ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ରାଶି

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ନିକଟରେ ଯାହା ଖବର ଶୁଣିବାକୁ ମିଳୁଛି ଦୁର୍ଘଟଣାର ଶିକାର ହେଲେ ସରକାରୀ କର୍ମଚାରୀଙ୍କ ମିଳିବ ୧୫ ଲକ୍ଷ ଟଙ୍କାର ବୀମା ରାଶି । ଯାହାକୁ ନେଇ ଗତ ବୁଧବାର ଦିନ ଅର୍ଥାତ୍ ୮ ତାରିଖ ଦିନ ଘୋଷଣା କରିଛନ୍ତି ଜାମ୍ମୁ କାଶ୍ମୀର ରାଜ୍ୟର ଉପରାଜ୍ୟପାଳ ମନୋଜ ସିହ୍ନା । ଜାମ୍ମୁ କାଶ୍ମୀର ରାଜ୍ୟ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଆସିଛି ଏହି ଖୁସି ଖବର ।

ଅଳ୍ପ ସମୟ ବ୍ୟବଧାନରେ ସରକାରୀ କର୍ମଚାରୀ ମାନେ ଉଠାଇ ପାରିବେ ୧୫ ଲକ୍ଷ ଟଙ୍କାର ସୁବିଧା । ଆଉ ଏହି ସୁବିଧା ଜମ୍ମୁ କାଶ୍ମୀର ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବ । କେବଳ ସେତିକି ନୁହେଁ ଏହା ସହିତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଜାମ୍ମୁ କାଶ୍ମୀର ବ୍ୟାଙ୍କ ତରଫରୁ ଫୋନ ପେ’ ଲୋନ ସୁବିଧା ମଧ୍ୟ ଆରମ୍ଭ ହେବ । ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀର ବ୍ୟାଙ୍କ୍ ତରଫରୁ ଆହୁରି ମଧ୍ୟ ଘୋଷଣା କରାଯାଇଛି ଯେ ବ୍ୟାଙ୍କ ବୀମା କଭର ବଢାଇବା ପାଇଁ ଓରିଏଣ୍ଟାଲ ଇନ୍ସୁରାନ୍ସ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ।

ତେବେ ବୀମା ରାଶି ଅପ୍ଲାଏ କରିବା ପାଇଁ ବିମା କମ୍ପାନୀ ଗୁଡ଼ିକ ବିଭିନ୍ନ ପ୍ରକାର ଦରକାରୀ କାଗଜ ପତ୍ର ସବୁ ବ୍ୟାଙ୍କ ରେ ଜମା କରିବା ପାଇଁ ପାଖାପାଖି ୧୫ ଦିନର ସମୟ ଦେବ । ତେବେ ଦୁର୍ଘଟଣାର ଶିକାର ହୋଇଥିବା ଲୋକ ମାନଙ୍କୁ ଫୋନ ପେ ଲୋନ ଆଧାରରେ କମ୍ ସୁଧରେ ପେର୍ଶନାଲ୍ ଲୋନ୍ ର ସୁବିଧା ନେଇ ପାରିବା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ନେଇ ପାରିବେ ।

ଆଉ ଆଗରୁ ଦୁର୍ଘଟଣା ବୀମା ରାଶି ୧୫ ଲକ୍ଷ ଟଙ୍କା ଥିଲା ଆଉ ଏବେ ସେହି ଦୁର୍ଘଟଣା ବୀମା କଭର ରାଶି ଆଗାମୀ ବର୍ଷରେ ବଢ଼ି ୨୫ ଲକ୍ଷ ଟଙ୍କାର ପହଞ୍ଚି ଯିବାର ସମ୍ଭାବନା ଅଛି । ଏହି ଗତ ଦୁଇ ବର୍ଷ ଧରି ବ୍ୟାଙ୍କ ଅନେକ କିଛି ନିୟମ କରି ପରିବର୍ତ୍ତନ ଆଣିଛି । ତେବେ ଏହି ଦୁର୍ଘଟଣା ରାଶି ଦେବା ଯୋଜନା ସରକାରୀ କର୍ମଚାରୀ ମାନଙ୍କୁ ସମସ୍ତ ସୁବିଧା ଦେବା ସହିତ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହାର ମୂଳ ଲକ୍ଷ୍ୟ ।

Leave A Reply

Your email address will not be published.