ମଝି ସଡକରେ ଦିନରେ ଦେଖାଗଲା ଏହି ଭୟଙ୍କର ପ୍ରାଣୀ,ପୁଣି ଯାହା ହେଲା ତାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

Get real time updates directly on you device, subscribe now.

କିଛି ଦେଶର ଲୋକମାନଙ୍କୁ ନିଜର ଘରେ ଜଙ୍ଗଲୀ ପ୍ରାଣୀକୁ ପାଳିବା ସୈକ ରହିଥାଏ,ପୁଣି ସେ ସାପ ହେଉ ବା ଖତରନାକ ବାଘ|ଏମିତିରେ ଏହି ଜଙ୍ଗଲୀ ପଶୁ ପାଳିତ ପଶୁମାନଙ୍କ ଭଳି ବ୍ୟବହାର କରନ୍ତି|ମେକ୍ସିକୋରେ ଗୋଟିଏ ବାଘକୁ ଏପରି ସଡକରେ ବୁଲୁଥିବା ଦେଖାଯାଇଛି|

ଟୁଇଟରରେ ଏହି ଭିଡିଓ ସେୟାର କରାଯାଇଛି|ଏହି ଭିଡିଓରେ ଭୀଷଣ ଖରାରେ ସଡକରେ ଏକ ବାଘ ବୁଲୁଥିବା ଦେଖାଯାଇଛି|ଯେପରିକି ସେ କୈାଣସି ଏକ ନିଛାଟିଆ ସ୍ଥାନରେ ନୁହେଁ କି ଜଙ୍ଗଲରେ ବୁଲୁଛି|ଏଭଳି ଦୃଶ୍ୟକୁ ଦେଖି କେହିବି ଆତଙ୍କିତ ହୋଇପାରେ|ଆପଣ ବି ଏହି ଭାଇରାଲ ଭିଡିଓକୁ ଦେଖନ୍ତୁ:

ନିଜ ମଧ୍ୟରେ ଏକ ଖତରନାକ ଜଙ୍ଗଲୀ ପଶୁକୁ ଦେଖି ଏଠାକାର ଲୋକଙ୍କୁ ଜୋରରେ ଝଟକା ଲାଗିଛି|କିନ୍ତୁ ଭଲ କଥା ଏହା ଯେ ପୂରା ଭିଡ଼ିଓରେ ବାଘ କୈାଣସି କ୍ଷୟକ୍ଷତି କରିନାହାନ୍ତି|ବାଘ ଶାନ୍ତିରେ ବୁଲୁଛନ୍ତି|ମାତ୍ର ୩୧ ସେକେଣ୍ଡର ଏହି ଭିଡିଓରେ ଦେଖାଯାଉଥିବା ବେଙ୍ଗଲ ଟାଇଗର ସଭିଙ୍କୁ ଆଶ୍ଚର୍ଯ୍ୟଜନକ କରିଛି|

ଏହି ଭିଡିଓରେ ଦେଖାଯାଏ ବାଘ ବୁଲାବୁଲି କରି ଗୋଟିଏ ଜାଗାରେ ବସିଯାଏ|ଏହାପରେ ଗୋଟିଏ ବ୍ୟକ୍ତି ଆସେ ଓ ବାଘକୁ ସହଜରେ ଧରି ନେଇଯାଏ|ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୮.୬ ହଜାର ଲୋକ ଦେଖି ସାରିଛନ୍ତି|ୟୁଜର୍ସକୁ ଏହା ବହୁ ପସନ୍ଦ ଲାଗୁଛି|

Leave A Reply

Your email address will not be published.