ଭଡ଼ାଘର ମାଲିକ କଲେ ନୂଆଁ ଖୁଲାସା, ରଶ୍ମିଙ୍କ ମୃତ୍ୟୁ ପଛରେ ରହିଛି ତ୍ରିକୋଣୀୟ ପ୍ରେମ କାହାଣୀ !

0

Get real time updates directly on you device, subscribe now.

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ପୋଲିସ ଲଗାତାର ଯାଞ୍ଚ୍ କରି ଚାଲିଛି । ବର୍ତ୍ତମାନ ରଶ୍ମିଙ୍କ ମାମଲାରେ ପୋଲିସକୁ ଆଉ ଗୋଟିଏ ସୂଚନା ମିଳିଛି । ରଶ୍ମି ରହୁଥିବା ଭଡ଼ା ଘର ମାଲିକ ସୂଚନା ଦେଇ କହିଛନ୍ତି ଯେ ସ୍ବାମୀ ସନ୍ତୋଷ ଏବଂ ରଶ୍ମିଙ୍କ ମଧ୍ୟରେ ପୂର୍ବତନ ପ୍ରେମିକ ରାଜାକୁ ନେଇ ବାରମ୍ବାର ଝଗଡା ହେଉଥିଲା ।

ଆଜ୍ଞା ହଁ, ରାଜା ଥିଲା ରଶ୍ମିଙ୍କ ପୂର୍ବତନ ବୟଫ୍ରେଣ୍ଡ ଏବଂ ରାଜା ସହ ରଶ୍ମିଙ୍କ ରଶ୍ମିଙ୍କ ସମ୍ପର୍କ ଭଲ ନ ରହିବାରୁ ସନ୍ତୋଷ ପାଖରେ ରହୁଥିଲେ । ଏମିତିକି ରଶ୍ମି ସନ୍ତୋଷ ନାଁରେ ମଥାରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ଏବଂ ହାତରେ ଶଙ୍ଖା ମଧ୍ୟ ପିନ୍ଧୁଥିଲେ । ଏ କଥାକୁ କେହି ନ ଜାଣିପାରିଲେ ମଧ୍ୟ ଘରମାଲିକ ଜାଣିଥିଲେ । ଘରମାଲିକ ଜାଣିଥିଲେ ଯେ ରଶ୍ମି ଏବଂ ସନ୍ତୋଷ ସ୍ଵାମୀ ଓ ସ୍ତ୍ରୀ । ତେବେ ପ୍ରଶ୍ନ ଉଠୁଛି ଯେ ରଶ୍ମିରେଖା ନିଜ ଜୀବନକୁ କାହିଁକି ହାରିଲେ ? କିଏ ତାଙ୍କୁ ମାନସିକ ଚାପ ଦେଉଥିଲା କି ? ତାଙ୍କ ଦେହରେ ଥିବା କ୍ଷତ ଚିହ୍ନ କଣ ? ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜୁଛି ନୟାପଲ୍ଲୀ ଥାନାର ପୋଲିସ ।

ଏ ନେଇ ପୋଲିସ ରଶ୍ମିରେଖାଙ୍କ ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ଏହାସହିତ ସବୁଠାରୁ ବଡ଼ କଥା ହେଉଛି ସନ୍ତୋଷ ଏବଂ ରଶ୍ମିଙ୍କ ମଝିରେ ତୃତୀୟ ବ୍ୟକ୍ତି ରାଜା ପଶିଥିଲା । ରାଜା ଯାହାକୁ ପୂର୍ବରୁ ଭଲ ପାଉଥିଲେ, ସେ ହେଉଛନ୍ତି ରଶ୍ମି ଏବଂ ଓଲିଉଡ ଜଗତକୁ ଆସିବାପାଇଁ ରଶ୍ମିଙ୍କ ପଛରେ କାଳେ ରାଜାଙ୍କ ହାତ ରହିଛି । ଅଭିନେତ୍ରୀ ହେବା ପରେ ରାଜା ଯେତେବେଳେ ତାଙ୍କ ଠାରୁ ସ୍ବାର୍ଥ ହାସଲ କରିବାପାଇଁ ଚେଷ୍ଟା କଲେ, ସେତେବେଳେ ରଶ୍ମିରେଖା ଦୁରେଇ ଯାଇଥିଲେ ।

2019 ମସିହାରେ ସୋସିଆଲ ମିଡିଆରେ ରାଉଲକେଲାର ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ହେଲା ଏବଂ ସେ ଗୋଟିଏ ଫାଇନାନ୍ସ ସଂସ୍ଥାରେ କାମ କରୁଥିଲେ । ରଶ୍ମି ନିଜ ବାପାମାଆଙ୍କୁ ସନ୍ତୋଷ ବିଷୟରେ ସବୁ ଜଣାଇ ଥିଲେ ଏବଂ ସେମାନେ ଲିଭ୍ ଇନ ରିଲେସନ ସିପରେ ରହୁଥିଲେ । ଏହାସହିତ ସନ୍ତୋଷଙ୍କ ଅନୁପସ୍ଥିତିରେ ରଶ୍ମିଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ତେବେ ଏସବୁ କଥା ଭିତରେ ରଶ୍ମିଙ୍କ ମୃତ୍ୟୁ ହେବା ନିଶ୍ଚିତ । କିନ୍ତୁ ରଶ୍ମିଙ୍କ ମୃତ୍ୟୁ ପଛରେ ଦାୟୀ କିଏ ? କିଏ ମାନସିକ ଚାପ ଦେଉଥିଲା କି ? ରଶ୍ମି ରେଖା ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ମାରିଦେଇଛି, ତାହା ମଧ୍ୟ ବର୍ତ୍ତମାନ ସନ୍ଦେହ ଘେରରେ ରହିଛି । ଏଥିପାଇଁ ସନ୍ଦେହ କରାଯାଉଛି ଯେ ରଶ୍ମିଙ୍କ ଦେହରେ କ୍ଷତ ଚିହ୍ନ ଥିଲା ଏବଂ ତାଙ୍କ ହାତ କଟା ଯାଇଥିଲା । ତେବେ ରଶ୍ମି ନିଜେ ତାଙ୍କ ହାତକୁ କାଟିଥିଲେ ନା ଆଉ କେହି ? ଏହି ତମାମ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଯାହାକୁ ଜାଣିବାକୁ ମଧ୍ୟ ସମସ୍ତେ ଚାହିଁ ବସିଛନ୍ତି ।

Leave A Reply

Your email address will not be published.