ଦୈନିକ ଗୋଟିଏ ଗୋଡରେ ୨ କିମି ଚାଲି ସ୍କୁଲ ଯାଏ ଏହି ଯୁଵକ,ଏହି ୧୪ ବର୍ଷୀୟ ବିକଳାଙ୍ଗର କାହାଣୀ ଶୁଣିଲେ ଆଖିରୁ ଲୁହଧାର ଝରିବ

0

Get real time updates directly on you device, subscribe now.

ଏଭଳି କୁହାଯାଏ ଯେ ଯଦି ଆପଣଙ୍କ ସାହସ ରହିଛି ତେଵେ ସଫଳତା ଆପଣଙ୍କୁ ଅଟକାଇ ପାରିବେନି|ଲୋକମାନେ ଜୀବନରେ ବିଭିନ୍ନ ପ୍ରଚେଷ୍ଟା କରିଥାନ୍ତି କିନ୍ତୁ ସେମାନେ ଜୀବନର ବିପରୀତ ପରିସ୍ଥିତିରେ ହାର ମାନି ଯାଇଥାନ୍ତି|କିଛି ଲୋକ ଏପରି ଥାନ୍ତି ସେମାନେ ଜୀବନର ସମସ୍ତ ପରିସ୍ଥିତି ସହ ମୁକାବିଲା କରି ଜୀବନର ଲକ୍ଷ୍ୟ ପଥରେ ଆଗେଇ ଯାଆନ୍ତି|

ଲକ୍ଷ୍ୟ ଆପଣଙ୍କ ଠାରୁ ଦୂରରେ ନାହିଁ ଓ ଭାଗ୍ୟ ବହୁଦିନ ପର୍ଯ୍ୟନ୍ତ କନ୍ଦାଏ ନାହିଁ|ଚାହାଁ ଅବସ୍ଥା ଯେଉଁଭଳି ବି ହେଉ ଆପଣ ବିପରୀତ ପରିସ୍ଥିତିରେ ମଧ୍ୟ ବିଜେତା ହୁଅନ୍ତି|ଆଜି ମୁଁ ଆପଣଙ୍କୁ ଏଭଳି ଜଣେ ବିକଳାଙ୍ଗ ଛାତ୍ର ବିଷୟରେ ବତାଇବାକୁ ଯାଉଛି ଯାହାର ଗୋଟିଏ ଗୋଡ ନାହିଁ କିନ୍ତୁ ସେ ଦୈନିକ ୨ କିମି ପାଦରେ ଚାଲିଚାଲି ସ୍କୁଲକୁ ପଢି ଯାଏ|

ଏହି ଭିଡିଓରେ ଦେଖାଯାଏ ଯୁଵକ ନିଜ ଗାଁର ଜର୍ଜରିତ ସଡକ ସ୍ଥିତି ସତ୍ୱେ ଗୋଟିଏ ଗୋଡ଼ରେ ସ୍କୁଲ ଯାଏ|ଯୁବକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି|ଭିଡିଓରେ ଧଳା ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧି କାନ୍ଧରେ ବ୍ୟାଗ ଧରି ସ୍କୁଲ ଯାଉଛି|ଏହି ଯୁବକଙ୍କ ଇଛାଶକ୍ତି ଭିଡିଓ କହେ |

ଆଜି ଯେଉଁ ଯୁବକଙ୍କ ସମ୍ପର୍କରେ କୁହାଯାଇଛି ସେ ଜମ୍ମୁର ହନ୍ଦୱଡା ଜିଲ୍ଲାର ପରଵେଜ ଅହମଦ ହାଜମ ଅଟନ୍ତି|ନୈଗାମ ମଖବର ଗାଁର ନିବାସୀ ପରବେଜ ନିଜ ବିକଳାଙ୍ଗ ବାବଜୁଦ ନିଜ ସ୍ୱପ୍ନ ପୂରଣ ପାଇଁ କିଛି ବି କରିବାକୁ ପ୍ରସ୍ତୁତ|ତାଙ୍କ ବୟସ ୧୪ ଵର୍ଷ ଓ ସେ ଦୈନିକ ଗୋଟିଏ ଗୋଡରେ ୨ କିମି ଚାଲିଚାଲି ସ୍କୁଲ ଯାଇଥାନ୍ତି|ସେ ଦୈନିକ ଗୋଟିଏ ଗୋଡରେ ସନ୍ତୁଳନତା ରକ୍ଷା କରି ୨ କିମିରୁ ଉର୍ଦ୍ଧ୍ବ ରାସ୍ତା ଯାଇଥାନ୍ତି|

ଆପଣଙ୍କୁ କହିରଖେ ପରବେଜଙ୍କ ଜନ୍ମ ବିକଳାଙ୍ଗତାରେ ନାହିଁ ଏକ ଦୁର୍ଘଟଣାରେ ହୋଇଥିଲା ଫଳରେ କମ ବୟସରେ ସେ ବାମ ଗୋଡ ହରାଇଥିଲେ କିନ୍ତୁ ସ୍ୱପ୍ନ ଠାରୁ ଅଟକି ନାହାଁନ୍ତି|ସେ ବର୍ତ୍ତମାନ ସରକାରୀ ମାଧ୍ୟମିକ ବିଦ୍ୟାଳୟ ନୈଗାମରେ ନଵମ ଶ୍ରେଣୀରେ ପଢୁଛନ୍ତି|କୁହାଯାଏ ୨ ବର୍ଷ ବୟସରେ ସେ ଏକ ନିଆଁ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଥିଲେ|ଯଦିଓ ସରକାର ହୁଇଲ ଚେୟାର ଦେଇଛନ୍ତି କିନ୍ତୁ ଏ ରାସ୍ତା ଏତେ ଖରାପ ଯେ ତାହା ଉପଯୋଗ ସମ୍ଭବପର ନୁହେଁ|

ସେ କହିଛନ୍ତି ଦୈନିକ ସ୍କୁଲରେ ପହଞ୍ଚିବାକୁ ମୁଁ ଦୈନିକ ୨କିମି ପାଦରେ ଚାଲି ଯାଏ|ଏହି ରାସ୍ତା କ୍ଷତିଗ୍ରସ୍ତ ହୋଇଛି|ସ୍କୁଲ ପହଞ୍ଚିବା ପରେ ମୋର ଝାଳ ବହେ କାରଣ ମୋ ପାଇଁ ଚାଲିବା କଷ୍ଟକର|ଏହାପରେ ମୁଁ ପ୍ରାର୍ଥନା କରେ|ମୋତେ କ୍ରିକେଟ,ଭଲିବଲ ଓ କବାଡି ପସନ୍ଦ|ମୁଁ ଆଶାକରେ ସରକାର ମୋ ଭବିଷ୍ୟତ ପାଇଁ ସାହାଯ୍ୟ କରିବେ|ସ୍ୱପ୍ନ ହାସଲ ପାଇଁ ମୋ ଭିତରେ ସାହସ ରହିଛି|

Leave A Reply

Your email address will not be published.