ଅମିତ ସାହାଙ୍କୁ ଏକୁଟିଆ ଭେଟିଲେ ସାଂସଦ ଅନୁଭବ । ଶଙ୍ଖ ଛାଡ଼ି ପଦ୍ମ ଆଡକୁ ଢଳିବା ନେଇ ଚାଲିଲା ଚର୍ଚ୍ଚା

0

Get real time updates directly on you device, subscribe now.

ପୁଣି ଚର୍ଚ୍ଚାରେ ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଗତ କିଛିଦିନ ଧରି ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଅନୁଭବଙ୍କୁ ନେଇ ଆସିଛି ଏକ ନୂଆ ପଲିଟିକାଲ୍ ଅପଡେଟ୍ । କିଛିମାସ ଧରି ଶାସକ ବିଜେଡିରୁ ଏକପ୍ରକାର କୋଣଠେସା ହୋଇ ରହିଥିବା ଅନୁଭବ ଏବେ ବିଜେପି ଆଡ଼କୁ ମୁହାଁଉଥିବା ନେଇ ଚର୍ଚ୍ଚା ହେଉଛି ।

ଜଣାପଡ଼ିଛି ଯେ, ନିକଟ ଅତୀତରେ ଅନୁଭବ ଆମ ଦେଶ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଦୁହେଁ ସାମ୍ନାସାମ୍ନି ବସି କିଛି ସମୟ ଆଲୋଚନା କରିଥିବା ବେଳେ ଏହାର ଫଟୋ ଅନୁଭବ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତେବେ ଅଭିନେତାଙ୍କ ଏହି ଫଟୋଟି ଏବେ ସାରା ଓଡ଼ିଶାରେ ଚହଳ ପକାଇ ଦେଇଛି । ଏକଦା ବିଜେଡିର ଷ୍ଟାର ଥିବା ଅନୁଭବ ଗତ କିଛି ମାସ ଧରି ଦଳୀୟ କାର୍ଯ୍ୟକ୍ରମରୁ ଏକପ୍ରକାର ଦୂରେଇ ରହିଛନ୍ତି । ତେବେ ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

ତେବେ ଏହି ସମୟରେ ଅନୁଭବଙ୍କୁ ନେଇ ଆରମ୍ଭ ହୋଇଯାଇଛି ଆଉ ଏକ ନୂଆ ଚର୍ଚ୍ଚା । ତେବେ ଅନୁଭବ ମହାନ୍ତି ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଏପରି ହଠାତ୍ ସାକ୍ଷାତ କରିବା ଟା ଗଣମାଧ୍ୟମ ଙ୍କୁ ସହଜରେ ହଜମ ହେଉନାହିଁ । ତେବେ ସେ କୌଣସି ଦଳୀୟ କାମ କିମ୍ବା ଅନ୍ୟ ସାଂସଦଙ୍କ ସହିତ ସାକ୍ଷାତ କରି ନାହାଁନ୍ତି । ସେ ଏକା ଏକା ଅମିତ ସାହାଙ୍କୁ ଭେଟିଛନ୍ତି । ତେବେ ଭେଟିବାର କାରଣ ସଂପର୍କରେ ସେ କହିଛନ୍ତି ଯେ, ଦେଶର ଯୁବକଙ୍କ ସହ ଜଡିତ କେତେକ ମହତ୍ବପୂର୍ଣ୍ଣ ପ୍ରସଂଗ ଉପରେ ସକରାତ୍ମକ ଆଲୋଚନା କଲି ବୋଲି ।

ହେଲେ ଏହାକୁ ନେଇ ରାଜନୈତିକ ମହଲ ଭିନ୍ନ ଦୃଷ୍ଟିରେ ଦେଖିଛି । ବିଜେଡିର ବ୍ୟାଡ ବୁକରେ ରହିଥିବା ଅନୁଭବ କ’ଣ ବିଜେଡି ଛାଡ଼ି ବିଜେପି ଆଡ଼କୁ ଢଳିବେ? ବିଜେପିର ଚାଣକ୍ୟ କୁହାଯାଉଥିବା ଶାହଙ୍କୁ ହଠାତ୍ ଏପରି ସାକ୍ଷାତ କରିବା ପଛରେ କ’ଣ ରହିଛି ରହସ୍ୟ? ଏଭଳି ଅନେକ ପ୍ରଶ୍ନ ଏବେ ରାଜନୈତିକ ଅଳିନ୍ଦରେ ଆଲୋଚନା ହେବାରେ ଲାଗିଛି । ତେବେ ଏହି ଚର୍ଚ୍ଚା ପଛର ସତ୍ୟତା କ’ଣ ତାହା ହୁଏତ ଆଗକୁ ସ୍ପଷ୍ଟ ହୋଇଯିବ

Leave A Reply

Your email address will not be published.