ଦୁନିଆ ରେ ଅନେକ ରହସ୍ୟ ଲୁଚି ରହିଛି । କିଛି ଲୋକମାନେ ଅଛନ୍ତି ଯେଉଁମାନେ ରହସ୍ୟ ଏବଂ ରୋମାଞ୍ଚ ର ତଲାଶ ପାଇଁ ନୂଆ ନୂଆ ସ୍ଥାନରେ ପହଁଛୁନ୍ତି । କିନ୍ତୁ ସେମାନଙ୍କୁ ଅଜଣା ଥାଏ ଯେ ସେହି ସ୍ଥାନରୁ ମଣିଷ ଫେରିବା ସମ୍ଭବ ହୋଇ ନ ଥାଏ । ତେବେ ଏହି ଦୁନିଆ ବାହାରୁ ଯେତିକି ସୁନ୍ଦର ଅଟେ ସେତିକି ବିପଦପୂର୍ଣ୍ଣ ମଧ୍ୟ ଅଟେ । ସାଧାରଣତଃ ସମସ୍ତେ ସୁରକ୍ଷିତ ସ୍ଥାନରେ ରହିବା ଏବଂ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠିକି ଯିବା ଏକ ବଡ଼ ବିପଦଠୁ କମ ନୁହେଁ ।
ଆମ ପୃଥିବୀ ସୁନ୍ଦର ସ୍ଥାନରେ ପରିପୂର୍ଣ୍ଣ । ଆପଣ ସମଗ୍ର ବିଶ୍ୱରେ ଏପରି ଆକର୍ଷଣୀୟ ଏବଂ ସୁନ୍ଦର ସ୍ଥାନ ଦେଖିବାକୁ ପାଇବେ, ଯାହା ଆପଣ ବୋଧହୁଏ ଏପର୍ଯ୍ୟନ୍ତ କଳ୍ପନା କରିନଥିବେ । ସୁନ୍ଦର ହେବା ବ୍ୟତୀତ, ଏପରି ଅନେକ ସ୍ଥାନ ଅଛି ଯାହା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ । ଉଭୟଙ୍କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ସେହି ସ୍ଥାନମାନଙ୍କରେ ପହଞ୍ଚନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ପୋଖରୀ ବିଷୟରେ କହିବାକୁ ଯାଉଛୁ ଯାହା ଦୁନିଆର ସବୁଠାରୁ ବିପଜ୍ଜନକ ପୋଖରୀ ବୋଲି ବିବେଚନା କରାଯାଏ ।
ଏହା ହେଉଛି ଜାପାନର “ବ୍ଲଡ଼ ପୋଣ୍ଡ” ଅଥବା ଆମ ଓଡ଼ିଆ ଭାଷାରେ କହିବାକୁ ଗଲେ ରକ୍ତପୋଖରୀ । ଯାହାକି ସେଠାକାର ସବୁଠୁ ପ୍ରସିଦ୍ଧ ସ୍ଥାନ ମଧ୍ୟରେ ଗୋଟିଏ । ଏହି ପୋଖରୀରେ ପଂହରିବା କିନ୍ତୁ ମନା । କାରଣ ସାଧାରଣତଃ ଏହାର ତାପମାତ୍ରା ୧୯୪ ଡିଗ୍ରୀ ଫାରେନହାଇଟ ବା ୯୦ ଡିଗ୍ରୀ ସେଲସିୟସ ହୋଇଥାଏ । ତେବେ ବନ୍ଧୁଗଣ ଏହି ପୋଖରୀର ନାମ ବ୍ଲଡ଼ ପଣ୍ଡ ଦେବା ପଛର କାରଣ ହେଉଛି ଏହାର ପାଣି ଲାଲ୍ ରଙ୍ଗର । ଏହି ପୋଖରୀରେ ଲୁହା ଏବଂ ଲୁଣର ମାତ୍ରା ବହୁତ ଅଧିକ ହୋଇ ଥିବାରୁ ଏହାର ପାଣିର ବର୍ଣ୍ଣ ରକ୍ତବର୍ଣ୍ଣ ବା ଲାଲ ରଙ୍ଗର ହୋଇଥାଏ ।
ଏହି ପାଣି ଏତେ ମାତ୍ରାରେ ଗରମ ଥିବାରୁ ସେଥିରୁ ସବୁବେଳେ ବାଷ୍ପ ବାହାରୁଥାଏ । ସେଥିପାଇଁ ଏହାକୁ ଦେଖିଲେ ଏପରି ଲାଗିଥାଏ ଯେପରି ଏହା ନର୍କକୁ ଦ୍ୱାର ଅଟେ । ତେବେ ଏହି ଅମ୍ଳୀୟ ଜିଓଟର୍ମାଲ୍ ରେଡ୍ ପୋଖରୀ ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜର ବେପୁର ଗରମ ବସନ୍ତ ସହରରେ ଅବସ୍ଥିତ । ତେବେ ଏହା ବହୁତ ବିପଦଜନକ ହୋଇଥିବାରୁ ଏଠାକୁ ଯିବାକୁ ବାରଣ ସତ୍ତ୍ୱେ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଏହି ଦୃଶ୍ୟ ଉପଭୋଗ କରିବା ପାଇଁ ଆସିଥାନ୍ତି ।