୁ ଚାହୁଁଛି । କିନ୍ତୁ ମହିଳା ଆଉ ସନ୍ତାନ ଜନ୍ମ ଦେବାକୁ ଚାହୁନାହାଁନ୍ତି । ସ୍ୱାମୀର ଏହି ଜିଦରୁ ବଞ୍ଚିବା ପାଇଁ ମହିଳା ଲୁଚି ଛପି ନିଜର ଆବରସନ ମଧ୍ୟ କରାଉଥିଲେ । କିନ୍ତୁ ସ୍ବାମୀ ଯେତେବେଳେ ଏ କଥା ଜାଣିବାକୁ ପାଇଲା, ସେତେବେଳେ ହଙ୍ଗାମା ସୃଷ୍ଟି କଲା ।

ମହିଳାଙ୍କ ପରିଚୟ ରସିତା ବାଇ (36) ବୋଲି ଜଣାପଡିଛି । ସେ ଲୋହାରା ଥାନା ଅଞ୍ଚଳର ଛିରବାନ୍ଧା ଗାଁରେ ନିଜ ସ୍ବାମୀ ମନମୋହନ ସାହୁ(40) ସହିତ ରୁହନ୍ତି । ବିବାହ ପରେ ମହିଳା ଯେତେବେଳେ ବି ଗର୍ଭବତୀ ହେଲେ, ସେତେବେଳେ ତାଙ୍କର ଝିଅ ହିଁ ହେଲା । କିନ୍ତୁ ତାଙ୍କ ସ୍ବାମୀ ପୁଅ ଚାହୁଁଥିଲା । ତେଣୁ ସେ ଗୋଟିଏ ପରେ ଗୋଟିଏ 5ଟି ଝିଅଙ୍କ ଲାଇନ୍ ଲଗାଇଦେଲା । ସେ ପୁଅ ହେଉନଥିବାରୁ ସ୍ତ୍ରୀକୁ ବହୁତ୍ ମାଡ ମାରୁଥିଲା ।

ହତାଶ ହୋଇ ସ୍ତ୍ରୀ କରାଇଲା ଆବରସନ :-

ପରିବାର କହିବା ଅନୁଯାୟୀ, ମନମୋହନ ସାହୁଙ୍କ ମାନସିକ ଅବସ୍ଥା ମଧ୍ୟ ଭଲ ନୁହେଁ । ତାଙ୍କର କାର୍ଯ୍ୟକଳାପ ଯୋଗୁଁ ତାଙ୍କ ବାପାମାଆ ମଧ୍ୟ ବିରକ୍ତ ହୋଇଥାନ୍ତି । ମହିଳା ଜଣକ ପ୍ରତ୍ୟେକ ଥର ପିଲା ଜନ୍ମ କରି କରି ଥକି ଗଲେଣି । ସେଥିପାଇଁ ସେ ଅପରେସନ୍ କରିବାକୁ ଚାହୁଁଥିଲେ | ଯଦିଓ ତାଙ୍କ ସ୍ୱାମୀ ଏହା ବିରୁଦ୍ଧରେ ଥିଲେ । ପୁଅ ଜନ୍ମ ନହେବା ପର୍ଯ୍ୟନ୍ତ ସେ ଅଟକିବାକୁ ଚାହୁଁନଥିଲେ ।

ଏପରି ପରିସ୍ଥିତିରେ ମହିଳାଙ୍କୁ ଆବରସନ କରି ସ୍ୱାମୀଙ୍କ କାର୍ଯ୍ୟକୁ ବନ୍ଦ କରିବାକୁ ପଡୁଥିଲା । ସ୍ତ୍ରୀର ବନ୍ଧ୍ୟାକରଣ ପରେ ସ୍ୱାମୀ ପାଗଳ ପରି ହେବାକୁ ଲାଗିଲା । ସେ ନିଜ ସ୍ତ୍ରୀକୁ ଅତି ନିର୍ମମ ଭାବରେ ମାଡ ମାରିଥିଲେ । ବାଧ୍ୟତାମୂଳକ ଭାବେ ସ୍ତ୍ରୀ ପୋଲିସ ଷ୍ଟେସନକୁ ଯାଇ ସ୍ୱାମୀଙ୍କ ବିରୋଧରେ ମାରପିଟ କରିବାର ମାମଲା ରୁଜୁ କରିଥିଲେ । ଲୋହରା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ୟୁନେଶ ଦେଶମୁଖ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ଉପରେ ଆମେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଧାରା 294, 323 ଏବଂ 506 ଅନୁଯାୟୀ ମାମଲା ରୁଜ୍ଜୁ କରିଛୁ । ଏହା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ମାନସିକ ଅବସ୍ଥା ଖରାପ ବୋଲି କୁହାଯାଉଛି । ତେଣୁ ତାଙ୍କୁ ମାନସିକ ଡାକ୍ତରଖାନା ପଠାଇବା ପାଇଁ ବିଚାର କରାଯାଉଛି । ଆମେ ତାଙ୍କ ପରିବାର ସଦସ୍ୟଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରୁଛୁ । ତାଙ୍କ ଡାକ୍ତରୀ ରିପୋର୍ଟ ଆସିବା ପରେ ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବୁ ।

Leave A Reply

Your email address will not be published.