ଫେସବୁକ ରୁ ଆରମ୍ଭ ହେଲା ପ୍ରେମ କାହାଣୀ, ଦୀର୍ଘ 5 ବର୍ଷ ଧରି ଚାଲିଲା ଆଫେୟାର ଓ ପରେ ହେଲା ବିବାହ…ବିବାହର ପନ୍ଦର ଦିନ ପରେ କନ୍ୟା ଜଣକ ଉଠାଇଲେ ଏମିତି ପଦକ୍ଷେପ

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରୁ ଜଣେ ଯୁବକଙ୍କୁ ଫେସବୁକ ପ୍ରେମ ମହଙ୍ଗା ପଡ଼ିଯାଇଛି। ଫେସବୁକ ଜରିଆରେ ଯୁବକ ଜଣକ ତ୍ରିପୁରାର ଅଗରତାଲାରେ ଜଣେ ଯୁବତୀ ସମ୍ପର୍କରେ ଆସିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ପାଞ୍ଚବର୍ଷ ଧରି ପ୍ରେମ ପ୍ରସଙ୍ଗ ଚାଲିଲା। ଉଭୟଙ୍କ ମଧ୍ୟରେ ପ୍ରେମ ଏମିତି ଜାତ ହେଲା ଯେ, ସେମାନେ ଲଭ ମ୍ୟାରେଜ କରିଥିଲେ। ବିବାହର 15 ଦିନପରେ ମହିଳା ଜଣକ ମୌକା ପାଇ ଶାଶୁଘର ଛାଡ଼ି ଛୁ ମାରିଥିଲେ।

ଏହାପରେ ଯୁବକ ଜଣକ ଡିପ୍ରେସନର ଶିକାର ହୋଇ ସୁଇସାଇଡ଼ କରିନେଲେ। ପରିଜନ ଯୁବକଙ୍କୁ ଯେତେବେଳେ ସକାଳ ସମୟରେ ଫାଶୀରେ ଝୁଲୁଥିବାର ଦେଖିଥିଲେ ସେତେବେଳେ ତାଙ୍କୁ ତଳକୁ ଓହ୍ଲାଇଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ପୋଲିସ ଏହି ମାମଲା ଉପରେ ଯାଞ୍ଚ ପଡ଼ତାଳ କରୁଛି।

ସୂଚନା ଅନୁଯାୟୀ, ଏହି ମାମଲା ଅତରା ଥାନା ଚୌକ ବଜାରର ଅଟେ। ମୃତକଙ୍କ ପରିଜନ ବତାଇଥିଲେ କି, ଯୁବକଙ୍କର ଫେସବୁକ ଜରିଆରେ ତ୍ରିପୁରାର ଏକ ଯୁବତୀ ସହିତ ସମ୍ପର୍କ ହେବାପରେ 5 ବର୍ଷ ପର୍ଯ୍ୟନ୍ତ ପ୍ରେମ ଚାଲିଲା। ଏହିବର୍ଷ ଫେବୃଆରୀରେ ଦୁହେଁ ବିବାହ କରିଥିଲେ, କିନ୍ତୁ ବିବାହର 15 ଦିନପରେ ମୌକା ପାଇ ସେ ଫେରାର ହୋଇଗଲେ। ଏହାପରେ ଯୁବକ ଡିପ୍ରେସନ ଆଡ଼କୁ ଚାଲିଗଲେ। ସେ ବିଳମ୍ବିତ ରାତିରେ ଘରକୁ ଫେରିବାକୁ ଲାଗିଲା। ବହୁତ ବୁଝାଇବା ପରେ ଟେନସନରେ ରହିବାକୁ ଲାଗିଲା। ଏହି ଚିନ୍ତାରେ ଦୀର୍ଘ ଚାରିମାସ ପରେ ସେ ବୁଧବାର ଦିନ ସୁଇସାଇଡ଼ କରିଦେଲା। ତିନିଭାଇଙ୍କ ଠାରୁ ସବୁଠୁ ଛୋଟ ଆନନ୍ଦରାଜ ମୋବାଇଲ ଦୋକାନ ଚଲାଉଥିଲେ।

ଏହି ମାମଲାରେ ଏସପି ଅଭିନନ୍ଦନ କହିଥିଲେ କି, ସୂଚନା ମିଳିଥିଲା ଯେ ଜଣେ ଯୁବକ ସୁଇସାଇଡ଼ କରିଛନ୍ତି। ତତ୍କାଳ ଆମେ ସେଠାରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପହଞ୍ଚାଇଥିଲୁ। ଆଗକୁ ଯାଞ୍ଚ କରାଯାଉଛି। ଫେସବୁକ ରୁ ପ୍ରେମ, ଆଫେୟାର ଓ ବିବାହକୁ ନେଇ ଏସପିଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ, ଏବେ ଏହା ଉପରେ ପରିଜନଙ୍କୁ ପଚରାଉଚରା କରାଯାଉଛି।

Leave A Reply

Your email address will not be published.