ଫେସବୁକରେ ଅନଫ୍ରେଣ୍ଡ କରିବା ଯୁବତୀଙ୍କୁ ଭାରି ପଡ଼ିଲା, କ୍ରୋଧିତ ଯୁବକ ଘରେ ପଶି ଛୁରୀରେ ମାରିଲା, ଏପରିକି ମାକୁ ମଧ୍ୟ ଛାଡ଼ିଲା ନାହିଁ
ସୋସିଆଲ ମିଡିଆରେ ଅଜଣା ଲୋକ ସହିତ ବନ୍ଧୁତା କରିବା ଉତ୍ତରପ୍ରଦେଶର ମଥୁରାରେ ରହୁଥିବା ଜଣେ ଝିଅକୁ ଭାରି ପଡ଼ିଲା । ଝିଅଟିର ଫେସବୁକରେ ଜଣେ ଯୁବକଙ୍କ ସହ ବନ୍ଧୁତା ହୋଇଥିଲା । ତେବେ ଝିଅଟି ତାପରେ କଥାବାର୍ତ୍ତା ହେବା ବନ୍ଦ କରିଦେଲା । ଏହି ବନ୍ଧୁତା ଭାଙ୍ଗିଯିବା ପରେ ଯୁବକଙ୍କ ମୁଣ୍ଡ ଖରାପ୍ ହୋଇଗଲା । ସେହି ଦୁଷ୍ଟ ଯୁବକ ଝିଅଟିର ଘରକୁ ଯାଇ ତାକୁ ଛୁରୀ ଦ୍ଵାରା ଆକ୍ରମଣ କରିଦେଲା । କିନ୍ତୁ ମଝିରେ ଝିଅଟିର ମା ଆସିଗଲେ । ତାପରେ ଯାହା ହେଲା, ଆପଣ ସ୍ୱପ୍ନରେ ମଧ୍ୟ ଭାବିପାରିବେ ନାହିଁ ।
ଫେସବୁକ୍ ଫ୍ରେଣ୍ଡ୍ କଲା ଛୁରୀରେ ଆକ୍ରମଣ :-
ମଥୁରା ଥାନା ହାଇୱେ ଅଞ୍ଚଳରେ ଅବସ୍ଥିତ ନଗଲା ବୋହରା ଅଞ୍ଚଳରେ ରିଟାୟାର୍ଡ ଫୌଜି ତେଜବିରଙ୍କ ଘର ରହିଛି । ଏହି ଘରେ ତାଙ୍କ ସ୍ତ୍ରୀ ସୁନୀତା ଏବଂ ଝିଅ ସୋନମ୍ (17) ରୁହନ୍ତି । ଜୁନ 19 ତାରିଖ ରବିବାର ରାତି 9ଟା ସମୟରେ କେହି ଜଣେ ଘରର କବାଟ ଖଟ ଖଟ କଲା । ସୋନମ୍ କବାଟ ଖୋଲିଲେ । ସେ କବାଟ ଖୋଲିବା ମାତ୍ରେ ଜଣେ ଯୁବକ ଛୁରୀ ବାହାର କଲା ଏବଂ ସୋନମ୍ ଉପରେ ଆକ୍ରମଣ କଲା ।
ସୋନମ୍ ଉପରେ ଆକ୍ରମଣ କରିଥିବା ଯୁବକ ତାଙ୍କର ଫେସବୁକ୍ ଫ୍ରେଣ୍ଡ୍ ସିବମ(23) ଥିଲା । ସୋନମ୍ ଉପରେ ଛୁରୀ ବାଜିବାରୁ ସେ ଚିତ୍କାର କଲେ । ପାଟି ଶୁଣି ତାଙ୍କ ମା ସୁନୀତା ରୁମରୁ ବାହାରି ଆସିଲେ । ନିଜର ଫୁଲ ପରି କୋମଳ ଝିଅକୁ ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ଦେଖି ସେ ଡରିଗଲେ । ସେ ଝିଅକୁ ବଞ୍ଚାଇବା ପାଇଁ ଦୋଉଡ଼ିଲେ, କିନ୍ତୁ ସିବମ ତାଙ୍କୁ ମଧ୍ୟ ଛୁରୀ ଦ୍ବାରା ଆହତ କରିଦେଲେ ।
ଝିଅକୁ ମାରିବା ପରେ କଲା ଆତ୍ମହତ୍ୟା କରିବାକୁ ଚେଷ୍ଟା :-
ଏସବୁ ଯଥେଷ୍ଟ ହେଲାନାହିଁ ଯେ ତାପରେ ସେୟା ହେଲା, ଯାହା କେହି ଆଶା କରିନଥିଲେ । ଯୁବକ ନିଜ ପେଟରେ ମଧ୍ୟ ଛୁରୀ ଭୂଷିଦେଲେ । ଏତେ ପାଟିତୁଣ୍ଡ ଶୁଣି ଆଖପାଖ ପଡୋଶୀ ଜମା ହୋଇଗଲେ । ସୋନମଙ୍କର ତ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା । ତାଙ୍କ ମା ଏବଂ ଅଭିଯୁକ୍ତ ଯୁବକଙ୍କୁ ହସ୍ପିଟାଲ୍ ପଠାଇ ଦିଆଗଲା । ଦୁହିଁଙ୍କର ଅଲଗା ଅଲଗା ହସ୍ପିଟାଲରେ ଚିକିତ୍ସା ଚାଲିଛି । ଦୁହିଁଙ୍କ ଅବସ୍ଥା ଗୁରୁତର ଅଛି । ଏହି କାରଣରୁ ପୋଲିସ ସେମାନଙ୍କ ବୟାନ ମଧ୍ୟ ନେଇପାରୁନାହିଁ ।
ପୋଲିସ କହିଛି ଯେ ବର୍ତ୍ତମାନ ଯୁବକ ଏବଂ ମହିଳା ସିରୀୟସ ଅଛନ୍ତି । ତେଣୁ ସେମାନଙ୍କୁ କିଛି ବି ପଚରଉଚରା କରାଯାଇପାରିବ ନାହିଁ । ତେବେ ଯୁବକଙ୍କର ପରିଚୟ ତାଙ୍କ ଆଧାର କାର୍ଡରୁ ମିଳିଛି । ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ସୋନମଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି ।