” ବାପା ସନ୍ତୋଷକୁ କିଛି କହିବନି, ସନ୍ତୋଷର ଯଦି କିଛି ହେଲା…ମୁଁ କାହାକୁ ବି ଛାଡିବିନି !” ବର୍ତ୍ତମାନ ରଶ୍ମିରେଖାଙ୍କ ହାତଲେଖା ଚିଠିକୁ ନେଇ ଉଠୁଛି ଅନେକ ପ୍ରଶ୍ନ

0

Get real time updates directly on you device, subscribe now.

ରଶ୍ମିଙ୍କ ମୃତ୍ୟୁକୁ ନେଇ ଲଗାତାର ପ୍ରଶ୍ନ ଉପରେ ପ୍ରଶ୍ନ ଆସୁଛି । ରଶ୍ମିଙ୍କ ମୃତ୍ୟୁ ପଛର କାରଣକୁ କେହି ବି ଅନୁମାନ କରିପାରୁ ନାହାନ୍ତି । ଏସବୁ ମଧ୍ୟରେ ରଶ୍ମିଙ୍କ ହାତଲେଖା ଚିଠିକୁ ନେଇ ସମସ୍ତେ ସନ୍ଦେହ କରୁଛନ୍ତି । ରଶ୍ମିଙ୍କ ହାତଲେଖା ଚିଠିରେ ଲେଖାଯାଇଛି, ” ବାବା ସନ୍ତୋଷଙ୍କୁ କେବେ ଦୋଷ ଦେବନି, ଯଦି ତାର କିଛି ହେଲା… ତେବେ ମୁଁ କାହାକୁ ବି ଛାଡିବିନି । କିଛି ବି ପୋଲିସ କେସ କରିବନି ।” ରଶ୍ମି ଓଝା ଏହିପରି କିଛି ଶେଷ କଥା ଲେଖିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ରଶ୍ମିରେଖା ଓଝା ଯେଉଁ ଶେଷ କଥା ଲେଖିଛନ୍ତି ସେହି ଡାଏରୀଟି କାହାର ? ତାହା ଉପରୁ ପୋଲିସ ପରଦା ଉଠାଇ ନଥିବା ବେଳେ ଏହି ଡାଏରୀଟି ରଶ୍ମିରେଖା ଓଝାଙ୍କର ବୋଲି ଆଲୋଚନା କରାଯାଉଛି । ଆଲୋଚନା ହେଉଛି ଯେ ସନ୍ତୋଷ ହେଉଛନ୍ତି ତାଙ୍କ ପ୍ରେମିକ, ଯାହା ସହିତ ରଶ୍ମି ଲିଭ୍ ଇନ ରିଲେସନସିପରେ ରହୁଥିଲେ । ଯଦି ସାଙ୍ଗ ହୋଇ ରହୁଥିଲେ, ତେବେ ସନ୍ତୋଷଙ୍କ ଅନୁପସ୍ଥିତିରେ କାହିଁକି ଏଭଳି ଏକ ମୃତ୍ୟୁ ଘଟିଲା ? ଏହି ତମାମ ପ୍ରଶ୍ନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ।

ଏହାସହିତ ସନ୍ତୋଷ ବର୍ତ୍ତମାନ କୋଉଠି ଅଛନ୍ତି ? ଗତ କାଲିଠାରୁ ଘଟଣା ଘଟିଥିବା ବେଳେ ସନ୍ତୋଷ କାହିଁକି ଏଯାଏଁ ମୁହଁ ଖୋଲୁନାହାନ୍ତି ? ଡାଏରୀରେ ଲେଖି ନିଜ ଜୀବନ ହାରିଦେଇଛନ୍ତି କି ରଶ୍ମିରେଖା ନା ତାଙ୍କୁ କିଏ ମାରି ଏମିତି ଲେଖିଛି ? ନା ରଶ୍ମିରେଖାଙ୍କୁ ମାରିବା ପୂର୍ବରୁ ଏମିତି ଲେଖିବାପାଇଁ କେହି ବାଧ୍ୟ କରିଛି ? ଏହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଚାଲିଛି ।

ଆଉ ସବୁଠୁ ବଡ କଥା ହେଉଛି ରଶ୍ମିରେଖା ବାହା ନହୋଇ ମଧ୍ୟ ମଥାରେ ସିନ୍ଦୂର, ହାତରେ ଶଙ୍ଖା ଏବଂ ବେକରେ ମଙ୍ଗଳସୂତ୍ର ପିନ୍ଧିଥିଲେ । ତେବେ ଏହି ଶଙ୍ଖା, ସିନ୍ଦୂର ଏବଂ ମଙ୍ଗଳସୂତ୍ରର ରହସ୍ୟ କଣ ? ଏହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.