ନିଜ ଶିକ୍ଷକଙ୍କୁ ନେଇ ପଳାଇଗଲେ ଛାତ୍ରୀ, ଆଉ କହିଲେ – ବଞ୍ଚିବି- ମରିବି ତାଙ୍କ ସହିତ, ପୋଲିସ ବର୍ତମାନ କରୁଛି ତଦନ୍ତ

0

Get real time updates directly on you device, subscribe now.

ବିହାରର ବେତୀୟାରେ ଜଣେ ପ୍ରେମିକାର ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡ଼ିଓରେ ପ୍ରେମିକା କାଜଲ ନିଜ ବିବାହ ବିଷୟରେ କହୁଛନ୍ତି । ପ୍ରେମିକା କାଜଲ କୁମାରୀ କହୁଛନ୍ତି ଯେ ‘ ମୁଁ ହିଁ ନିଜ ପ୍ରେମିକ ଶିକ୍ଷକଙ୍କୁ ନେଇ ପଳାଇ ଆସିଛି । ମୋ ବାପା ମା ଏବଂ ଭାଇ ଏହି ବିବାହ ବିରୋଧରେ ଥିଲେ । ଆମ ଦୁହିଁଙ୍କ ମଧ୍ୟରେ ବହୁତ୍ ଦିନରୁ ସମ୍ପର୍କ ରହିଥିଲା । ମୁଁ ତାଙ୍କ ପାଖକୁ କୋଚିଙ୍ଗ ପାଇଁ ଯାଉଥିଲି । ଏହି ସମୟରେ ତାଙ୍କ ସହିତ ମୋର କଥାବାର୍ତ୍ତା ହେବାକୁ ଲାଗିଥିଲା ।’

ଭାଇରାଲ ଭିଡ଼ିଓରେ ଯୁବତୀ କହିଛନ୍ତି – ‘ ତିନିମାସ ପୂର୍ବରୁ ମୁଁ କୋଚିଙ୍ଗ ପଢ଼ିବା ଛାଡି ଦେଇଥିଲି । ଘରେ ଯେତେବେଳେ ବି ମୁଁ ତାଙ୍କ ସହିତ କଥା ହୁଏ, ସେତେବେଳେ ଘର ଲୋକମାନେ ବିରୋଧ କରୁଥିଲେ । ମତେ ମାରପିଟ କରୁଥିଲେ । ତେଣୁ ମୁଁ ନିଜ ପ୍ରେମିକ ଶିକ୍ଷକ ବନ୍ଧୁ ଚୌଧୁରୀଙ୍କୁ ନେଇ ପଳାଇ ଆସିଛି । ମୁଁ ବର୍ତ୍ତମାନ ଯଦି ବଞ୍ଚିବି କେବଳ ବନ୍ଧୁ ଚୌଧୁରୀଙ୍କ ସହିତ ଏବଂ ମରିବି ତ କେବଳ ବନ୍ଧୁ ଚୌଧୁରୀଙ୍କ ସହିତ ।’

ପ୍ରେମିକା ଆଗକୁ କହିଛନ୍ତି ଯେ ଘରଲୋକେ ମତେ ମାରିଦେବା ଚକ୍କରରେ ଥିଲେ, ତେଣୁ ମୁଁ ଆଉ କଣ୍ କରିଥାନ୍ତି । ତେଣୁ ମୁଁ ତାଙ୍କ ପାଖକୁ ପଳାଇ ଆସିଲି ଏବଂ ତାଙ୍କୁ ନେଇ ପଳାଇ ଗଲି । ମୋ ଘରଲୋକେ ନବଲ୍ପୂର୍ ଥାନାରେ ମିଛ କେସ କରିଛନ୍ତି । ମୁଁ ବର୍ତ୍ତମାନ ତାଙ୍କ ସହିତ ହିଁ ରହିବି । ଆମେ ବିବାହ ମଧ୍ୟ କରିଛୁ । ମୋ ପରିବାର ଲୋକେ ଯେଉଁ କେସ କରିଛନ୍ତି, ତାହା ଭୁଲ ଅଟେ ।’

ଭିଡ଼ିଓ ହେଉଛି ଭାଇରାଲ :-

କାଜଲ କୁମାରୀଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଯେ ଘଟଣାଟି ବେତୀୟାର ନବଲ୍ପୂର୍ ଓପି ଥାନା ଅଂଚଳର ଅଟେ । ଛାତ୍ରୀ କାଜଲ କୁମାରୀ ଏବଂ ଶିକ୍ଷକ ବନ୍ଧୁ ଚୌଧୁରୀ ଘରୁ ପ୍ରେମ ଚକ୍କରରେ ଫେରାର ହୋଇଯାଇଛନ୍ତି । ଝିଅର ବାପା ଶାହ ନବଲପୁର ଥାନାରେ କେସ କରିଛନ୍ତି । ତେଣୁ ଯୁବତୀ ନିଜ ବାହାଘରର ଭିଡିଓ ଭାଇରାଲ କରିଛନ୍ତି ଏବଂ ପୁରା ମାମଲାକୁ ପ୍ରେମ ପ୍ରସଙ୍ଗ କହି ବନ୍ଧୁ ଚୌଧୁରୀଙ୍କ ସହିତ ବଞ୍ଚିବା ଏବଂ ମରିବା ବିଷୟରେ କହିଛନ୍ତି ।

ପୋଲିସ ଖୋଜୁଛି :-

ଏହି ପୁରା ମାମଲାରେ ନବଲପୂର୍ ଥାନା ଅଧ୍ୟକ୍ଷ ଅଜୟ ସିଂହ କହିଛନ୍ତି ଯେ ଭାଇରଲ ଭିଡିଓ ବିଷୟରେ ମତେ ଜଣାନାହିଁ । ଏହି ମାମଲାରେ ଥାନାରେ ଝିଅର ଘରଲୋକେ ଅପହରଣର କେସ କରିଛନ୍ତି । ଦୁହିଁଙ୍କୁ ବର୍ତ୍ତମାନ ଖୋଜା ଚାଲିଛି ।

Leave A Reply

Your email address will not be published.